ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ

Published: Aug 17, 2023, 9:33 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଗଣତନ୍ତ୍ରର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱାସ୍ଥ୍ୟ ଓ ବୟସ୍କ ଯତ୍ନ ବିଭାଗ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ବିନିମୟ କାର୍ଯ୍ୟକ୍ରମ କ୍ରୀଡ଼ା ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। କ୍ରୀଡାବିତ୍ ଏବଂ ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଏବଂ ବିକାଶ; କ୍ରୀଡ଼ା ଶାସନ ଓ ସଚ୍ଚୋଟତା; କ୍ରୀଡ଼ାରେ ତୃଣମୂଳ ସ୍ତରର ଅଂଶଗ୍ରହଣ; ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା; କ୍ରୀଡ଼ାରେ ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଫଳରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଆମ କ୍ରୀଡ଼ାବିତ୍ ମାନଙ୍କର ପ୍ରଦର୍ଶନରେ ଉନ୍ନତି ଆସିବ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ।

ଅଷ୍ଟ୍ରେଲିଆ ସହ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରୁ ମିଳିଥିବା ଲାଭ ଜାତି, ବର୍ଣ୍ଣ, ଅଞ୍ଚଳ, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ସମାନ ଭାବରେ ଲାଗୁ ହେବ।

Related posts