Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଷ୍ଟେସନରେ ତେଜସ ରେକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱର ଷ୍ଟେସନରେ ତେଜସ ରେକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

August 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମୋଦି ସରକାରରେ ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ, ଯାତ୍ରୀ ସୁବିଧା ସହ ଆନୁଷଙ୍ଗିକ କାର୍ଯ୍ୟ ଅପେକ୍ଷା ଠାରୁ ଅଧିକ ହୋଇଛି ବୋଲି ସୋମବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଅତ୍ୟାଧୁନିକ ତେଜସ୍ ରେକ୍ ଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ମୋଦି ସରକାରରେ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଭୁବନେଶ୍ୱର ରେଳ ଷ୍ଟେସନର ନବେକଳେବର ହେଉଛି। ଓଡ଼ିଶାର କଟକ, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ରେଳ ଷ୍ଟେସନର ନବୀକରଣ କାମ ହେଉଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କ କରମକମଳରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ ମୋଟ ୫୭ଟି ଷ୍ଟେସନର ନବୀକରଣ ପାଇଁ ଯୋଜନା କରାଯାଇଛି। ସବୁ ରେଳ ଲାଇନର ବିଦ୍ୟୁତକରଣ ହୋଇଛି। ରେଳବାଇ ବିଭାଗରେ ସ୍ୱଚ୍ଛତା ବଢିଛି। ମୋଦିଜୀଙ୍କ ‘ବିକଶିତ ଭାରତ’ରେ ଯାତ୍ରୀ ସୁବିଧା ମହତ୍ତ୍ୱପୂର୍ଣ୍ଣ ହୋଇଛି। ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ ଚଳାଚଳ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଦିଲ୍ଲୀକୁ ଯାଇ ଲଢେଇ କରିବାକୁ ପଡୁଥିଲା। ମାତ୍ର ଆଜି ମୋଦି ସରକାରରେ ତାହା ସହଜ ହୋଇଛି।

ପ୍ରଧାନମନ୍ତ୍ରୀ ଆଗାମୀ ୨୫ ବର୍ଷରେ ବିକଶିତ ଭାରତ କରିବା ଆହ୍ୱାନ କରିଛନ୍ତି। ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି ତାହା ବିକଶିତ ଭାରତରେ ଆଗକୁ ଯିବାର ଅନ୍ୟତମ ପଦକ୍ଷେପ। ଏହି ତେଜସ୍ ରେକ୍ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୨୦୦ କିମି ବେଗରେ ଚାଲିବ। ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି।

 

ଏହାବ୍ୟତିତ ଶ୍ରୀ ପ୍ରଧାନ କହିଛନ୍ତି ଯେ ମେଟ୍ରୋ ଭାରତ ସରକାରଙ୍କ ଅର୍ବାନ ଡେଭଲପମେଣ୍ଟ ଓ ସମ୍ବନ୍ଧିତ ରାଜ୍ୟ ସରକାର ମିଶି କରୁଛନ୍ତି। ଓଡ଼ିଶାରେ ବନ୍ଦେ ମେଟ୍ରୋ ଚାଲିବା ପାଇଁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଶ୍ୱସ୍ତ କରିଛନ୍ତି। ତେବେ ମେଟ୍ରୋ ଓଡ଼ିଶାକୁ ଆସୁ, କିନ୍ତୁ ଆସିବା ପାଇଁ ସଠିକ୍ ପ୍ରୟାସ ହେଉ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ଷ୍ଟେସନ ମୋଦି ସରକାର ରାଜଧାନୀ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.