Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି କନକ୍ଲେଭ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି କନକ୍ଲେଭ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

August 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁବସମାଜକୁ ଯେଉଁ ନବାଚାର, ନୂତନତ୍ୱ ଓ ଚରିତ୍ର ନିର୍ମାଣର ବାର୍ତ୍ତା ଦେଉଛି, ତାହା ଠାରୁ ବଡ ଶିକ୍ଷା କିଛି ହୋଇନପାରେ ବୋଲି ରବିବାର ଏହି ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଜାତୀୟ ଶିକ୍ଷା ନୀତି-2020’ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏକ ଅଭିନବ କଳ୍ପନା। ଅନେକ ଶିକ୍ଷାନୁଷ୍ଠାନ ଯାଇଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ। ଏଭଳି ଜୀବନ୍ତ କ୍ୟାମ୍ପସ ମୋ ପାଇଁ ସବୁବେଳେ ଅନନ୍ୟ। ଆଜି ସେହି ଶିକ୍ଷା ରୂପକ ମନ୍ଦିରକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଏବଂ ଦୀର୍ଘ 30 ବର୍ଷ ପୂର୍ବରୁ ଶିକ୍ଷାନୁଷ୍ଠାନ ସହ ଥିବା ସ୍ମୃତିକୁ ମନେପକାଇ ପାରୁଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭାବନା, ସନ୍ଥ କବି ଭୀମ ଭୋଇ ଓ ବୀର ସୁରେନ୍ଦ୍ର ସାଏଙ୍କ ବିଚାର ଏବଂ  ମାଧୋ ସିଂହ ଓ ହାତୀ ସିଂହଙ୍କ ତ୍ୟାଗର ଉଦାହରଣ ଦେଇଥିଲେ।

ଏହାବ୍ୟତିତ ଶ୍ରୀ ପ୍ରଧାନ କହିଥିଲେ ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ଅନେକ ବିଷୟରେ ଅଧିକ ଗୁରୁତ୍ୱ ଦିଆଯାଇଛି। 3 ବର୍ଷରୁ 8 ବର୍ଷର ଶିଶୁଙ୍କ ଶିକ୍ଷା ପ୍ରବେଶ ସହ ମାତୃଭାଷାରେ ପଢାଇବାର ବ୍ୟବସ୍ଥା ହୋଇଛି। ମାତୃଭାଷାରେ ଶିକ୍ଷା ନେଇ ସେ କହିଛନ୍ତି ଯେ ଏପିଜେ ଅବଦୁଲ କଲାମ ନିଜ ମାତୃଭାଷା ତାମିଲ ଭାଷାରେ ପାଠପଢି ବଡ ବୈଜ୍ଞାନିକ ହୋଇଥିଲେ। ଚୀନ ଜାପାନ ଭଳି ବିକଶିତ ରାଷ୍ଟ୍ର ମାତୃଭାଷା ପାଇଁ ନିଜ ସଫଳତା ହାସଲ କରିଛନ୍ତି। ସେ ସମୟରେ ହୀରାକୁଦର ମାଟିବନ୍ଧ ବନାଇଥିବା ଲୋକମାନେ ଇଂରାଜୀ ଭାଷା ଜାଣିନଥିଲେ।

ଏକାଧିକ ଶିକ୍ଷା ପ୍ରବେଶ ସହ ବହୁମୁଖୀ ଶିକ୍ଷାର କଳ୍ପନା କରାଯାଇଛି। ଆଜିର ଉଭା ହେଉଥିବା ଟେକ୍ନୋଲୋଜି ସମୟରେ ଜାତୀୟ ଶିକ୍ଷା ନୀତି ଆଧାରରେ ଯୁବପିଢିଙ୍କୁ ନିଯୁକ୍ତିଦାତା ବନାଇବା ସହ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱ ସମସ୍ୟାର ସମାଧାନ  ପାଇଁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଭାରତବର୍ଷର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ଦାୟିତ୍ୱ ନେବା । ଜାତୀୟ ଶିକ୍ଷା ନୀତି ଆଧାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଦାତା ବନାଇବା ସହ ଦକ୍ଷତା ବୃଦ୍ଧି କରି ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ ଆଗେଇ ନେବା ପାଇଁ ପ୍ରୟାସ କରିବା । ଅମୃତକାଳରେ ଭାରତର ଅମୃତ ବିନ୍ଦୁ ଭାବରେ ଏହି ଶିକ୍ଷାନୁଷ୍ଠାନ ବିକଶିତ ଭାରତ ପାଇଁ ବଡ ଦାୟିତ୍ୱ ନେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ଏକ ବିଚାର ଓ ସଂସ୍କୃତିର ଅଭିବ୍ୟକ୍ତି । ଏହି ଗୀତର ଲୋକପ୍ରିୟତା ଜାଣିବା ପାଇଁ ମଧ୍ୟ ଗବେଷଣା ହେବା ଆବଶ୍ୟକ ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଥିଲେ । ଏହାସହ ଜାତୀୟ ଶିକ୍ଷା ନୀତି କନକ୍ଲେଭ ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀ ଦେଖିବା ସହ ଛାତ୍ରଛାତ୍ରୀଙ୍କ ଅଭିନବ ଉପକରଣ ଓ ପଦ୍ଧତିକୁ ପ୍ରଶଂସା କରିଥିଲେ । ସେ କହିଥିଲେ ପିଲାମାନେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ରକେଟ୍ ଓ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି । ଛାତ୍ରଛାତ୍ରୀମାନେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ନିରାପଦ ଡଙ୍ଗା ପ୍ରସ୍ତୁତ କରୁଛନ୍ତି । ଛୋଟ ପିଲାମାନଙ୍କ ଦ୍ୱାରା ଆମ୍ବ ଟାକୁଆରୁ ଆମ୍ବ ଗଛ ହେବା ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିକୁ ପ୍ରଦର୍ଶିତ କରାଯାଇଛି। ଏହା ହିଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ଓ ରୂପରେଖ, ଯାହାକୁ ସମଗ୍ର ଦେଶ ସହମତି ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.