
ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର ଡେଲ ଷ୍ଟେନ୍ ଚଳିତ କ୍ରିକେଟ ବିଶ୍ବକପ୍ରୁ ବାଦ ପଡିଛନ୍ତି। କାନ୍ଧ ଆଘାତ ଯୋଗୁଁ ଷ୍ଟେନ୍ ବିଶ୍ବକପ୍ରୁ ବାଦ ପଡିଥିବା ବେଳେ ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମାତ୍ର ୬୦ ପ୍ରତିଶତ ଫିଟ୍ ଥିବା ଷ୍ଟେନ୍ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ ପରେ ଆଘାତ ସମସ୍ୟା ବଢି ଯାଇଥିଲା। ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ଆହତ ହେବା ସହିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ବଦଳ ଖେଳାଳି ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ବିଶ୍ବକପ୍ର ବୈଷୟିକ କମିଟିର ଅନୁମତି ନେବାକୁ ପଡିବ। ଜିଓଫ୍ ଆଲେଡ୍ରିସ୍, କ୍ୟାମ୍ପବେଲ୍ ଜାମିଏସନ୍, ଆଲାନ ଫୋରଧମ, ହର୍ଷ ଭୋଗଲେ ଏବଂ କୁମାର ସାଙ୍ଗାକାରା ଏହି ବୈଷୟିକ ଟିମ୍ର ସଦସ୍ୟ ରହିଛନ୍ତି।