Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦ତମ ‘ଜାତୀୟ ସିଏ ସମ୍ମିଳନୀ’ରେ ଯୋଗଦେଲେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

୨୦ତମ ‘ଜାତୀୟ ସିଏ ସମ୍ମିଳନୀ’ରେ ଯୋଗଦେଲେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

August 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗ୍ଲୋବାଲ୍ ଲିଡର ବନାଇବା ପାଇଁ ଭାରତ ସରକାର ସକ୍ରିୟତାର ସହ କାର୍ଯ୍ୟ କରିବା ସହ ଏହାକୁ ସୁନିଶ୍ଚିତ କରୁଛନ୍ତି ବୋଲି ଗୁରୁବାର ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଆୟୋଜିତ  “୨୦ତମ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ” ସମ୍ମିଳନୀରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇ କହିଛନ୍ତି।

‘ସମ୍ଭାବନା : ଡିଜିଟାଲ ଯୁଗରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୃତ୍ତି” କଥାବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ସରକାର ସକ୍ରିୟ ଭାବରେ ସୁନିଶ୍ଚିତ କରୁଛନ୍ତି ଯେ ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ଯେଭଳି ବିଶ୍ୱର ନେତୃତ୍ୱ ନେବା ଦିଗରେ କାମ କରୁଛନ୍ତି ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ର ମାନଙ୍କ ସହ ମଧ୍ୟ ଯୋଗାଯୋଗ ସ୍ଥାପନ କରୁଛି । ଗତ ମଇ ମାସରେ ଆଇସିଏଆଇ ଇନଷ୍ଟିଚ୍ୟୁଟ୍ ଅଫ୍ ସିଏ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ (ଆଇସିଏଇଡବ୍ଲ୍ୟୁ) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, କାନାଡା, ମାଲେସିଆ, ୟୁଏଇ, ସାଉଦି ଆରବ, କତାର, ବାହାରିନ, ଓମାନ ଏବଂ ଦକ୍ଷିଣ ଆଫ୍ରିକା ସହିତ ପାରସ୍ପରିକ ସ୍ୱୀକୃତି ଏବଂ ଏମଓୟୁକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଭାରତର ଆର୍ଥିକ ଦୃଶ୍ୟପଟ୍ଟରେ ଡିଜିଟାଲାଇଜେସନ କ୍ଷେତ୍ରରେ ମଜଭୂତ ହେଉଛି । ଟାର୍ଟାର୍ଡ ଆକାଉଣ୍ଟାଣ୍ଟ ସମୂହଙ୍କ କୌଶଳ ଏବଂ ପ୍ରତିବଦ୍ଧତା ମଧ୍ୟ ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରିଛି।’

ପୂର୍ବରୁ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି। ଯଦି ଓଡ଼ିଶାର ମହିଳାଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡାଯିବ ଓ ମୋଦିଜୀ ଓଡ଼ିଶାକୁ ପଠାଇଥିବା ଟଙ୍କାର ସଠିକ୍ କ୍ରିୟାନ୍ୱୟନ ହେବ ତେବେ ଓଡ଼ିଶାର ବିକାଶ ହୋଇପାରିବ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ କନ୍ଧରା ଗ୍ରାମର ବୁଣାକାର ପରିବାରର ମହିଳାମାନେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀ ପ୍ରଦାନ କରିବା ସହ ଭାରତ ସରକାରଙ୍କ ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତି ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ସୋଆ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026
Latest News

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.