Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୋରି ଗାଡ଼ିକୁ ଉଦ୍ଧାର କରି ମାଲିକଙ୍କୁ ଫେରସ୍ତ କଲା ବ୍ରହ୍ମପୁର ପୋଲିସ
ଆଜିର ଖବର

ଚୋରି ଗାଡ଼ିକୁ ଉଦ୍ଧାର କରି ମାଲିକଙ୍କୁ ଫେରସ୍ତ କଲା ବ୍ରହ୍ମପୁର ପୋଲିସ

August 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବିଭିନ୍ନ ଥାନା ଯଥା ଗୋଷାଣୀ ନୁଆ ଗାଁ, ଗୋପାଳପୁର ଓ ବୈଦ୍ୟନାଥ ପୁର ଥାନା ଅଞ୍ଚଳରେ ମୋଟରସାଇକେଲ ଚୋରି ହେଉଥିବା ଅଭିଯୋଗ ପାଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଗୁରୁତର ସହ ଚିନ୍ତା କରି ଏକ ଟିମ୍ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାହା ଫଳରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୮ ଜଣ ମୋଟରସାଇକେଲ ଚୋର କୁ ଗିରଫ କରି କିଛି ମୋଟରସାଇକେଲ ଜବତ କରିଛନ୍ତି ଓ ଏହା ମଧ୍ୟରୁ ୧୬ ଜଣ ଗାଡ଼ି ମାଲିକଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ମାଲିକାନାର ପ୍ରମାଣ ରଖି ଗାଡ଼ି ଫେରାଇଛନ୍ତି। ଏଥିପାଇଁ ଗାଡ଼ି ମାଲିକମାନେ ବ୍ରହ୍ମପୁର ଏସ୍ ପି ଓ ବିଭିନ୍ନ ଥାନା କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇବା ସହ ପୋଲିସ ପ୍ରଶାସନ ର ଉପଯୁକ୍ତ ପଦକ୍ଷେପ ଯୋଗୁଁ ଆମେ ଆମର ଗାଡ଼ି ପାଲୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଉକ୍ତ ଥାନା ମାନଙ୍କରେ ଗାଡ଼ି ଚୋରି ଅଭିଯୋଗ କୁ ଭିତ୍ତି କରି ବ୍ରହ୍ମପୁର ଏସ୍ ପି ଗାଡ଼ି ଚୋରି ରାକେଟ କୁ ଠାବ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରିଥିଲେ। ଯ’ଦ୍ଵାରା ଉକ୍ତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଏସ୍ ପ୍ରସାଦ ପାତ୍ର,ସୁମନ୍ତ ନାୟକ, ସନ୍ତୋଷ ନିମାଇଁ, ଶିବଶଙ୍କର ସାବତ ସମୀର ବିଷୋୟୀ ସମେତ ଜଣେ ନାବାଳକ କୁ ଗିରଫ କରି ଅନୁସନ୍ଧାନ କରିବା ଫଳରେ ଏକକାଳୀନ ୧୬ ଟି ମୋଟରସାଇକେଲ ମିଳିଥିଲା, ଏତଦବ୍ୟତୀତ ଚୋରି ଗାଡ଼ି କାରବାର କରୁଥିବା ଦୁଇ ଜଣ ବ୍ୟବସାୟୀ କୁ ଧରି ମୋଟ ୮ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ରାକେଟ ରେ ଆହୁରି ଅଧିକ ସଦସ୍ୟ ଥିବା ଅନୁମାନ କରାଯାଉଛି ଓ ଅତି ଶିଘ୍ର ସେମାନଙ୍କୁ ଧରିବା ପାଇଁ ଆମ କର୍ମଚାରୀ ଆକ୍ରାନ୍ତ ପରିଶ୍ରମ ଜାରି ରଖିଛନ୍ତି ବୋଲି ଏସ୍ ପି ଡଃ ସର୍ବଣା ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୈଦ୍ୟନାଥ ପୁର,ଗୋଳନ୍ଥରା ଓ ଗୋଷାଣୀ ନୁଆ ନୁଆ ଗାଁ ଥାନା ଅଧିକାରୀ ଗଣ ଉପସ୍ଥିତ ଥିଲେ।

ବ୍ରହ୍ମପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.