Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ ଯୋଗୁଁ ବୃଦ୍ଧି ହେଲା ବାହାନଗା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ ଯୋଗୁଁ ବୃଦ୍ଧି ହେଲା ବାହାନଗା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ

July 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁଣି ସ୍କୁଲ ଫେରାଇ ଆଣିବା ଲାଗି ଉଦ୍ୟମକୁ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହଯୋଗରେ ଜୁଲାଇ ମାସରେ ଦୁଇଟି ସ୍ନେହ ସୃଜନ ଅଧିବେଶନ ଆୟୋଜନ କରାଯାଇଛି। ଦିବସବ୍ୟାପୀ ଏହି ଦୁଇ ଅଧିବେଶନ ଜୁଲାଇ ୧ ଓ ୮ ତାରିଖରେ ଆୟୋଜନ କରାଯାଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜୁନ୍ ୧୯-୨୦ରେ ନିକଟବର୍ତୀ ଛଅଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ କାର୍ଯ୍ୟକ୍ରମର ତିନିଟି ପର୍ଯ୍ୟାୟ ଚାପ ହ୍ରାସରେ ସହାୟକ ହୋଇଥିଲା ଓ ଏହାର ପ୍ରଭାବରେ ସ୍କୁଲକୁ ଆସୁଥିବା ଓ ଶ୍ରେଣୀରେ ଉପସ୍ଥିତ ରହୁଥିବା ଛାତ୍ରଛାତ୍ରୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ସାରା ଦେଶକୁ ମର୍ମାହତ କରିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ବାହାନଗା ହାଇ ସ୍କୁଲ ଆଖପାଖ ଗ୍ରାମଗୁଡ଼ିକର ପିଲାମାନଙ୍କୁ ମାନସିକ ସ୍ତରରେ ଗଭୀର ଭାବେ ପ୍ରଭାବିତ କରିଥିଲା। ଭୟଭୀତ ହୋଇପଡ଼ିଥିବା ଏବଂ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବା ପିଲାମାନଙ୍କ ଚାପ ହ୍ରାସ କରିବା ପାଇଁ ଜୁନ୍ ୧୯-୨୦ରେ ନିକଟବର୍ତୀ ଛଅଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ପିଲାମାନଙ୍କ ଶିକ୍ଷାରେ ପ୍ରତିବନ୍ଧକ ସାଜିଥିବା ସାମାଜିକ ବାଧା ଦୂର କରିବାରେ ସହାୟକ ହୋଇଥିଲା। ଏଥିରେ ପିଲାମାନଙ୍କୁ ସ୍କୁଲକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହ ଚାପ ସ୍ଥିତି, ବିଭ୍ରାନ୍ତି ମୁକାବିଲା, ଭ୍ରାନ୍ତ ଓ ଭୁଲଧାରଣାକୁ ଏଡ଼ାଇବା, ଭୟ ଉପରେ ବିଜୟ ହାସଲ କରିବା ଏବଂ ଚାପ ସମୟରେ ଅଭିଭାବକ କିଭଳି ଯତ୍ନ ନେବା ଦରକାର ସେବିଷୟରେ ପିଲା ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।

ଜୁଲାଇ ୧ରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ମୋ ସ୍କୁଲ ଓଡ଼ିଶା ସହଯୋଗରେ ବାହାନଗା ହାଇ ସ୍କୁଲ ପରିସରରେ ସ୍ନେହ ସୃଜନ ଅଧିବେଶନ ଆୟୋଜନ କରାଯାଇଥିଲା। ମୋ ସ୍କୁଲ ଓଡ଼ିଶାର ଅଧିକାରୀମାନେ ଯୋଗଦେଇ ଛାତ୍ରଛାତୀମାନଙ୍କୁ ପାଠପଢ଼ାରେ ଯୋଗ ଦେବା ଏବଂ ଉଭୟ ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିବା ସହ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ, ଯାହା ଫଳରେ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସହକାରୀ ନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମ ଅଧିକାରୀ ଅବିନାଶ ଶତପଥୀ, ମୋ ଓଡ଼ିଶାର ଜୋନାଲ ପ୍ରକଳ୍ପ ନିରୀକ୍ଷଣ ଅଧିକାରୀ ସରୋଜ କୁମ୍ଭାର, ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର, ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରର ସମ୍ପାଦକ ରତିକାନ୍ତ ନାୟକ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ମଧୁମିତା ଦାସ, ଶିଶୁ ସୁରକ୍ଷା ତଥା ସ୍କୁଲ ସୁରକ୍ଷା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ, ଏଫ୍‌ଏମ୍ ମେଡିକାଲ୍ କଲେଜର ଏମ୍‌ବିବିଏସ୍ ଇଂଟର୍ଣ୍ଣ ଡକ୍ଟର ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସେହିପରି, ଜୁଲାଇ ୮ରେ ରିଲାଏନ୍ସ ଫାଉଣ୍ଡେସନ ଓ ବାଲେଶ୍ୱର ଜିଲ୍ଲ ପ୍ରଶାସନ ସହଯୋଗରେ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିିଥିଲେ। ସ୍କୁଲ ଭିତରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କାଗଜ କଳାକୃତି ପ୍ରସ୍ତୁତି, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କାହାଣୀ ବର୍ଣ୍ଣନା, ଗୀତ ଗାଇବା, ଚାପ ଦୂର କରିବା ଲାଗି ବେଲୁନ ଫୁଙ୍କିବା, ଦଉଡ଼ି କାର୍ଯ୍ୟକଳାପ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାମାନ ଆୟୋଜନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ସ୍କୁଲ ପ୍ରତି ରହିଥିବା ଭଲ ପାଇବାକୁ ଫେରାଇଆଣିବା ଲାଗି ଉଦ୍ୟମ କରାଯାଇଥିଲା। ଏହି ଭାବ ବିନିମୟ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ମନସ୍ତାତ୍ତ୍ୱିକ ଚାପକୁ ହ୍ରାସ କରିବା।

ବାହାନଗା ହାଇସ୍କୁଲ ମର୍ମନ୍ତୁଦ ରେଳ ଦୁର୍ଘଟଣା ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026
Latest News

ଆଜି ଫେବୃୟାରୀ ୧ ଶନିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.