ଆଜି ଚାକିରୀ ପାଇବେ ୪୦୬ ଜଣ, ମୁଖ୍ୟମନ୍ତ୍ରୀ ଦେବେ ଦିଗଦର୍ଶନ

Published: Jul 18, 2023, 9:31 am IST

ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ ସରକାର ୪୦୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଲଗାତର ଭାବେ ରାଜ୍ୟ ସରକାର ନିଯୁକ୍ତି ପର୍ବ କରି ଏହି ଚାକିରୀ ପ୍ରଦାନ କରିଆସୁଛି। ଆଜି ମଧ୍ୟ ସେହି କ୍ରମରେ ନୂଆ ନିଯୁକ୍ତି ପ୍ରଦାନ କରାଯିବ। ଏହା ଆଜି ଅପରାହ୍ନରେ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ।

ଆଜି ଯୋଗ ଦେବାକୁ ଥିବା ୪୦୬ ଜଣ କୃଷି ବିଭାଗ ବିଭିନ୍ନ ସ୍ଥାନରେ ନିଯୁକ୍ତି ହେବେ। ସେମାନଙ୍କ ମଧ୍ୟରେ ୨୬୧ ଜଣ ସହକାରୀ କୃଷି ଅଧିକାରୀ, ୧୦୨ ଜଣ ସହକାରୀ କୃଷି ଯନ୍ତ୍ରୀ ଏବଂ ୪୩ ଜଣ ହେଉଛନ୍ତି ବିହନ ଉତ୍ପାଦନ ଏବଂ ବିପଣନ ଅଧିକାରୀ।

Related posts