Categories
ଆଜିର ଖବର ରାଜ୍ୟ ଖବର

ଟିକ୍‌ଟକ୍‌ କରୁଥିବା ବେଳେ ଯବାନଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ: ମୋବାଇଲ୍‌ରେ ଟିକ୍‌ଟକ୍‌ କରିବା ଜଣେ ଯବାନଙ୍କୁ ମହଙ୍ଗା ପଡିଛି। ଟିକ୍‌ଟକ୍‌ କରୁଥିବା ଯବାନ ଜଣଙ୍କୁ ଗାଁ ଲୋକେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଇଥିବା ବେଳେ ଟାଙ୍ଗୀ ପୋଲିସ୍‌ ଯବାନଙ୍କୁ ଉଦ୍ଧାର କରିଛି। ଏହି ଝଗଡାରେ ଯବାନଙ୍କ ଆକ୍ରମଣରେ ଗ୍ରାମର ଜଣେ ଯୁବକର ହାତ ଭାଙ୍ଗିଥିବା ବେଳେ ଉଭୟଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଟାଙ୍ଗୀ ମଶାଣୀ ସାହିର ବାସିନ୍ଦା ସୁରଜ କୁମାର ଜେନା ସିଆରପିଏଫ୍‌ରେ ଯବାନ ଭାବରେ କାର୍ଯ୍ୟ କରନ୍ତି। ଆଜି ଟାଙ୍ଗୀ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ନୂଆଗାଁ ନିକଟରେ ରାସ୍ତାକଡରେ ଟିକ୍‌ଟକ୍‌ କରୁଥିବା ବେଳେ ଏହି ଅଭାବନୀୟ କାଣ୍ଡ ଘଟିଛି। ଛୁଟି କଟାଇବାକୁ ଗାଁକୁ ଆସିଥିବା ସୁରଜ ନିଜର ଅନ୍ୟ ଜଣେ ସହକର୍ମୀଙ୍କ ସହିତ ବୁଲାବୁଲି ଏବଂ ଟିକ୍‌ଟକ୍‌ କରୁଥିବା ବେଳେ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ପୀତବାସ ଜେନାଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ଯିବା ପରେ ଗ୍ରାମବାସୀ ସୁରଜଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଯବାନଙ୍କ ପାଲଟା ଆକ୍ରମଣରେ ଉକ୍ତ ଯୁବକଙ୍କ ହାତ ଭାଙ୍ଗିଥିବା ବେଳେ ପୋଲିସ୍‌ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସୁରଜଙ୍କ ସାଥୀ ଯବାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍‌ ମାମଲାର ତଦନ୍ତ ଜାରି ରଖିଛି।

Categories
ଆଜିର ଖବର

ଭାରତ-ଚୀନ୍‌ ସଂଘର୍ଷରେ 5 ଚୀନ୍‌ ଯବାନ ନିହତ : 11 ଆହତ

ଲଦାଖ : ଲଦଖର ଗଲଓ୍ବାନ୍‌ ଉପତ୍ୟାକାରେ ଉଭୟ ରାଷ୍ଟ୍ରର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ 5 ଜଣ ଚୀନ୍‌ ଯବାନଙ୍କ ପ୍ରାଣହାନି ଘଟିଛି । ସେହିପରି 11 ଜଣ ଚୀନ୍‌ ସୈନ୍ୟ ଆହତ ହୋଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଶହୀଦ ଯବାନଙ୍କୁ ନେଇ ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇଥିବା ବେଳେ ଚୀନ୍‌ ପକ୍ଷରୁ ନୀରବତା ଅବଲମ୍ବନ କରାଯାଉଛି । ତେବେ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ 5 ଜଣ ଚୀନ୍‌ ଯବାନ ପ୍ରାଣ ହରାଇଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ସରକାରୀ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ ଚୀନ୍‌ ରାଷ୍ଟ୍ରଦୂତ ଭାରତକୁ ସମାଲୋଚନା କରିଥିଲେ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପରିବାରକୁ ହତ୍ୟା କରିବା ପରେ ସିଆରପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜଣେ ସିଆରପିଏଫ୍‌ ଯବାନ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଏହି ଯବାନ ଜଣକ ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଉକ୍ତ କନେଷ୍ଟବଳଙ୍କ ନାମ ବିନୋଦ କୁମାର ଯାଦବ(41) । ବିନୋଦ ନିଜ ପତ୍ନୀ ବିମଳା(36), ପୁଅ ସନ୍ଦୀପ(14) ଏବଂ ଝିଅ ସିମ୍‌ରନ୍‌ (12)କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପଡିଲାରେ ନିଜ ବାସଭବନରେ ବିନୋଦ ଏହି କାଣ୍ଡ ଘଟାଇଛନ୍ତି । ସାମ୍ନା କ୍ବାର୍ଟରରେ ରହୁଥିବା ଜଣେ ମହିଳାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅସଦାଚରଣ କରିବା ଅଭିଯୋଗରେ ବିନୋଦଙ୍କୁ ସମନ କରାଯାଇଥିଲା । ଆସନ୍ତା ଶୁକ୍ରବାର ତାଙ୍କୁ ହାଜର ହେବାକୁ ଥିବା ବେଳେ ସେ ମାନସିକ ଚାପରେ ଏପରି କରିଛନ୍ତି ବୋଲି ଏଡିଜି ପ୍ରେମ ପ୍ରକାଶ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ବିଷାକ୍ତ ଖାଦ୍ୟ ଖାଇ 40 ଯବାନ ଅସୁସ୍ଥ

