
ବ୍ରହ୍ମପୁର: ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ କମଳାପୁର ନାକାଗେଟ୍ ଠାରେ ସନ୍ଦେହ ଜନକ ଭାବେ ଏକ ଟ୍ରକକୁ ଅଟକାଇ ଥିଲେ। ଚାଳକକୁ ପୋଲିସ ପଚରାଉଚରା ସମୟରେ ସେ ସମ୍ବଲପୁରରୁ ମାଛ ଖାଦ୍ୟ ଧରି ମହାରାଷ୍ଟ୍ର ଯାଉଥିବା କହିଥିଲା। କିନ୍ତୁ ପୋଲିସର ସନ୍ଦେହ ବଢ଼ିବାରୁ ଟ୍ରକ୍ ର ସମସ୍ତ ଜିନିଷ ଓହ୍ଲାଇ ଯାଞ୍ଚ କରିବା ବେଳେ ତା ଭିତରୁ ୫୪ ବସ୍ତା ଗଞ୍ଜେଇ ମିଳିଥିଲା। ଯାହାର ମୁଲ୍ୟ ୭ କୋଟି ଟଙ୍କା ହେବ ବୋଲି ଜଣାପଡିଛି।
ପୋଲିସ ଟ୍ରକ ଚାଳକ ଶୁଭମ୍ ଶମ୍ବାଲେ ଓ ବ୍ୟବସାୟୀ ଗୁଞ୍ଜନ ମହାଦେବକୁ ଧରି ଜେରା କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।