
କୁଜଙ୍ଗ: ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ୍ର ବରିଷ୍ଠ ବିଜେଡି ନେତା ସୌଭାଗ୍ୟ ରଞ୍ଜନ ବିଶ୍ୱାଳ ଓ ମନିନ୍ଦ୍ର ଗୁରୁଙ୍କୁ ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ଭଳି ଗୁରତ୍ୱ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣ ମଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି।
ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଛାତ୍ର ଜୀବନରୁ ରାଜନୀତି କରିବା ସହିତ ସମାଜସେବା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ସେହିପରି ଶ୍ରୀଯୁକ୍ତ ଗୁରୁ ବିଜୁ ଜନତା ଦଳର ସକ୍ରିୟ କର୍ମୀଭାବେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ପାରାଦ୍ୱୀପ ଅଂଚଳରେ ଶ୍ରମିକ ସଂଗଠନ ଓ ସମାଜସେବା ସଂଗଠନ ସହିତ ଜଡ଼ିତ ରହିଆସୁଛନ୍ତି।
ସେହିପରି ଶ୍ରୀ ଗୁରୁ ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ବାଲେଶ୍ୱର, କେନ୍ଦ୍ରାପଡ଼ା ଭଳି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ବିଶ୍ୱାଳ ଓ ଶ୍ରୀଯୁକ୍ତ ଗୁରୁ ଜିଲ୍ଲା ସଂପାଦକ ଭାବେ ନିଯୁକ୍ତ ହେବା ପରେ ପାରାଦ୍ୱୀପ ଓ କୁଜଙ୍ଗ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି। ଏହି ଗୁରୁ ଦାୟିତ୍ୱ ମିଳିବା ପରେ ଶ୍ରୀ ବିଶ୍ୱାଳ ଓ ଶ୍ରୀ ଗୁରୁ ସ୍ଥାନିୟ ପାରାଦ୍ୱୀପ ବିଧାୟକ ସମ୍ବିତ୍ ରାଉତରାୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।