Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ
ଆଜିର ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ

July 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ବ୍ରେନଡେନ୍ ଓ’ କୋନୋରଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ୍ କରିଛନ୍ତି। ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବା ସହ ସମ୍ପ୍ରସାରଣ କରିବା ଦିଗରେ ଉଭୟ ଦେଶର ମନ୍ତ୍ରୀ ଆଲୋଚନା କରିଛନ୍ତି।

ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ପରିଚାଳନା କରିଛି ଏବଂ ଲୋକଙ୍କ ଦକ୍ଷତା ବୃଦ୍ଧି କରିବାରେ ଅଷ୍ଟ୍ରେଲିଆର ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଯେ ଦୁଇ ଦେଶ ଭାରତରେ ଏହା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ମୟରେ ଉଭା ହେଉଥିବା ନୂଆ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉପାୟ ଅନ୍ୱେଷଣ କରିବା ଉଚିତ୍। ଏହାବ୍ୟତିତ ଖଣି ଖନନ, କୃଷି ପ୍ରଯୁକ୍ତିବିଦ୍ୟା, ଜଳ ପରିଚାଳନା, ଅକ୍ଷୟ ଉର୍ଜା, ଏଆଇ ରୋବୋଟିକ୍ସ ଭଳି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମିଳିତ ପାଠ୍ୟକ୍ରମ ବିକଶିତ କରିବା ତଥା ଗ୍ରୀନ ହାଇଡ୍ରୋଜେନ୍ ପାଠ୍ୟକ୍ରମର ବିଷୟ ଗୁଡିକର ବିକଶିତ କରିବା ପାଇଁ ମିଳିତ ଉଦ୍ୟମ କରିବା ପାଇଁ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ, ଯାହାର ଇତିହାସ ନୂଆ ଉଚ୍ଚତାକୁ ଯାଇଛି। ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି, ମାଇଗ୍ରେସନ ଓ ମୋବିଲିଟି ପାର୍ଟନରସିପ୍ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଭାରତ ଓ ଅଷ୍ଟ୍ରେଲିଆର ଦକ୍ଷତା କ୍ଷେତ୍ର ସହ ଜଡ଼ିତ ନିୟମକୁ ମିଳିତ ଭାବରେ କାର‌୍ୟ୍ୟ କରିବା ଉପରେ ଆଲୋଚନା କରିଛନ୍ତି। ଉଭୟ ଦେଶରେ ଧନ୍ଦାମୂଳକ କୌଶଳର ମାନ୍ୟତା ପ୍ରଦାନକୁ ତ୍ୱରାନ୍ୱିତ କରିବା, ଡୁଆଲ୍ ସାର୍ଟିଫିକେସନ ପ୍ରଦାନ କରିବା,ଭର୍ଚ୍ଚୁଆଲ ଏବଂ ଫିଜିକାଲ କାର‌୍ୟ୍ୟକ୍ରମର ଆଦାନପ୍ରଦାନ ସହ ଆପ୍ରେଣ୍ଟସିପ୍ କାର‌୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପର ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ଦକ୍ଷତା ବିକାଶରେ କ୍ଷମତାକୁ ବୃଦ୍ଧି କରିବା ଦିଗରେ ଅଷ୍ଟ୍ରେଲିଆର ଭେଟ୍ ଟ୍ରେନିଂ ପାର୍ଟନରକୁ ସ୍ୱାଗତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କୁ ଚଳିତବର୍ଷ ସେପ୍ଟେମ୍ବରରେ ଗୁଜୁରାଟର ଗାନ୍ଧୀନଗରରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ(ଏଆଇଇଏସସି) ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକ ଉଭୟ ଦେଶର ଶିକ୍ଷା, ଦକ୍ଷତା ବିକାଶ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ ପ୍ରଦାନ କରିବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ମନ୍ତ୍ରୀ କହିଥିଲେ ଯେ ଷ୍ଟୁଡେଣ୍ଟ  ମୋବିଲିଟିକୁ ପୁନରୁଦ୍ଧାର କରିବା ତାଙ୍କ ଦେଶର ପ୍ରାଥମିକତାରେ ରହିଛି। ଭିସା ପ୍ରକ୍ରିୟାକୁ ସରଳୀକରଣ କରିବା ଉପରେ କାର‌୍ୟ୍ୟ କରାଯିବା ଉପରେ ସେ ମତପ୍ରକାଶ କରିଥିଲେ।

ଅଷ୍ଟ୍ରେଲିଆ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.