Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଟା କମାଇବାକୁ ଚାହୁଁଛନ୍ତି କି? ତେବେ ସକାଳୁ ପିଅନ୍ତୁ ଏହି ସବୁ ପାନୀୟ
ଆଜିର ଖବର

ମୋଟା କମାଇବାକୁ ଚାହୁଁଛନ୍ତି କି? ତେବେ ସକାଳୁ ପିଅନ୍ତୁ ଏହି ସବୁ ପାନୀୟ

August 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଫିଟ୍‌ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍‌କୁ ବଢାଇ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍‌ଗୁଡିକ ସମ୍ପର୍କରେ।

ଗ୍ରୀନ୍‌ ଟି: ଗତ କିଛି ଦଶକ ଧରି ଗ୍ରୀନ୍‌ ଟି ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍‌ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ ଓ ମହୁ ମିଶାଇ ପିଇ ପାରିବେ। ଏହା ଓଜନ ହ୍ରାସ ପାଇଁ ବେଶ୍‌ ସହାୟକ ହେବ।

ଲେମ୍ବୁ ପାଣି: ଯଦି ଆପଣ ଆପଣଙ୍କ ଦିନକୁ ଗ୍ଲାସେ ଲେମ୍ବୁ ପାଣିରୁ ଆରମ୍ଭ କରିବେ ତେବେ ଏହା ଆପଣଙ୍କୁ ବହୁତ ଫାଇଦା ଦେବ। ଏହା ଶରୀରର ମେଟାବଲିଜମ୍‌କୁ ବଢାଇ ମୋଟାପାକୁ କମ୍‌ କରିଥାଏ। ଏହି ପାନୀୟରେ ଆଣ୍ଟିଅକ୍ସିଡେଣ୍ଟ  ସହ ପୌଷ୍ଟିକ ଫାଇବର ମଧ୍ୟ ରହିଥାଏ। ଯାହା ପେଟରେ ଥିବା ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଆପଣ ଏଥିରେ ମହୁ ମିଶାଇ ପିଇ ପାରିବେ।

ଜୁଆଣି ପାଣି: ଜୁଆଣି ପାଣି ଆପଣଙ୍କୁ ହଜମ କ୍ରିୟାରେ ବେଶ୍‌ ସାହାଯ୍ୟ କରିଥାଏ। ଏହା ଦ୍ବାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ। ଆପଣ ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ଭଜା ଜୁଆଣିକୁ ପକାଇ ରାତିସାରା ଭିଜାନ୍ତୁ। ଏହାକୁ ସକାଳେ ଛାଣି ପିଅନ୍ତୁ। ଏହାଦ୍ବାରା ଆପଣ ଓଜନକୁ ନିୟନ୍ତ୍ରଣ କରିପାରିବେ।

ଧନିଆ ପାଣି: ଧନିଆ ଶରୀରରେ ମେଟାବଲିଜିମ୍‌କୁ ବଢାଇବା ସହିତ ହଜମ କ୍ରିୟାରେ ସାହାଯ୍ୟ କରିଥାଏ। ଏହାକୁ ରାତି ସାରା ଭିଜେଇ ସକାଳେ ଛାଣି ଖାଲିପେଟରେ ପିଇବା ଦ୍ବରା ଏହାର ଫାଇଦା ମିଳିଥାଏ।

ଜୀରା ପାଣି: ଭାରତୀୟ ମସଲାରେ ଜୀରା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମସଲା। ଜୀରା ପାଚନ ଶକ୍ତିକୁ ବଢାଇବା ସହିତ ପେଟର ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଏହା ଭୋକକୁ କମାଇବା ସହିତ ଓଜନ ହ୍ରାସରେ ବହୁତ ସାହାଯ୍ୟ କରିଥାଏ। ଏକ ଗ୍ଲାସ୍‌ ପାଣିରେ ଏକ ଚାମଚ ଜୀରାକୁ ପକାଇ ରାତିସାରା ଭିଜାନ୍ତୁ। ସକାଳୁ ଏହାକୁ ଛାଣି ଖାଲିପେଟରେ ପିଅନ୍ତୁ। ଦେଖିବେ ଏହା ଦ୍ବାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିପାରିବେ।

fat fatcutterdrink ଫିଟ୍ ରହିବା ଯୁବପିଢ଼ି
Share. Facebook Twitter LinkedIn Email WhatsApp Copy Link

Related Posts

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Latest News

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.