Breaking News: କଂଗ୍ରେସରୁ ନିଳମ୍ବନ ହେଲେ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ବାଳ

Published: Jul 15, 2023, 5:14 pm IST
MdMokim

ଭୁବନେଶ୍ବର: ଆଜି ଏକ ଘଟଣା କ୍ରମେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏବଂ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଦଳରୁ ନିଲମ୍ବିତ ହୋଇଛନ୍ତି। ଏ ନେଇ ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ନେଇ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଉଭୟ ଏକ ସଭାରେ କଂଗ୍ରେସ ବିରୋଧରେ ଟିପ୍ପଣୀ ଦେଇଥିଲେ। ସେଥିପାଇଁ ଦଳ ତରଫରୁ ତାଙ୍କୁ କାରଣ ଦର୍ଶା ନୋଟିସ ଜାରୀ କରାଯାଇଥିଲା। ଏହାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Related posts