Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬ଜି ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ କଲେ ବଡ଼ ଘୋଷଣା
ଆଜିର ଖବର

୬ଜି ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ କଲେ ବଡ଼ ଘୋଷଣା

August 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ୬ଜି ରୋଲଆଉଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଏହି ବାର୍ତ୍ତା ଦେଇଛନ୍ତି । ଅନେକ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବେ ୬ଜି ଇଣ୍ଟରନେଟ୍ ସଂଯୋଗ ପାଇଁ ପ୍ରସ୍ତୁତ ହେଉଛି ।

ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି, କିନ୍ତୁ ଏହା ପରେ ମଧ୍ୟ ଏଠାରେ ସବୁଠାରୁ ସୁଲଭ ଡାଟା ପ୍ଲାନ୍ ଏବଂ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏକ ସମୟ ଥିଲା ଯେତେବେଳେ ଭାରତକୁ କେବଳ ସାପର ଦେଶ କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ଭାରତ ସବୁ ଦିଗରେ ଅଗ୍ରଗତି କରୁଛି । ୫ଜି ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ଭାରତ ଏବେ ୬ଜି ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି ।

୬ଜି ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୫ଜିରୁ ୬ଜିକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଛି ଏବଂ ଏଥିପାଇଁ ଏକ ୬ଜି ଟାସ୍କ ଫୋର୍ସ ମଧ୍ୟ ପ୍ରସ୍ତୁତ କରାଯାଇଛି । ଦେଶର ୭୦୦ରୁ ଅଧିକ ଜିଲ୍ଲାର ଲୋକଙ୍କ ପାଖରେ ୫ଜି ସୁବିଧା ରହିଛି ଏବଂ ଏହି ସଂଖ୍ୟା ସହିତ ଭାରତ ୫ଜି କାର୍ଯ୍ୟକାରୀ କରିବାରେ ଦ୍ରୁତତମ ଦେଶ ପାଲଟିଛି ବୋଲି ସେ ସୂଚନା ଦେଇଛନ୍ତି ।

୬ଜି ପାଇଁ ପ୍ରସ୍ତୁତି ଚାଲିଛି

ଏହା ପ୍ରଥମ ଥର ନୁହେଁ ଯେ ପିଏମ ମୋଦୀ ୬ଜି ବିଷୟରେ କହୁଛନ୍ତି କିମ୍ବା ୬ଜି ପାଇଁ ପ୍ରସ୍ତୁତ ହେଉଛନ୍ତି । ଗତବର୍ଷ ଟ୍ରାଇର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଆମେ ୬ଜି ସେବା ଆରମ୍ଭ କରିବୁ ଏବଂ ଆମର ଟାସ୍କଫୋର୍ସ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି ।

ଦେଶରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ପାଉଛି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ଇଣ୍ଟରନେଟ୍ ଉପଭୋକ୍ତା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି ଏବଂ ସରକାର ଭଲ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଛନ୍ତି, ଯେଉଁ କାରଣରୁ ଭାରତ ବିଶ୍ୱର ସବୁଠାରୁ ଶସ୍ତା ଡାଟା ପ୍ଲାନ୍ ଥିବା ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଛି ।

ବର୍ତମାନ ୬ଜି ଟେକ୍ନୋଲୋଜି ଉପଲବ୍ଧ ନାହିଁ, କିନ୍ତୁ ଟାସ୍କ ଫୋର୍ସ ଗଠନକରିବାର ଲକ୍ଷ୍ୟ ହେଉଛି ଭାରତ ବିଶ୍ୱସ୍ତରୀୟ ଅଭ୍ୟାସ ସହ ଜଡ଼ିତ ରହିବା ଉଚିତ ଏବଂ ଯେତେବେଳେ ବିଶ୍ୱକୁ ୬ଜି ସଂଯୋଗ ଆସିବ, ସେତେବେଳେ ଭାରତ ଏହି ମାମଲାରେ ପଛରେ ପଡିବା ଉଚିତ ନୁହେଁ ଏବଂ ତୁରନ୍ତ ନୂତନ ବ୍ୟାଣ୍ଡୱିଥ୍ ଆରମ୍ଭ କରିପାରିବ ।

ପ୍ରଧାନମନ୍ତ୍ରୀ ମୋଦୀ ବଡ ଘୋଷଣା ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର କୋଟି ମୂଲ୍ୟର ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହ

June 25, 2026

ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ: ପବିତ୍ର ରୁକ୍ମିଣୀ–କୃଷ୍ଣ ବିବାହ ନୀତି

June 25, 2026

ଭେନେଜୁଏଲାରେ ଦୁଇ ଶକ୍ତିଶାଳୀ ଭୂମିକମ୍ପ, କାରାକାସରେ ଭୟଙ୍କର କ୍ଷୟକ୍ଷତି

June 25, 2026

ଅରଣ୍ୟ ଭବନ ସମ୍ମିଳନୀ କକ୍ଷରେ ‘କେନ୍ଦୁପତ୍ର ଚିନ୍ତନ ଶିବିର–୨୦୨୬’ ଅନୁଷ୍ଠିତ

June 25, 2026
Latest News

୬ ହଜାର କୋଟି ମୂଲ୍ୟର ନିଶାଦ୍ରବ୍ୟ ଧ୍ୱଂସ ପାଇଁ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ ଅମିତ ଶାହ

June 25, 2026

ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ: ପବିତ୍ର ରୁକ୍ମିଣୀ–କୃଷ୍ଣ ବିବାହ ନୀତି

June 25, 2026

ଭେନେଜୁଏଲାରେ ଦୁଇ ଶକ୍ତିଶାଳୀ ଭୂମିକମ୍ପ, କାରାକାସରେ ଭୟଙ୍କର କ୍ଷୟକ୍ଷତି

June 25, 2026

ଅରଣ୍ୟ ଭବନ ସମ୍ମିଳନୀ କକ୍ଷରେ ‘କେନ୍ଦୁପତ୍ର ଚିନ୍ତନ ଶିବିର–୨୦୨୬’ ଅନୁଷ୍ଠିତ

June 25, 2026

ସୁବନ ଖୁଣ୍ଟିଆ ପଞ୍ଚମ ସ୍ମାରକୀ ବକ୍ତୃତା ସଭାରେ ଓମ୍ଫେଡ୍ ସମ୍ବର୍ଦ୍ଧିତ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.