Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ବୋମାମାଡ଼ ଘଟଣାରେ ୫ ଦୁର୍ଦାନ୍ତ ଅପରାଧିଙ୍କୁ ଗିରଫ କଲା ସଦର ଥାନା ପୋଲିସ
ଆଜିର ଖବର

ପୁରୀ ବୋମାମାଡ଼ ଘଟଣାରେ ୫ ଦୁର୍ଦାନ୍ତ ଅପରାଧିଙ୍କୁ ଗିରଫ କଲା ସଦର ଥାନା ପୋଲିସ

July 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PuriCrimee
ପୁରୀ ବୋମାମାଡ଼ ଘଟଣାରେ ୫ ଦୁର୍ଦାନ୍ତ ଅପରାଧିଙ୍କୁ ଗିରଫ କଲା ସଦର ଥାନା ପୋଲିସ

ପୁରୀ: ପୁରୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ଘଟଣାରେ ଆଜି ୫ ଦୁର୍ଦାନ୍ତ ଅପରାଧି ଗିରଫ ହୋଇଛନ୍ତି। ଏ ନେଇ ବାସେଳୀ ସାହି ଥାନା ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁରୀ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ନିଲୁ ବରାଳ(୨୪), ନାରାୟଣ ମଲ୍ଲିକ(୨୨ ),ବୁଲୁ ମଲ୍ଲିକ(୨୪)ଜିତେନ୍ଦ୍ର ସାହୁ(୩୦) ଏବଂ ଟାଉନ ଥାନା ଅଞ୍ଚଳର ରମିନ ସିଂ(୨୩ )। ଉପରୋକ୍ତ ଅପରାଧୀଙ୍କ ନିକଟରୁ ଚାରି ଗୋଟି ଅଫୁଟା ବୋମା,ଗୋଟାଏ ବାଇକ, ଗୋଟାଏ ସ୍କୁଟି ଏବଂ ବୋମାର ଅବଶେଷ ଜବତ କରିଛି ପୋଲିସ। ତେବେ ଅଭିଯୁକ୍ତ ନିଲୁ, ରମି ଓ ନାରାୟଣଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ପୁର୍ବରୁ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡିଛି।

ସୂଚନା ଥାଉକି ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଅଞ୍ଚଳର ବିଜୟ କୁମାର ଖୁଣ୍ଟିଆ(୪୪) ଙ୍କ ସହ ଅଭିଯୁକ୍ତ ନିଲୁ ବରାଳଙ୍କ ଦୀର୍ଘ ଦିନର ପୂର୍ବ ଶତ୍ରୁତା ଥିଲା। ଫଳରେ ନିଲୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବିଜୟଙ୍କୁ ଜୀବନରୁ ମାରିଦେବା ପାଇଁ ସଦାବେଳେ ସୁଯୋଗ ଅପେକ୍ଷାରେ ଥିଲେ। ଏହି ପରିପ୍ରେକ୍ଷୀରେ ଗତ ୨୭ ତାରିଖରେ ନିଲୁ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ବିଜୟଙ୍କ ଘରକୁ ୩ ଗୋଟି ବୋମା ମାଡ଼ କରିଥିଲେ।

ତେବେ ବିଜୟ ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ସ୍ତ୍ରୀ ଙ୍କ ଉପରକୁ ଉକ୍ତ ବୋମା ଅଭିଯୁକ୍ତମାନେ ଫୋପାଡ଼ିଥିବା ବେଳେ ବିଜୟଙ୍କ ସ୍ତ୍ରୀ ଭୟରେ ଘରେ ଭିତରକୁ ପଳାଇଥିଲେ।ଏହା ଜାଣିବା ପରେ ବିଜୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ ନମ୍ବର ୧୩୯ /୨୩ ରେ ମାମଲା ରୁଜୁ କରିଥିବା ବେଳେ ପୁରୀ ଏସପିଙ୍କ ନିର୍ଦେଶକ୍ରମେ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦୁଇ ଗୋଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।

ଉକ୍ତ ଟିମ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହାୟତାରେ ଡ଼ିଏସପି ଶ୍ରୀ ସାହୁ ଉକ୍ତ ୫ ଅଭିଯୁକ୍ତଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଗିରଫ କରିବାରେ ସଫଳ ହୋଇଛନ୍ତି l ତେବେ ଗିରଫ ଭୟରେ ସମସ୍ତ ଅଭିଯୁକ୍ତ ଖୁବ ଶୀଘ୍ର ରାଜ୍ୟ ଛାଡିବା ଚକ୍କରରେ ଥିଲେ ବୋଲି ପୋଲିସ କହିଛି l ଆଜିର ଉକ୍ତ ପ୍ରେସ ମିଟରେ ସଦର ଥାନା ଆଇଆଇସି ଭାବଗ୍ରାହୀ ରାଉତ ଏବଂ ବାସେଳୀ ସାହି ଥାନା ଆଇଆଇସି ରମାକାନ୍ତ ମୁଦୁଲି ଉପସ୍ଥିତ ଥିଲେ।

ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Latest News

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.