ହୃଦ୍‌ଘାତରେ ରାଷ୍ଟ୍ରୀୟ ରାଇଫଲ୍‌ସ ଯବାନ ମୃତ!

Published: Jun 4, 2019, 12:21 pm IST

ରାଷ୍ଟ୍ରୀୟ ରାଇଫଲ୍‌ସର ଜନୈକ ଯବାନ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲାରେ ଯବାନ ଜଣକ ହୃଦଘାତରେ ପ୍ରାଣ ହରାଇଛନ୍ତି। ବାରମୂଳାର ଓ୍ବାପ୍‌ଲୁନା ସିଙ୍ଗପୋରାରେ ରାଷ୍ଟ୍ରୀୟ ରାଇଫଲ୍‌ସ ୫୨ର କ୍ୟାମ୍ପ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ୪୦ ବର୍ଷୀୟ ରାଜେଶ କୁମାରଙ୍କୁ କ୍ୟାମ୍ପ ସମୟରେ ହୃଦ୍‌ଘାତ ଆସିବାରୁ ତାଙ୍କର ମୃତ୍ୟୁ ଘଟିଛି। ଯବାନ ଜଣଙ୍କୁ ତୁରନ୍ତ ନିକଟସ୍ଥ ଆର୍ମି ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି।

Related posts