ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ

Published: Aug 4, 2023, 9:40 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କିଛି ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ କାରବାର କୁ ନେଇ ଅଭିଯୋଗ ପାଇ ଗୋଳନ୍ଥରା ଥାନା ପୋଲିସ ଏକ ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉ କରି ଦୁଇ ଜଣ ବ୍ୟବସାୟୀ କୁ ଆଣି ଥାନାରେ ଜେରା କରିଥିଲେ। ଯାହାଫଳରେ ସେମାନେ ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମ ରେ ପ୍ରସ୍ତୁତ ହେଉଥିବା ଏକ କାରଖାନା ବିଷୟରେ ସୁଚନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବଡ଼ବଜାର ପୋଲିସ ଓ ଗୋଳନ୍ଥରା ପୋଲିସ ମିଳିତ ଭାବେ ସୁକୁଣ୍ଡା ସ୍ଥିତ ଉକ୍ତ ନକଲି ଇଞ୍ଜିନ ଅଏଲ କାରଖାନା ଉପରେ ଚଢ଼ାଉ କରି ଆଉ ଜଣେ ପ୍ରସ୍ତୁତକାରୀ ଧରି କାରଖାନା ଯାଞ୍ଚ କରିବା ବେଳେ ସେ ଭିତରେ ମହଜୁଦ ଥିବା ୨୦୦ ଲିଟର ଇଞ୍ଜିନ ଅଏଲ, ଏକ ହଜାରରୁ ଉର୍ଦ୍ଧ୍ବ ଖାଲି ଅଏଲ ଡବା, ନାମିଦାମୀ କମ୍ପାନୀ ର ଷ୍ଟିକର, କିଛି ରଙ୍ଗ ଓ କିଛି ରାସାୟନିକ ଦ୍ରବଣ ଜବତ କରିଛନ୍ତିି ଓ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related posts