Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାଜପୁର: ଜିଲ୍ଲାର ଏସଏଚଜି ମହିଳାଙ୍କ ସଶକ୍ତିକରଣ ଦିଗରେ ନୂଆ ଭୂମିକା ନେଇଛି “ମିଶନ ଶକ୍ତି ଭବନ”
ଆଜିର ଖବର

ଯାଜପୁର: ଜିଲ୍ଲାର ଏସଏଚଜି ମହିଳାଙ୍କ ସଶକ୍ତିକରଣ ଦିଗରେ ନୂଆ ଭୂମିକା ନେଇଛି “ମିଶନ ଶକ୍ତି ଭବନ”

August 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ଯାଜପୁର: ଯାଜପୁର ଜିଲ୍ଲା ସଦର ମହକୁମାରେ ପ୍ରତିଷ୍ଠା କରାଯାଇଥିବା ରାଜ୍ୟର ପ୍ରଥମ “ମିଶନ ଶକ୍ତି ଭବନ” ସ୍ଥାନୀୟ ମହିଳା ସ୍ୱ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ଜୀବିକା ପାଇଁ ଏକ ନୂଆ ବାଟ ହୋଇପାରିଛି। ଏହି ବହୁମୁଖୀ ଭିତ୍ତିଭୂମି ମାଧ୍ୟମରେ ମହିଳାମାନଙ୍କର ଦକ୍ଷତା ବିକାଶ ସହିତ ଏସଏଚଜି ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବର୍ଷ ସାରା ବିକ୍ରୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି।

ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡ୍‌ସି ପାଣ୍ଠି ବିନିଯୋଗରେ ଯାଜପୁର ଟାଉନଠାରେ ସରକାର ଏହି ଭବନ ନିର୍ମାଣ କରିଛନ୍ତି। ଏହି ଅତ୍ୟାଧୁନିକ ଭିତ୍ତିଭୂମିଠାରେ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ପାଇଁ କମ୍ପ୍ୟୁଟର ତାଲିମ ସହ ଆର୍ଥିକ ସାକ୍ଷରତା ଓ ମୋବାଇଲ ମାଧ୍ୟମରେ ବିଭିନ୍ନ ପ୍ରକାର ଡିଜିଟାଲ କାରବାର ସମ୍ପର୍କରେ ଶିକ୍ଷା ଦିଆଯାଉଛି। ଫଳରେ ସେମାନେ ନିଜ ନିଜର ବ୍ୟବସାୟ ପରିଚାଳନା ଲାଗି ଅଧିକ ଦକ୍ଷ ହୋଇପାରୁଛନ୍ତି।

“କମ୍ପ୍ୟୁଟର ଶିଖିବା ଲାଗି ମୋ’ ମନରେ ଆଗ୍ରହ ରହିଥିଲା। ମିଶନ ଶକ୍ତି ଭବନ ହେବାରୁ ମୋର ଏହି ଇଚ୍ଛା ପୂରଣ ହୋଇପାରିଛି। ମୁଁ ଏବେ ନିଜେ କମ୍ପ୍ୟୁଟର ଚଲାଇବା ସହ ବିଭିନ୍ନ କାମ ସୁବିଧାରେ କରିପାରୁଛି। ଆଗକୁ ଏହା ମତେ ଅଧିକ ସହାୟକ ହେବ”, କହନ୍ତି ଯାଜପୁର ଜିଲ୍ଲାର ଜଣେ ଏସଏଚଜି ମା’ ଅନନ୍ୟା ସାଉ।

ସେହିପରି ମିଶନ ଶକ୍ତି ଭବନରେ ଏସଏଚଜି ମା’ମାନଙ୍କ ପାଇଁ ବିଧିବଦ୍ଧ ସିଲେଇ ତାଲିମ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଭବନରେ ୫୦ଟି ସିଲେଇ ମେସିନ ରହିଛି ଏବଂ ଆବଶ୍ୟକ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଯାଜପୁର ଜିଲ୍ଲାର ଅନେକ ଏସଏଚଜି ସଦସ୍ୟା ସ୍ୱାବଲମ୍ବୀ ହେଉଛନ୍ତି।

ଏହି ୪୫ ଦିନିଆ ତାଲିମ ଶେଷ ହେବା ପରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘ ପକ୍ଷରୁ ଏସଏଚଜି ମା’ମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ସିଲେଇ ମେସିନ ଦିଆଯାଉଛି। ଫଳରେ ସେମାନେ ଘରେ ରହି ବିଭିନ୍ନ ପ୍ରକାର ସିଲେଇ କାମ କରି ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି।

“ଆଗରୁ ଆମେ ଘରେ ଘରେ ବଡ଼ି, ପାମ୍ପଡ଼ ଆଦି ତିଆରି କରୁଥିଲୁ। ହେଲେ ଏବେ ସିଲେଇ ଶିଖି ଏହି ନୂଆ କାମ କରିପାରୁଛୁ। ପ୍ରଶାସନ ପକ୍ଷରୁ ଆମକୁ ଅଙ୍ଗନବାଡ଼ି ଏବଂ ସ୍କୁଲ ପିଲାମାନଙ୍କ ପାଇଁ ୟୁନିଫର୍ମ ତିଆରି କାମ ମିଳୁଛି। ଏହା ଆମକୁ ରୋଜଗାରର ଏକ ନୂଆ ବାଟ ଦେଖାଇଛି”, କହନ୍ତି ଜିଲ୍ଲାର ଆଉ ଜଣେ ଏସଏଚଜି ସଦସ୍ୟା ମିନତି ସେନାପତି।
ମିଶନ ଶକ୍ତି ଭବନରେ ଗୋଲ୍ଡେନ୍ ଗ୍ରାସ୍‌, ନଡ଼ିଆ କତା, ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପାଇଁ ମଧ୍ୟ ଏସ୍‌ଏଚଜି ମହିଳାମାନଙ୍କୁ ତାଲିମ ଦିଆଯାଉଛି। ଏହିସବୁ ହସ୍ତକଳା ସାମଗ୍ରୀର ଆଜି ବଜାରରେ ଚାହିଦା ବଢୁଛି।

ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ଓ ୨ଟି ପୌରପାଳିକାରେ ରହିଛି ୨୫ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ସେଥିମଧ୍ୟରୁ ଅଧିକାଂଶ ଗୋଷ୍ଠୀ ହସ୍ତତନ୍ତ, ଟେରାକୋଟା, ଘର ସାଜସଜ୍ଜା ଉପକରଣ ଓ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏସବୁ ଜିନିଷର ପ୍ରଦର୍ଶନୀ ଏବଂ ନିୟମିତ ବିକ୍ରିବଟା ଲାଗି ମିଶନ ଶକ୍ତି ଭବନରେ ସ୍ୱତନ୍ତ୍ର ଆଉଟଲେଟ୍ ଖୋଲାଯାଇଛି।

ମିଶନ ଶକ୍ତି ଭବନକୁ ଏକ ବହୁମୁଖୀ ଭିତ୍ତିଭୂମି ରୂପେ ନିର୍ମାଣ କରାଯାଇଛି। ଏଠାରେ ତାଲିମ ଓ ବିକ୍ରୟ କେନ୍ଦ୍ର ଛଡ଼ା ବିଭିନ୍ନ ପ୍ରକାର ବ୍ୟବହାର ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ରହିଛି। ସଭାସମିତି ପରିଚାଳନା ପାଇଁ ଅଡିଟୋରିୟମ, ମା’ମାନଙ୍କ ବୈଠକ ପାଇଁ ସଭାଗୃହ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ଏସଏଚଜି ସଦସ୍ୟାଙ୍କ ରହିବା ସୁବିଧା ପାଇଁ ରହଣି ସ୍ଥଳର ବ୍ୟବସ୍ଥା କରାଯାଇଛି।

“ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସଶକ୍ତିକରଣ ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ମିଶନ ଶକ୍ତି ଭବନ। ଏଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଡିଜିଟାଲ ସାକ୍ଷରତା ପାଇଁ ୧୦ ହଜାରରୁ ଅଧିକ ମା’ଙ୍କୁ ତାଲିମ ଦିଆଯିବା ଫଳରେ ସେମାନଙ୍କ ଦକ୍ଷତା ବଢ଼ି ପାରିଛି। ସହର ବା ଗାଁରେ ରହି ଆଜି ସେମାନେ ମୋବାଇଲ ଫୋନ ବ୍ୟବହାର କରି ଅନଲାଇନ ଜରିଆରେ ନିଜ ନିଜର କାରବାର ପରିଚାଳନା କରିପାରୁଛନ୍ତି”, କହିଛନ୍ତି ଯାଜପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ।

ଏହି ଭବନର ପରିଚାଳନା ଦାୟିତ୍ୱ ଯାଜପୁର ଜିଲ୍ଲା ମିଶନ ଶକ୍ତି ମହାସଂଘ ହାତରେ ନ୍ୟସ୍ତ କରାଯାଇଛି । ଏଠାରେ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ମହାସଂଘର ସଭାପତି ସୁଜାତା ସାହୁ କହନ୍ତି, ଏହି ଭବନରେ ଏସଏଚଜି ମା’ମାନଙ୍କ ଜୀବିକା ପାଇଁ ବିଭିନ୍ନ ପ୍ରକାରର ତାଲିମ ଦିଆଯାଉଛି । ତେଣୁ ଜିଲ୍ଲାର ବିଭିନ୍ନ ଗାଁ ଓ ସହରରୁ ମହିଳାମାନେ ନିୟମିତ ଏଠାକୁ ଆସୁଛନ୍ତି । ସେମାନଙ୍କ ପାଇଁ ଏଠାରେ ଦକ୍ଷତା ବିକାଶ ଓ ଉତ୍ପାଦନ କ୍ଷମତା ବୃଦ୍ଧି ତାଲିମ ସହ ବଜାର ସଂଯୋଗ ବ୍ୟବସ୍ଥା କରାଯାଇଛି ।”

ରାଜ୍ୟର ୮ଟି ଖଣି ପ୍ରଭାବିତ ଜିଲ୍ଲାରେ ଆଦିବାସୀ ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଲାଗି ଓମ୍ବାଡସି ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଉଛି । ଯାଜପୁରରେ ଓମ୍ବାଡ୍‌ସି ସହାୟତାରେ ନିର୍ମିତ ମିଶନ ଶକ୍ତି ଭବନ ଆଜି ଜିଲ୍ଲାର ମହିଳା ସଶକ୍ତିକରଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିପାରିଛି । ଏହା ସହିତ ସେମାନଙ୍କ ଦୀର୍ଘସ୍ଥାୟୀ ଜୀବିକା ପାଇଁ ମଧ୍ୟ ଏକ ଆଶା ହୋଇପାରିଛି ।

ଏସଏଚଜି ମିଶନ ଶକ୍ତି ଭବନ ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.