Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ
ଆଜିର ଖବର

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

August 17, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ‘ମେରୀ ମାଟି ମେରା ଦେଶ’ ବା ମୋ ମାଟି, ମୋ ଦେଶ ଅଭିଯାନରେ ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ‘ମେରି ମାଟି ମେରା ଦେଶ’ ଅଭିଯାନରେ ପବିତ୍ର ପୁରୀ ଭୂମିରେ ପିଲାମାନଙ୍କ ମଧ୍ୟରେ ଦେଶ ପାଇଁ ବଳିଦାନ ଦେଇଥିବା ଲୋକଙ୍କ ପ୍ରତି ସମ୍ମାନ ସୃଷ୍ଟି କରିବା ପାଇଁ ଏକ ଶୁଭ ସଙ୍କେତ ଦେଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଦେଶ ପାଇଁ ବଳିଦାନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସମେତ ଦେଶବ୍ୟାପୀ ମୋ ମାଟି- ମୋ ଦେଶ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓ ବଳିଦାନ ଦେଇଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀ ତଥା ସାହସୀ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଏହି ଅଭିଯାନର ଲକ୍ଷ୍ୟ। ଭାରତକୁ ଏକ ବିକଶିତ ଦେଶ କରିବା ସହ ଦାସତ୍ୱର ମାନସିକତାକୁ ମୂଳପୋଛ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସରେ ପଞ୍ଚ ପ୍ରାଣର ମନ୍ତ୍ର ଦେଇଛନ୍ତି।

ସେହିପରି  ମା, ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ଓ ଯୁବପିଢିଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଅର୍ଥମନ୍ତ୍ରୀ ସୀତାରମଣଙ୍କ ସହ ପୁରୀ ଜିଲ୍ଲାର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀରହରେକୃଷ୍ଣପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରଘୁରାଜପୁରର ଶିଳ୍ପୀ ମାନଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଥମେ ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ‘ବସୁଧା ବନ୍ଦନା’ କାର୍ଯ୍ୟକ୍ରମ ଅନ୍ତର୍ଗତ ବୀର ଶହୀଦଙ୍କ ସ୍ମୃତିରେ ‘ସ୍ମାରକୀ ଫଳକ’ ପ୍ରତିଷ୍ଠା କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରିଥିଲେ। ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓ ବଳିଦାନ ଦେଇଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ତ୍ୟାଗ ଓ ସମର୍ପଣ ଭାବନାକୁ ମନେପକାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସମବେତ ଶତାଧିକ ଛାତ୍ରଛାତ୍ରୀମାନେ ସେମାନଙ୍କର ନୈପୁଣ୍ୟ ଦେଖାଇ ମାନବ ଶୃଙ୍ଖଳ ପରି ଭାରତ ମାନଚିତ୍ର ପ୍ରଦର୍ଶିତ କରିଥିଲେ।

ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବୀର ସଂଗ୍ରାମୀ ଶହୀଦ ବିଜୟ କୁମାର ଭୋଇ, ପିତବାସ ବାରିକ, ଜିତେନ୍ଦ୍ର କୁମାର ପ୍ରଧାନ, ଉପେନ୍ଦ୍ର କୁମାର ଭୋଇ, ସୁଦାମ ଚରଣ ଦାସ, ଶହୀଦ ମନୋରଞ୍ଜନ ଲେଙ୍କା, ଦେବାଶିଷ ବିଶ୍ୱାଲ, ସାରଥ ପ୍ରଧାନ, ଶ୍ୟାମ ସୁନ୍ଦର ବାରିକ ଏବଂ ଦିଲ୍ଲୀପ କୁମାର ବଳିଆର ସିଂହଙ୍କ ପରିବାର ବର୍ଗଙ୍କୁ ଅର୍ଥମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଅସ୍ମିତା ଏବଂ ବୀରତ୍ୱର କିମ୍ବଦନ୍ତୀ ପୁରୁଷ ଜୟୀ ରାଜଗୁରୁଙ୍କ ପବିତ୍ର ଜନ୍ମମାଟି ପୁରୀ ଜିଲ୍ଲାର ବୀର ହରେକୃଷ୍ଣପୁରକୁ ଯାଇ ‘ଅମୃତ କଳଶ ଯାତ୍ରା’ରେ ସାମିଲ ହୋଇଥିଲେ। ଦିଲ୍ଲୀରେ ‘ଅମୃତ ବାଟିକା’ ସୃଷ୍ଟି ପାଇଁ ଏହି ଗ୍ରାମରୁ ଅର୍ଥମନ୍ତ୍ରୀଙ୍କ ସହ ଘରୁ ଘରୁ ଏକ କଳସ ପାତ୍ରରେ ମାଟି ଓ ଚାଉଳ ସଂଗ୍ରହ କରିଥିଲେ। ରାଷ୍ଟ୍ରୀୟ ରାଜଧାନୀରେ ସ୍ଥାପନା ହେବାକୁ ଥିବା ‘ଅମୃତ ବାଟିକା’ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିବଦ୍ଧତାର ପ୍ରତୀକ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ।

