Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ହ୍ଵାଟସ୍ ଆପ୍ ଗ୍ରୁପର ଆଡମିନି ଗିରଫ
ଆଜିର ଖବର

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ହ୍ଵାଟସ୍ ଆପ୍ ଗ୍ରୁପର ଆଡମିନି ଗିରଫ

August 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି: ଚିନ୍ତା ପ୍ରକାଶ କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଜି ଭଦୋହି ଜିଲ୍ଲାର ନଗର ପାଳିକା ପରିଷଦ ନାମରେ ଗଠିତ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ର ଆଡମିନିଙ୍କୁ ଗିରଫ କରାଯାଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ‘ଭଦୋହି ନଗର ପାଳିକା ପରିଷଦ’ ନାମରେ ସୃଷ୍ଟି ହୋଇଥିବା ଏକ ହ୍ୱାଟ୍ସଆପ୍ ଆପ୍ ଗ୍ରୁପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ‘ଅଶ୍ଳୀଳ ଭାଷା’ ବ୍ୟବହାର କରି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

କୋତୱାଲି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅଜୟ କୁମାର ସେଠ କହିଛନ୍ତି ଯେ, ଅଗଷ୍ଟ ୪ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଗଷ୍ଟ ୪ ତାରିଖରେ ଟ୍ୱିଟର ମାଧ୍ୟମରେ ପୋଲିସ ଏ ସମ୍ପର୍କରେ ଅଭିଯୋଗ ପାଇଥିଲା। ସେ କହିଛନ୍ତି ଯେ, ଅନୁସନ୍ଧାନ ବେଳେ ମୁସଲିମ ଅଂସାରୀ ନାମକ ଜଣେ ଯୁବକ ଉପରୋକ୍ତ ମନ୍ତବ୍ୟ ଦେଇଥିବା ଜଣାପଡିଛି।

ପୋଲିସର ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାର ତଦନ୍ତ ବେଳେ ଗ୍ରୁପର ଆଡମିନି ଶାହାବୁଦ୍ଦିନ ଅଂସାରୀ ଅଭିଯୁକ୍ତଙ୍କୁ ଏହି ଗ୍ରୁପ ସହ ଯୋଡିଥିଲେ।

ସେଠ କହିଛନ୍ତି ଯେ, ଅପମାନଜନକ ମନ୍ତବ୍ୟର ଏକ ‘ସ୍କ୍ରିନସଟ’ ମିଳିଛି। ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତା, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଅପରାଧିକ ଆଇନ ସଂଶୋଧନ ଆଇନର ବିଭିନ୍ନ ଧାରା ଅନୁଯାୟୀ ଶାହାବୁଦ୍ଦିନ ଅଂସାରୀ ଏବଂ ମୁସଲିମ ଅଂସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ସୂତ୍ରରୁ ପ୍ରକାଶ ଯେ, ଶନିବାର ଦିନ ଏ ବାବଦରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା ଏବଂ ରବିବାର ଦିନ ଶାହାବୁଦ୍ଦିନଙ୍କୁ ଗିରଫ କରାଯାଇଥିଲା। ମୁସଲିମ ଅଂସାରୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ସେଠ କହିଛନ୍ତି ଯେ ‘ଭଦୋହି ନଗର ପାଳିକା ପରିଷଦ’ ନାମରେ ସୃଷ୍ଟି ହୋଇଥିବା ଗ୍ରୁପ ପୌର ସଂସ୍ଥାର ଏକ ଅଫିସିଆଲ ଗ୍ରୁପ ନୁହେଁ। ତେବେ ସହରର ସମସ୍ତ କାଉନସିଲର ମଧ୍ୟ ତାଙ୍କ ସହ ଜଡିତ ଅଛନ୍ତି।

ଅପମାନଜନକ ମନ୍ତବ୍ୟ ଅଶ୍ଳୀଳ ଭାଷା ମୁଖ୍ୟମନ୍ତ୍ରୀ ଯୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026
Latest News

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.