Categories
ଆଞ୍ଚଳିକ

ଆସିକା: କଳିଙ୍ଗ ରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗ ରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞା ମେଳା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନରାଣି ମହାନ୍ତି ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁ୍‌ଖ୍ୟବକ୍ତା ରୁପେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାସାୟନିକ ବିଜ୍ଞାନ ଅଧ୍ୟାପକ ସୁରଜ କୁମାର ପାଣିଗ୍ରାହି, ସମ୍ମାନୀୟ ଅତିଥୀ ରୁପେ ବିଦ୍ୟାଳୟ ପରିଚାଳନା ସଭାପତି ସୁବାଷ ଚନ୍ଦ୍ର ସେନାପତି, ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ, ଓଡିଶା ଶିକ୍ଷା ବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ବିଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଦକ୍ଷିଣ-ପୂର୍ବ ସମ୍ଭାଗ ବିଭାଗ ସହନିରୀକ୍ଷକ ପଦ୍ମନାଭ ସାମଲ, ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ, ପ୍ରିନ୍ସିପାଲ ବୃନ୍ଦାବନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସଂଯୋଜନା ସାଙ୍ଗକୁ ଜ୍ଞାନ ବିଜ୍ଞାନ ମେଳାର ମୁ୍‌ଖ୍ୟ ପ୍ରସଙ୍ଗ ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ।

ଗଞ୍ଜାମ ବିଭାଗ ଅନ୍ତର୍ଗତ ୬ଟି ସଙ୍କୁଳ ବିଭାଗ ଆସିକା, ବ୍ରହ୍ମପୁର, ଛତ୍ରପୁର, ପାରଳାଖେମୁଣ୍ଡି, ଖଲ୍ଲୀକୋଟ ଏବଂ ଫୁଲବାଣି ବିଭାଗ ୩ ଟି ସଙ୍କୁଳ ବିଭାଗ ବାଲିଗୁଡା, ଭଞ୍ଜନଗର, ଫୁଲବାଣୀର ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ।

ଏହି ଜ୍ଞାନ ବିଜ୍ଞାନ ମେଳାରେ ଗଣିତ, ବିଜ୍ଞାନରେ ମୋଟ ୩୬ଟି ପ୍ରକଳ୍ପ ଉପସ୍ଥାପନା କରଯାଇଥିଲା। ଏହା ସହିତ ବିଜ୍ଞାନ ପତ୍ରବାଚନ, ଗଣିତ ପତ୍ରବାଚନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ଜ୍ଞାନ ବିଜ୍ଞାନ ମେଳାକୁ ପରିଚାଳନା ପାଇଁ ୨୧ ଜଣ ପରିଚାଳକ ରହିଥିବା ବେଳେ ବିଚାରକ ରୁପେ ୨୭ ଜଣ ନିୟୋଜିତ ହୋଇଥିଲେ। ଏହାକୁ ବିଦ୍ୟାଳୟର ଗୁରୁଜୀ, ଗୁରୁମା, ବିଦ୍ୟାଳୟ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମଞ୍ଚସ୍ଥ ହେଲା ନାଟକ ‘ବିପ୍ଳବୀ ବାଜିଆ’

ଭୁବନେଶ୍ଵର: ରସୁଲଗଡ ବ୍ରହ୍ମଶ୍ୱର କଲୋନୀର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓ ଛାତ୍ରୀ ମାନେ ପିଲାମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଭଞ୍ଜ କଳା ମଣ୍ଡପ ଠାରେ ମଞ୍ଚସ୍ଥ କରିଛନ୍ତି ନାଟକ ‘ବିପ୍ଳବୀ ବାଜିଆ’।

ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ଜଣେ ସାହସୀ ଶହୀଦ ବିପ୍ଲବୀ ବାଜି ରାଉତ, ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ତାଙ୍କ ଜୀବନରୁ ଅନୁପ୍ରାଣିତ ଏହି ନାଟକ। ମାତ୍ର ୧୨ ବର୍ଷ ବୟସରେ, ସେ ନିର୍ଭୟରେ ବ୍ରିଟିଶ ବନ୍ଧୁକର ସାମ୍ନା କରି ପ୍ରାଣ ତ୍ୟାଗ କରିଥିଲେ। ନୀଳକଣ୍ଠପୁର ଠାରେ ଅକ୍ଟୋବର ୧୧, ୧୯୩୮ ରାତିରେ, ବ୍ରିଟିଶ ସୈନିକ ମାନଙ୍କୁ ବ୍ରାହ୍ମଣୀ ନଦୀ ପାର କରିବାକୁ ମନା କରି ସେ ଦେଇଥିଲେ ଚରମ ବଳିଦାନ।

