Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଶ୍ବିନୀ ବୈଷ୍ଣବଙ୍କ ଏମପି ଲ୍ୟ।ଡ଼ ପାଣ୍ଠିରୁ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର
ଆଜିର ଖବର

ଅଶ୍ବିନୀ ବୈଷ୍ଣବଙ୍କ ଏମପି ଲ୍ୟ।ଡ଼ ପାଣ୍ଠିରୁ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର

July 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ ମାସ ୨୦ ଏବଂ ୨୧ତାରିଖରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ, ଗ୍ରାମବାସୀ ଏବଂ ବେସରକାରୀ ସଂସ୍ଥା (ଏନଜିଓ) ମାନଙ୍କର ସଦସ୍ୟଙ୍କୁ ଭେଟିଥିଲେ। ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନେ କରିଥିବା ଉଦ୍ୟମକୁ ଶ୍ରୀ ବୈଷ୍ଣବ ପ୍ରଶଂସା କରିଥିଲେ। ସ୍ଥାନୀୟ ବାସିନ୍ଦା ମାନ୍ୟବର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ଏହି ଅଞ୍ଚଳ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ଏବଂ ଏହି ଅଞ୍ଚଳର ଉପଯୁକ୍ତ ଆଲୋକ ବ୍ୟବସ୍ଥା ଏବଂ ରାତ୍ରି ସମୟରେ ଦୃଶ୍ୟମାନ ପାଇଁ ଫ୍ଲଡ ଲାଇଟ ବ୍ୟବସ୍ଥା ସହିତ ୨ ଟି ହାଇ ମାସ୍ଟ ଲାଇଟ ପ୍ରଦାନ କରିବା ବାବଦରେ ଅର୍ଥ ବରାଦ କରାଯାଇଛି। ଏହି ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ହ୍ୟୁମ୍ ପାଇପ୍ ସ୍ଥାପନ କାର୍ଯ୍ୟ ଜୋରସୋରରେ ଚାଲିଛି। ଟ୍ରେଞ୍ଚିଂ କାର୍ଯ୍ୟ ହୋଇସାରିଛି ଏବଂ କାର୍ଯ୍ୟ ସ୍ଥଳରେ ନିର୍ମାଣ ସାମଗ୍ରୀ ଉପଲବ୍ଧ ଅଛି ଏବଂ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ। ମାନ୍ୟବର ରେଳ ମନ୍ତ୍ରୀ ଏହି ବିକାଶମୂଳକ କାର୍ଯ୍ୟର ଯୁଦ୍ଧ କାଳୀନ ଭିତ୍ତିରେ ସମାପ୍ତି ସମ୍ବନ୍ଧରେ ଗୁରୁତ୍ୱ ଦେଇଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏମପି ଲ୍ୟ।ଡ଼ ଯୋଜନା ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ଯାହାକି ପାଣ୍ଠିର ଏକ ବିଶାଳ ଅଂଶ ଅଟେ। ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ରେଳ ମନ୍ତ୍ରୀ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବାହାନାଗା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧ କୋଟି, ଯେଉଁଥିରେ କମ୍ୟୁନିଟି ସେଣ୍ଟର ଏବଂ ହଲ୍ ସହିତ ସୌଚାଳୟ ଏବଂ ଥଣ୍ଡା ପାନୀୟ ଜଳ ଯୋଗାଇବା, ବାସୁଳି ହାଇସ୍କୁଲ ନିକଟରେ ଶିଶୁ ପାର୍କ ଏବଂ ଜିମ୍ ନିର୍ମାଣ, ଜାତୀୟ ରାଜପଥ-୧୬ ରୁ ୯୫ ନମ୍ବର ଲେବଲ କ୍ରସିଂ ପର୍ଯ୍ୟନ୍ତ ସଂଯୋଗକରି ରାସ୍ତାର ସମ୍ପ୍ରସାରଣ ଓ ମଜବୁତ କରିବା ସାଥି ଠାରେ ସରତିରା ଗ୍ରାମ ରାସ୍ତାର ମରାମତି, ପ୍ରାଣବନ୍ଧୁ ବିଦ୍ୟାପୀଠ ଖେଳ ପଡିଆର ଉନ୍ନତି ଏବଂ ୪୨ ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଇତ୍ୟାଦିର ପ୍ରତିଶୃତି ପୂରଣ କରିବା ପାଇଁ ସେ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାଇଁ ଉନ୍ନତ ଜୀବନ ସହାୟତା (ALS) ଆମ୍ବୁଲାନ୍ସ କ୍ରୟ ପାଇଁ ୩୫ ଲକ୍ଷ ଏବଂ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ଗୋଟିଏ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୨୦ ଲକ୍ଷ ଟଙ୍କା ଶ୍ରୀ ବୈଷ୍ଣବଙ୍କ ଦ୍ୱାରା ମଞ୍ଜୁର କରାଯାଇଛି।

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ପଦକ୍ଷେପ ଏବଂ ନିରନ୍ତର ତଦାରଖ ସହିତ ଉପରୋକ୍ତ ପ୍ରକଳ୍ପଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଯିବ।

ଅଶ୍ବିନୀ ବୈଷ୍ଣବ ବାଲେଶ୍ୱର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.