ରାଞ୍ଚି : ବିଷାକ୍ତ ଖାଦ୍ୟ ଖାଇ 40 ଯବାନ ଅସୁସ୍ଥ ହୋଇଥିବା ଜଣାପଡିଛି । ଝାରଖଣ୍ଡରେ ଏହି ଘଟଣା ଘଟିଥିବା ଜଣାପଡିଛି । ହଜାରିବାଘର ପଦ୍ମାରେ ରହିଥିବା ପୋଲିସ୍‌ ପ୍ରଶିକ୍ଷଣ କ୍ୟାମ୍ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ଯବାନ ମାନେ ଆହତ ହୋଇଥିବା ଜଣାପଡିଛି । ଗୁରୁବାର ରାତ୍ରଭୋଜନ ପରେ ଯବାନ ମାନେ ଅସୁସ୍ଥ ହୋଇ ପଡିଥିଲେ । ଖାଇ ସାରିବା ପରେ ଯବାନ ମାନେ ବାନ୍ତି କରିବା ସହିତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଜଣକ ପରେ ଜଣେ ଯବାନ ଅସୁସ୍ଥ ହେବାରୁ ସମସ୍ତ ଯବାନଙ୍କୁ ହଜାରିବାଘ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଝାରଖଣ୍ଡରେ ନକ୍ସଲ ଏନକାଉଣ୍ଟର : 4 ଯବାନ ଶହୀଦ

ଝାରଖଣ୍ଡ,23/11 : ଝାରଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ନକ୍ସଲଙ୍କ ସହିତ ସଙ୍ଘର୍ଷରେ 4 ଯବାନ ଶହୀଦ ହୋଇଛନ୍ତି । ଗତକାଲି ରାତିରେ ହୋଇଥିବା ଗୁଳି ବିନିମୟରେ 4 ଜଣ ଯବାନ ଶହୀଦ୍ ହୋଇଛନ୍ତି । ଚାନ୍ଦୱା ପୁଲିସ୍‌ ଥାନା ଅଧୀନରେ ଏକ ଗାଡ଼ିରେ ସୁରକ୍ଷାକର୍ମୀ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଝାରଖଣ୍ଡ ନିର୍ବାଚନ ପୂର୍ବରୁ ଏହି ଆକ୍ରମଣ ସୁରକ୍ଷାବଳଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଝାରଖଣ୍ଡର 81 ଆସନ ପାଇଁ ଆସନ୍ତା 30 ତାରିଖରୁ ବିଧାନସଭା ନିର୍ବାଚନ ହେବ । 5 ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଆସନ୍ତା ଡିସେମ୍ବର 23 ତାରିଖରେ ଶେଷ ହେବ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ହୃଦ୍‌ଘାତରେ ରାଷ୍ଟ୍ରୀୟ ରାଇଫଲ୍‌ସ ଯବାନ ମୃତ!

ରାଷ୍ଟ୍ରୀୟ ରାଇଫଲ୍‌ସର ଜନୈକ ଯବାନ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲାରେ ଯବାନ ଜଣକ ହୃଦଘାତରେ ପ୍ରାଣ ହରାଇଛନ୍ତି। ବାରମୂଳାର ଓ୍ବାପ୍‌ଲୁନା ସିଙ୍ଗପୋରାରେ ରାଷ୍ଟ୍ରୀୟ ରାଇଫଲ୍‌ସ ୫୨ର କ୍ୟାମ୍ପ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ୪୦ ବର୍ଷୀୟ ରାଜେଶ କୁମାରଙ୍କୁ କ୍ୟାମ୍ପ ସମୟରେ ହୃଦ୍‌ଘାତ ଆସିବାରୁ ତାଙ୍କର ମୃତ୍ୟୁ ଘଟିଛି। ଯବାନ ଜଣଙ୍କୁ ତୁରନ୍ତ ନିକଟସ୍ଥ ଆର୍ମି ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି।

Categories
ଆଜିର ଖବର

ଆଇଇଡି ବିସ୍ଫୋରଣରେ ୧୧ ଯବାନ ଆହତ

ଝାଡ଼ଖଣ୍ଡ ଷଢାଇକଳାର ଅନ୍ତର୍ଗତ କୁଚାଇରେ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୧୧ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ମଙ୍ଗଳବାର ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନ୍‌ର ଯବାନମାନେ ମିଳିତ ସ୍ପେଶାଲ ଅପରେସନ୍‌ରେ ବାହାରିଥିଲେ। ଷଢାଇକଳାର କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କୋବ୍ରା ବାଟାଲିୟନ୍‌ର ୮ଜଣ ଓ ୩ ଜଣ ପୋଲିସ ଆହତ ହୋଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଉଛି।