
ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ଦାୟିତ୍ବ ମିଳିବା ପରେ ରାଜନାଥ ସିଂ ସୋମବାର ଦିନ ସିଆଚେନ୍ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହ ସେନା ମୁଖ୍ୟ ବିପିନ ରାଓ୍ବତ ମଧ୍ୟ ରହିଛନ୍ତି। ବିଶ୍ୱର ସର୍ବୋଚ୍ଚ ମିଲିଟାରୀ ପୋଷ୍ଟ ଭାବେ ପରିଚିତ ସିଆଚେନ୍ ଗ୍ଲାସିୟରରୁ ସେ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିରୋଧ ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଏହାସହିତ ପାକିସ୍ତାନ ସୀମାକୁ ଲାଗିରହିଥିବା ଭାରତର ବିଭିନ୍ନ ଅଂଶରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନଜର ପକାଇଛନ୍ତି ରାଜନାଥ।