ସେହିପରି ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ସମବେତ ବ୍ୟକ୍ତିବିଶେଷ ଓ ଜନସାଧାରଣଙ୍କୁ ମୋ ମାଟି, ମୋ ଦେଶ ଅଭିଯାନରେ ପଞ୍ଚ ପ୍ରାଣର ଶପଥ ପାଠ କରାଇଥିଲେ। ଏହି ପାଞ୍ଚ ପ୍ରାଣ ହେଉଛି – ‘୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’। ‘ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା। ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’। ‘ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’। ‘ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା’।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବୀର ସଂଗ୍ରାମ ଜୟୀ ରାଜଗୁରୁଙ୍କ ଜନ୍ମମାଟି ବୀର ହରେକୃଷ୍ଣପୁର ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଐତିହାସିକ ଐତିହ୍ୟର ପ୍ରମାଣ। ମାତୃଭୂମିକୁ ବ୍ରିଟିଶ କବଳରୁ ମୁକ୍ତ କରିବା ପାଇଁ ଜୟୀ ରାଜଗୁରୁଙ୍କ ପରି ବୀରଯୋଦ୍ଧାଙ୍କ ତ୍ୟାଗ ଓ ସାହସ ଚିର ସ୍ମରଣୀୟ। ଏହି ଗ୍ରାମର ମାଟି ଜୟୀ ରାଜଗୁରୁଙ୍କ ବୀରତ୍ୱ ଓ ବଳିଦାନକୁ ଦେଖିଛି,  ଯାହା ଏହି ଅଭିଯାନ ପାଇଁ ଅଧିକ ପ୍ରାସଙ୍ଗିକତା ରଖୁଛି। ଏଭଳି ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯାଇ ଆମ ବୀର ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ।

ଏହା ପରେ ଶ୍ରୀ ପ୍ରଧାନ ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ ଐତିହ୍ୟ ଗ୍ରାମ ଭାବେ ସୁଖ୍ୟାତି ଅର୍ଜନ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମ ଗସ୍ତ କରିଥିଲେ। ବିଶିଷ୍ଟ ଶିଳ୍ପୀ ମାନଙ୍କୁ ଭେଟି ସେମାନଙ୍କର କାରିଗରୀ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଅତ୍ୟନ୍ତ ନିଆରା ପଟ୍ଟଚିତ୍ର, ଟସରରେ କଳାକୃତି ଇତ୍ୟାଦି ଦେଖିଥିଲେ। ବିଶିଷ୍ଟ ଶିଳ୍ପୀ ଜାତୀୟ ପୁରସ୍କାର ପ୍ରାପ୍ତ ବିଶ୍ୱନାଥ ସ୍ୱାଇଁଙ୍କ ବାସଭବନକୁ ଯାଇ ତାଙ୍କ ଦ୍ୱାରା ତାଳପତ୍ରରେ ପ୍ରସ୍ତୁତ ନିଖୁଣ ଚିତ୍ରକଳା ଦେଖିବା ସହ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ କହିଥିଲେ ଯେ କଳା ଓ ସଂସ୍କୃତିକୁ ନୂଆପିଢି ପାଖରେ ବଜାୟ ରଖିବାର ଅନନ୍ୟ ପରମ୍ପରାର ରାଜ୍ୟ ହେଉଛି ଓଡ଼ିଶା ଏବଂ ପୁରୀର ରଘୁରାଜପୁର। ନିକଟରେ ପ୍ରଧାନମନ୍ତ୍ରୀ ଭାରତର ପାରମ୍ପରିକ କାରିଗର, ହସ୍ତଶିଳ୍ପୀ ଏବଂ କୌଳିକ ବୃତ୍ତିଧାରୀ ମାନଙ୍କ ନିମନ୍ତେ ପିଏମ୍ – ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି। ପ୍ରାୟ ୧୩ ହଜାର କୋଟି ଟଙ୍କା ବ୍ୟୟବରାଦରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ରଘୁରାଜପୁର ଭଳି ଅଞ୍ଚଳର କାରିଗରୀମାନେ ବିଶେଷ ଉପକୃତ ହେବେ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ଅର୍ଥମନ୍ତ୍ରୀଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପୁରୀ ବେଳାଭୂମିରେ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ ଦ୍ୱାରା ମୋ ମାଟି, ମୋ ଦେଶ କଥାବସ୍ତୁ ଉପରେ ପ୍ରସ୍ତୁତ ବାଲୁକା ଚିତ୍ରକଳାକୁ ଦେଖିବା ସହ ପ୍ରଶଂସା କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି ନିର୍ମଳା ସୀତାରମଣ ବୀର ମେରୀ ମାଟି ମେରା ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025
Latest News

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.