Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାମେଣ୍ଟରେ ଫାଟ : ଏକାକୀ ଉପ ନିର୍ବାଚନ ଲଢିବ ବିଏସ୍‌ପି
ଆଜିର ଖବର

ମହାମେଣ୍ଟରେ ଫାଟ : ଏକାକୀ ଉପ ନିର୍ବାଚନ ଲଢିବ ବିଏସ୍‌ପି

June 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ ସପା-ବସପା ମହାମେଣ୍ଟରେ ଔପଚାରିକ ଭାବରେ ବ୍ରେକ୍ ଲାଗିଛି। ସାଧାରଣ ନିର୍ବାଚନରେ ମହାମେଣ୍ଟର ପରାଜୟ ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଏସପି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦାୟୀ କରିଛନ୍ତି। ତେଣୁ ୧୧ଟି ଆସନରେ ହେବାକୁ ଥିବା ଆଗାମୀ ଉପ-ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଆଜି ମାୟାବତୀ କହିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସପା ବସପା ନିଜର ସମସ୍ତ ରାଗ ଅଭିମାନ ଭୁଲି ଏକତ୍ର ହୋଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନରେ ମଧ୍ୟ ଏକତ୍ର ଲଢିବେ ବୋଲି ନିର୍ବାଚନୀ ସଭାରେ ମାୟାବତୀ ଓ ଅଖିଳେଶ କହିଥିଲେ। ତେବେ ନିର୍ବାଚନ ଫଳାଫଳରେ ବିଜେପି ପାଖରୁ ଏହି ମହାମେଣ୍ଟର ପରାଜୟ ବରଣ ପରେ ଅଖିଳେଶଙ୍କୁ ସମସ୍ତ ଦୋଷ ଦେଇଛନ୍ତି ମାୟାବତୀ। ନିର୍ବାଚନରେ ମେଣ୍ଟରୁ ଯେତିକି ଆଶା କରାଯାଇଥିଲା ପରିଣାମ ତା’ଠାରୁ ମଧ୍ୟ କମ୍‌ ରହିଛି  ଏବଂ ଏହାସହିତ ଯାଦବଙ୍କ ଭୋଟ ଟ୍ରାନ୍ସଫର ହୋଇପାରି ନ ଥିଲା ବୋଲି ମାୟା କହିଛନ୍ତି। କେବଳ ଏତିକି ନୁହେଁ, ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜ ପତ୍ନୀ ଓ ଭାଇଙ୍କୁ ନିର୍ବାଚନରେ ଜିତାଇ ପାରିଲେ ନାହିଁ ବୋଲି ମାୟାବତୀ କହିଛନ୍ତି। ତେବେ ମାୟାଙ୍କ ଏପରି କଥାରୁ ମହାମେଣ୍ଟର ଫାଟ ହୋଇଥିବାର ଜଣାପଡୁଛି। ଚଳିତ ନିର୍ବାଚନରେ ଚଳିତ ନିର୍ବାଚନରେ ୮୦ ଲୋକସଭା ଆସନରୁ ବିଜେପି ୬୨ଟି ଓ ସହଯୋଗୀ ‘ଆପନା ଦଳ’ ୨ଟି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ମହାମେଣ୍ଟର ବିଏସପି ୧୦ଟି, ଏସପି ୫ଟି ଜିତିଥିବା ବେଳେ ଆରଏଲଡି କୌଣସି ଆସନ ଜିତି ନାହିଁ।

alliance bsp sp thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.