
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ଡାକ ଅଫିସ୍ ଆମ ଦେଶର ଅଭିନବ ତଥା ପ୍ରଗତିର ପ୍ରମାଣ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ପୋଷ୍ଟ ଅଫିସ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବିତ ହେବେ। ଆମଦେଶର ଉଦ୍ଭାବନ ଏବଂ ପ୍ରଗତିର ଏହା ଏକ ପ୍ରମାଣ ଏବଂ ଆତ୍ମନିର୍ଭରଶୀଳ ଭାରତର ଆତ୍ମାକୁ ମଧ୍ୟ ଏହା ଦର୍ଶାଉଛି। ଡାକଘର କାମ ସମ୍ପୂର୍ଣ୍ଣ ହୋଇଥିବା ନେଇ ସୁନିଶ୍ଚିତ କରାଇବା ପାଇଁ କଠିନ ପରିଶ୍ରମ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା।’