ଏହି ଷ୍ଟେଜ୍-ପ୍ଲେ ବା ନଟକର ମୂଳ ଉଦ୍ଦେଶ୍ୟ ଥିଲା ଭାରତରେ ସ୍ୱାଧୀନତା ସଂଗ୍ରାମର କମ୍ ଜଣାଶୁଣା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ସାହସିକତା ଏବଂ ସାହସକୁ ଆଲୋକିତ କରିବା, ବିଶେଷ ଭାବରେ ଶିଶୁ ଥିଏଟର ମାଧ୍ୟମରେ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ପାଳନ କରିବା। ଆମର ଲକ୍ଷ୍ୟ ହେଉଛି ପିଲାମାନଙ୍କ ସହିତ ନାଟ୍ୟ ପ୍ରଦର୍ଶନ ଆୟୋଜନ କରିବା ଏବଂ ରାଜ୍ୟ ମଧ୍ୟରେ ଶିଶୁ-କେନ୍ଦ୍ରିକ ଥିଏଟର କାର୍ଯ୍ୟକଳାପ ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ବୋଲି ବିଦ୍ୟାଳୟର ଅଧିକାରୀ କହିଥିଲେ। ଏହି ମିଳିତ ପ୍ରୟାସକୁ ଲୋକପ୍ରିୟ ଅଭିନେତ୍ରୀ ତଥା ଥିଏଟର ବ୍ୟକ୍ତିତ୍ୱ ସୁଶ୍ରୀ ପିଙ୍କି ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ‘ପିଙ୍କଉଡ୍ କ୍ରିଏସନ୍’, ଏବଂ ଯାହା ପୂର୍ବତନ ବ୍ୟୁରୋକ୍ରାଟ୍ ତଥା ସମ୍ମାନିତ ସାମାଜିକ ଉଦ୍ୟୋଗୀ ସମ୍ବିତ ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପେସ୍’ ଫାଉଣ୍ଡେସନ୍ ସହଯୋଗ କରିଛନ୍ତି।

ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ଓ ତାଙ୍କ ଛଡ଼ା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ଦାଶ ବେନହୁର, କେନ୍ଦ୍ର ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାତ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ଅଭିନେତା ସ୍ୱରାଜ ବାରିକ ଓ ପିଙ୍କି ପ୍ରଧାନ, ସମ୍ବିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକରୁ ବାଜି ଉତ୍ତରାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯକ୍ରମରେ ଭୁବନ ବ୍ଲକର ବାସିନ୍ଦାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ଥିଲା। ମଞ୍ଚସ୍ଥ ନାଟକ ବେଶ ଲୋକାଦୃତ ହୋଇଥିଲା। ନାଟକରେ ସମୁଦାୟ ୭ ଟି ଦୃଶ୍ୟ ରହିଥିଲା। ପ୍ରତିଟି ଦୃଶ୍ୟ ଶେଷରେ ତାଳିରେ କମ୍ପିଥିଲା ମଣ୍ଡପ। ନାଟକ ଶେଷରେ ପ୍ରତ୍ୟେକ ଦର୍ଶକଙ୍କ ଆଖି ଛଳ ଛଳ ଲକ୍ଷ୍ୟ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଯୋରନ୍ଦା: ସୁଯୋଗ ନମିଳିବା କାରଣରୁ ସମାଜରେ ଅନେକ ବଣ ମଲ୍ଲି ବଣରେ ହିଁ ରହିଯାଉଛନ୍ତି। ତେଣୁ  ସେହି ସବୁ ବଣ ମଲ୍ଲିକୁ ପ୍ରସ୍ଫୁଟିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ଯୋରନ୍ଦା ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଏକ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜଣେ ଛାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ମା’ ସରସ୍ୱତୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ଏକ ଥ୍ରୀଡି ପ୍ରିଣ୍ଟିଂର ମୂର୍ତ୍ତି ଉପହାର ଭାବରେ ପ୍ରଦାନ କରିଥିଲେ। ସେହି ଥ୍ରୀଡି ପ୍ରିଣ୍ଟିଂ ମୂର୍ତ୍ତିକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଥିଲେ, ଆମର ପିଲାମାନଙ୍କୁ ସୁଯୋଗ ମିଳିଲେ ସମସ୍ତେ ବହୁତ ଭଲ କାମ କରିପାରିବେ। ସେହିଭଳି ପିଲା ମାନଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଏହା ଆମ ସମସ୍ତଙ୍କର ଦାୟିତ୍ୱ।

ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହେବା ଉପଲକ୍ଷେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ଉଦଘାଟିତ ଅଟଳ ଟିଙ୍କରିଂ ଲ୍ୟାବ୍ ଉପରେ ସେ କହିଥିଲେ ଯେ ଅଟଳ ଟିଙ୍କରିଂ ଲ୍ୟାବ୍ ନୂଆପିଢ଼ିର ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶର ମାଧ୍ୟମ ହୋଇଛି। ପିଲାଙ୍କ ମନରେ ଥିବା ପ୍ରତିଭା ଓ ସର୍ଜନଶୀଳତାକୁ ପ୍ରସ୍ଫୁଟିତ କରିବା ଏହି ଲ୍ୟାବର ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଏହି ଲ୍ୟାବ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିକୁ ଉଜ୍ଜିବୀତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳରେ  ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାମାକ୍ଷାନଗର କାନପୁରା ସ୍ଥିତ ମା’ ମଙ୍ଗଳା ମନ୍ଦିରରେ ଦର୍ଶନ କରିଥିଲେ।