Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫-ଟି ସଚିବଙ୍କ ରଣପୁର ଗସ୍ତ: ତିନି ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ହେବ ବୋଲି ଦେଲେ ପ୍ରତିଶୃତି
ଆଜିର ଖବର

୫-ଟି ସଚିବଙ୍କ ରଣପୁର ଗସ୍ତ: ତିନି ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ହେବ ବୋଲି ଦେଲେ ପ୍ରତିଶୃତି

July 20, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା। ଆଜି ସକାଳେ ରଣପୁରରେ ପ୍ରବଳ ବର୍ଷା ଲାଗି ରହିଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ସମୟ ସୂଚୀ ଅନୂଯାୟୀ ରଣପୁର ଜେଲ ଛକ ଠାରେ ସକାଳ ୯ ଘଟିକା ୫ ମିନିଟ୍ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା। ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବେୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ।
ସେଠାରୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ,  ଦେବୋତର ବିଭାଗ ଅଧିକାରୀ ଇପ୍ସିତ ସାହୁ, ଦେବୋତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ  ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ।
ତାପରେ ଥାନା ନିକଟରେ ଥିବା ଶହୀଦ ରଘୁ-ଦିବାକର ମଣ୍ଡପକୁ ଯାଇ ଶହୀଦ ରଘୁ-ଦିବାକରଙ୍କ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ପରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ଡାକ୍ତର, ରୋଗୀମାନଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଅସୁବିଧା ସମ୍ବନ୍ଧରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ର ବୁଲି ଖାଦ୍ୟର ମାନ ପରଖି ଥିଲେ। ନୂତନ ଭାବେ ତିଆରି ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ବୁଲି ଦେଖି ଥିଲେ।
ଏହା ପରେ ରଣପୁର ମିନି ଷ୍ଟାଡିୟମରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରବଳ ବର୍ଷାକୁ ଖାତିରି ନ କରି ହଜାର ହଜାର ମହିଳା ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟରେ ଲୋକମାନେ ବିଭିନ୍ନ ଅଭିଯୋଗ, ସମସ୍ୟାମୂଳକ ଦରଖାସ୍ତ ୫-ଟି ସଚିବଙ୍କୁ ପ୍ରଦାନ କରିଥିଲେ। ଲୋକମାନଙ୍କ ସମସ୍ୟାଗୁଡିକ ୭ ଦିନ ଭିତରେ ସମାଧାନ କରିବେ ବୋଲି ୫-ଟି ସଚିବ ମତ ଦେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୂଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସଚିବ ମତ ଦେଇଥିଲେ। ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆ ଯାଉଥିବା ବେଳେ ପୁରୁଷମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ଯୋଗାଇ ଦିଆଯାଉଛି।
୫-ଟି ସଚିବ ତାଙ୍କର ଅଭିଭାଷଣରେ ନୟାଗଡ ଜିଲ୍ଲାର ପ୍ରତି ଘରକୁ ପାଇପ ଯୋଗେ ଜଳ ଯୋଗଇ ଦିଆଯିବ ବୋଲି କହିଥିଲେ। ଏଥିପାଇଁ ୧୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ଭାଷଣରେ କହିଥିଲେ। ଯଦି ପିଇବା ପାଣି ପାଇବାରେ କୌଣସି ଅସୁବିଧା ହୁଏ, ତାହେେଲେ ୩ ଦିନ ମଧ୍ୟରେ ସମସ୍ୟା ସମାଧାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କୃଷି ସମସ୍ୟାଗୁଡିକୁ ପ୍ରାଥମିକତା ଦିଆଯାଇ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଥିଲେ। ମଧୁବାବୁ ପନେସନ ଯୋଜନା ବ୍ୟାଙ୍କ ପରିବର୍ତେ ପଚାୟତରେ ମିଳିବ ବୋଲି କହିଥିଲେ। ଯାହା ଫଳରେ ଲୋକମାନେ ବ୍ୟାଙ୍କରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।   ବି.ସି. ହାଇସ୍କୁଲର ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ସଭ୍ୟ ସତ୍ୟବାନ ସାହୁ, ମାଧବ ଚନ୍ଦ୍ର ପ୍ରଧାନ ୫-ଟି ସଚିବଙ୍କୁ ଭେଟି ବିଦ୍ୟାଳୟର ସମସ୍ୟା ବିଷୟରେ ପ୍ରଦାନ କରିଥିବା ଜଣା ପଡିଛି।
ସେହିପରି ରଣପୁର ନୂତନ ପେନସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ସଭାପତି ଅନୀଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଂଜନ କର, କୋଷାଧକ୍ଷ ସୂଶୀଲ କୁମାର ରଣା, ସୁଶାନ୍ତ କୁମାର ପ୍ରଧାନ ପ୍ରମୂଖ ସଚିବଙ୍କୁ ଭେଟି ଶିକ୍ଷକମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଏକ ମେମୋରାଣ୍ଡମ ପ୍ରଦାନ କରିଥିଲେ। ସେହିପରି ରଣପୁରକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଯାହା ବହୁ ବର୍ଷ ଧରି ରଣପୁର ଜନସାଧାରଣଙ୍କ ଦାବି ଥିଲା ତାହାକୁ ଆଜି ରଣପୁର ଗ୍ରସ୍ତରେ ଆସିଥିବା ସଚିବଙ୍କୁ ଜଗନ୍ନାଥ ସେନା ତରଫତୁ ଦାବିକୁ ଲିଖିତ ଆକାରରେ ପ୍ରଦାନ କରାଯାଇଛି।
ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ତହସିଲଦାର ଇପ୍ସିତ ସାହୁ,  ବିଡିଓ ଜ୍ୟୋତି ପ୍ରକାଶ ସେଠୀ, ଏସ.ଡି.ପି.ଓ କିରନ ହେମ୍ରମ୍‌, ରଣପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ସହ ବିଭିନ୍ନ ସରକାରୀ ଅଧୀକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକଙ୍କ ସହ ସମସ୍ତ କାଉନସିଲର, ସରପଚ, ସମିତିସଭ୍ୟ ପ୍ରମୂଖ ଉପସ୍ଥିତ ଥିଲେ। ବର୍ଷା ସତ୍ୱେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
ନୟାଗଡ଼ ଜିଲ୍ଲା ପାଣି ସମସ୍ୟା ଭି.କେ ପାଣ୍ଡିଆନ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌ କାଣ୍ଡ! ୭ କଏଦୀ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

June 24, 2026

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026
Latest News

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌ କାଣ୍ଡ! ୭ କଏଦୀ ଅସୁସ୍ଥ, ୩ ଜଣଙ୍କ ଅବସ୍ଥା ଗୁରୁତର

June 24, 2026

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.