Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଞ୍ଚସ୍ଥ ହେଲା ନାଟକ ‘ବିପ୍ଳବୀ ବାଜିଆ’
ଆଜିର ଖବର

ମଞ୍ଚସ୍ଥ ହେଲା ନାଟକ ‘ବିପ୍ଳବୀ ବାଜିଆ’

July 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରସୁଲଗଡ ବ୍ରହ୍ମଶ୍ୱର କଲୋନୀର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓ ଛାତ୍ରୀ ମାନେ ପିଲାମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଭଞ୍ଜ କଳା ମଣ୍ଡପ ଠାରେ ମଞ୍ଚସ୍ଥ କରିଛନ୍ତି ନାଟକ ‘ବିପ୍ଳବୀ ବାଜିଆ’।

ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ଜଣେ ସାହସୀ ଶହୀଦ ବିପ୍ଲବୀ ବାଜି ରାଉତ, ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ତାଙ୍କ ଜୀବନରୁ ଅନୁପ୍ରାଣିତ ଏହି ନାଟକ। ମାତ୍ର ୧୨ ବର୍ଷ ବୟସରେ, ସେ ନିର୍ଭୟରେ ବ୍ରିଟିଶ ବନ୍ଧୁକର ସାମ୍ନା କରି ପ୍ରାଣ ତ୍ୟାଗ କରିଥିଲେ। ନୀଳକଣ୍ଠପୁର ଠାରେ ଅକ୍ଟୋବର ୧୧, ୧୯୩୮ ରାତିରେ, ବ୍ରିଟିଶ ସୈନିକ ମାନଙ୍କୁ ବ୍ରାହ୍ମଣୀ ନଦୀ ପାର କରିବାକୁ ମନା କରି ସେ ଦେଇଥିଲେ ଚରମ ବଳିଦାନ।

ଏହି ଷ୍ଟେଜ୍-ପ୍ଲେ ବା ନଟକର ମୂଳ ଉଦ୍ଦେଶ୍ୟ ଥିଲା ଭାରତରେ ସ୍ୱାଧୀନତା ସଂଗ୍ରାମର କମ୍ ଜଣାଶୁଣା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ସାହସିକତା ଏବଂ ସାହସକୁ ଆଲୋକିତ କରିବା, ବିଶେଷ ଭାବରେ ଶିଶୁ ଥିଏଟର ମାଧ୍ୟମରେ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ପାଳନ କରିବା। ଆମର ଲକ୍ଷ୍ୟ ହେଉଛି ପିଲାମାନଙ୍କ ସହିତ ନାଟ୍ୟ ପ୍ରଦର୍ଶନ ଆୟୋଜନ କରିବା ଏବଂ ରାଜ୍ୟ ମଧ୍ୟରେ ଶିଶୁ-କେନ୍ଦ୍ରିକ ଥିଏଟର କାର୍ଯ୍ୟକଳାପ ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ବୋଲି ବିଦ୍ୟାଳୟର ଅଧିକାରୀ କହିଥିଲେ। ଏହି ମିଳିତ ପ୍ରୟାସକୁ ଲୋକପ୍ରିୟ ଅଭିନେତ୍ରୀ ତଥା ଥିଏଟର ବ୍ୟକ୍ତିତ୍ୱ ସୁଶ୍ରୀ ପିଙ୍କି ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ‘ପିଙ୍କଉଡ୍ କ୍ରିଏସନ୍’, ଏବଂ ଯାହା ପୂର୍ବତନ ବ୍ୟୁରୋକ୍ରାଟ୍ ତଥା ସମ୍ମାନିତ ସାମାଜିକ ଉଦ୍ୟୋଗୀ ସମ୍ବିତ ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପେସ୍’ ଫାଉଣ୍ଡେସନ୍ ସହଯୋଗ କରିଛନ୍ତି।

ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ଓ ତାଙ୍କ ଛଡ଼ା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ଦାଶ ବେନହୁର, କେନ୍ଦ୍ର ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାତ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ଅଭିନେତା ସ୍ୱରାଜ ବାରିକ ଓ ପିଙ୍କି ପ୍ରଧାନ, ସମ୍ବିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରୁ ବାଜି ଉତ୍ତରାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯକ୍ରମରେ ଭୁବନ ବ୍ଲକର ବାସିନ୍ଦାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ଥିଲା। ମଞ୍ଚସ୍ଥ ନାଟକ ବେଶ ଲୋକାଦୃତ ହୋଇଥିଲା। ନାଟକରେ ସମୁଦାୟ ୭ ଟି ଦୃଶ୍ୟ ରହିଥିଲା। ପ୍ରତିଟି ଦୃଶ୍ୟ ଶେଷରେ ତାଳିରେ କମ୍ପିଥିଲା ମଣ୍ଡପ। ନାଟକ ଶେଷରେ ପ୍ରତ୍ୟେକ ଦର୍ଶକଙ୍କ ଆଖି ଛଳ ଛଳ ଲକ୍ଷ୍ୟ ହୋଇଥିଲା।

ବାଜି ରାଉତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026

ହୁମାୟୁନ୍ କବୀରଙ୍କୁ ଓୱେସିଙ୍କ ବଡ଼ ଝଟକା: ଏକାକୀ ବଙ୍ଗଳା ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍

April 10, 2026

ଗାଦିମଡ଼ା ପୋଲିସ୍‌ବାବୁଙ୍କୁ ସରକାରୀ ଛାଟ

April 10, 2026

ଯୋଜନା, କୁରୁକ୍ଷେତ୍ର ଏବଂ ଏମ୍ପ୍ଲୟମେଣ୍ଟ୍ ନ୍ୟୁଜ୍ ଏବେ ୱେଭ୍ସ ଓଟିଟିରେ ମାଗଣାରେ ଉପଲବ୍ଧ

April 10, 2026
Latest News

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026

ହୁମାୟୁନ୍ କବୀରଙ୍କୁ ଓୱେସିଙ୍କ ବଡ଼ ଝଟକା: ଏକାକୀ ବଙ୍ଗଳା ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍

April 10, 2026

ଗାଦିମଡ଼ା ପୋଲିସ୍‌ବାବୁଙ୍କୁ ସରକାରୀ ଛାଟ

April 10, 2026

ଯୋଜନା, କୁରୁକ୍ଷେତ୍ର ଏବଂ ଏମ୍ପ୍ଲୟମେଣ୍ଟ୍ ନ୍ୟୁଜ୍ ଏବେ ୱେଭ୍ସ ଓଟିଟିରେ ମାଗଣାରେ ଉପଲବ୍ଧ

April 10, 2026

୧୦୦ ବିଲିୟନ ଡଲାର ମୂଲ୍ୟାଙ୍କନ ଆକଳନ ସହିତ ବିଶ୍ୱରେ ୭ମ ସ୍ଥାନରେ ରହିଲା ରିଲାଏନ୍ସ ରିଟେଲ୍

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.