Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁମାନଙ୍କ ପାଇଁ ଓଆର୍‌ଏସ୍ ଭ୍ୟାକ୍ସିନ୍ ସଦୃଶ
ଆଜିର ଖବର

ଶିଶୁମାନଙ୍କ ପାଇଁ ଓଆର୍‌ଏସ୍ ଭ୍ୟାକ୍ସିନ୍ ସଦୃଶ

July 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍‌ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥାନ୍ତି। ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ ସଲ୍ୟୁସନ୍ (ଓଆର୍‌ଏସ୍‌) ପାନୀୟ ପ୍ରଦାନ କରିବା ଆବଶ୍ୟକ।

କୋଭିଡ ସମୟରେ ଯେପରି ଟୀକା ରକ୍ଷା କବଚ ସାଜିଥିଲା ଶିଶୁମାନଙ୍କୁ ଡାଇରିଆ ହେଲେ ଓଆରଏସ୍ ଠିକ୍ ସେହିପରି କାର୍ଯ୍ୟ କରିଥାଏ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଓଆର୍‌ଏସ୍ ଦିବସ ଓ ସପ୍ତାହ ପାଳନ ଅବସରରେ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍‌ସ ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଶିଶୁମାନଙ୍କୁ ଓଆର୍‌ଏସ୍ ଦେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବାର ସଚେତନ ହେବା ଆବଶକ୍ୟକ।

ଏହି ଅବସରରେ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଯୋଗ ଦେଇ ଏହି ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ସଚେତନତା ସୃଷ୍ଟି କରିବା ବୋଲି କହିଥିଲେ।

ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି କହିଥିଲେ ଯେ ଡାକ୍ତରମାନେ ଡାଇରିଆରେ ପୀଡ଼ିତ ଥିବା ଶିଶୁମାନଙ୍କ ନିମନ୍ତେ ଔଷଧର ପରାମର୍ଶ ଦେବା ସମୟରେ ଓଆର୍‌ଏସ୍‌କୁ କିଭଳି ଭାବରେ ବ୍ୟବହାର କରିବେ ସେ ଦିଗରେ ବାପା-ମା’ମାନଙ୍କୁ ଉପଯୁକ୍ତ ଭାବେ ବୁଝାନ୍ତୁ।

ଏହି କାର୍ଯ୍ୟକ୍ରମରେ ଆଇଏପିର ପ୍ରମୁଖ ସଦସ୍ୟ ପ୍ରଫେସର ପ୍ରଶାନ୍ତ ସାବତ ଯୋଗ ଦେଇ ଓଆରଏସ୍ ଦ୍ୱାରା କିଭଳି ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଯାଇପାରିଛି ସେ ସମ୍ପର୍କରେ ତଥ୍ୟ ରଖିଥିଲେ।

ଏହି ଅବସରରେ ସମ୍‌ର ଶିଶୁରୋଗ ବିଭାଗର ପ୍ରଫେସର ଦିଲ୍ଲୀପ କୁମାର ଦାସ କହିଥିଲେ ଯେ ଡାଇରିଆର ଚିକିତ୍ସା ନିମନ୍ତେ ଓଆରଏସ୍ ସବୁଠାରୁ ସାଧାରଣ, ଶସ୍ତା ଓ ପ୍ରମାଣିତ ଥେରାପି। ଏହାକୁ ଆମେ କେହି ବି ଅଣଦେଖା କରିବା ଉଚିତ୍ ନୁହେଁ। ଡାଇରିଆରୁ ମୁକ୍ତି ପାଇବା ପାଇଁ କେତେ ମାତ୍ରାରେ ଓଆରଏସ ସେବନ, ସେହି ସମୟରେ ଶିଶୁକୁ ସ୍ତନ୍ୟପାନ, ସ୍ତନ୍ୟପାନ କରୁ ନଥିବା ଶିଶୁଙ୍କୁ ଉପଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱଚ୍ଛତା ଅବଲମ୍ବନ ଏବଂ ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଭଳି ୫ଟି ଉପଦେଶ ପ୍ରଫେସର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଶିଶୁରୋଗ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ପ୍ରଫେସର ରଚିତା ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ମୃଣ୍ମୟ ଦାସମହାପାତ୍ର ଓ ଡାକ୍ତର ବିଭୁଦତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଡାଇରିଆ ବର୍ଷା ଦିନେ ସମ୍‌ ହସ୍ପିଟାଲ ସ୍ୱାସ୍ଥ୍ୟ ସମସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Latest News

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.