Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୧୩ ରୁ ୧୫ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜୁଲାଇ ୧୩ ରୁ ୧୫ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

July 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯିବେ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌‍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୩ ରୁ ୧୪ ଜୁଲାଇ ୨୦୨୩ ପ୍ୟାରିସ ଗସ୍ତ କରିବେ। ୧୪ ଜୁଲାଇ ୨୦୨୩ ରେ ବଷ୍ଟିଲ୍ ଡେ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ, ଯେଉଁଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍‌‍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ। ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ମଧ୍ୟ ଆୟୋଜନ କରିବେ।

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ଭାବରେ ଆଲୋଚନା କରିବେ।

ଚଳିତ ବର୍ଷ ଭାରତ – ଫ୍ରାନ୍ସ ରଣନୀତିକ ସହଯୋଗର ୨୫ ତମ ବାର୍ଷିକୀ ପାଳନ କରାଯାଉଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭବିଷ୍ୟତ ପାଇଁ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷା ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ।

ଏହା ପରେ ପ୍ରଧାନମନ୍ତ୍ରୀ ଜୁଲାଇ ୧୫ ରେ ଆବୁଧାବି ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍‍ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଆଲୋଚନା କରିବେ। ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ କ୍ରମାଗତ ଭାବରେ ମଜବୁତ ହୋଇଛି ଏବଂ ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା, ଫିନଟେକ୍‌, ପ୍ରତିରକ୍ଷା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏକ ସୁଯୋଗ ହେବ। ଏହା ମଧ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ଉପରେ ଆଲୋଚନା କରିବାର ଏକ ସୁଯୋଗ ହେବ, ବିଶେଷକରି ୟୁଏନଏଫସିସିର ସିଓପି-୨୮ ର ୟୁଏଇର ରାଷ୍ଟ୍ରପତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଯେଉଁଥିରେ ୟୁଏଇ ଏକ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଅଟେ।

ନରେନ୍ଦ୍ର ମୋଦୀ ଫ୍ରାନ୍ସ ୟୁଏଇ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Latest News

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.