Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁ ଦିବସରେ ହେବ ବଡ ଆନ୍ଦୋଳନ, ଗାନ୍ଧୀ ମାର୍ଗରେ ଶୋଇବେ ଶିକ୍ଷୟିତ୍ରୀ, ଶିକ୍ଷକ: ଓଷ୍ଟା
ଆଜିର ଖବର

ଗୁରୁ ଦିବସରେ ହେବ ବଡ ଆନ୍ଦୋଳନ, ଗାନ୍ଧୀ ମାର୍ଗରେ ଶୋଇବେ ଶିକ୍ଷୟିତ୍ରୀ, ଶିକ୍ଷକ: ଓଷ୍ଟା

August 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ତୃତୀୟ ଦିବସ। ଏହି ଦିନ ପୁଣି ହଜାର ହଜାର ଶିକ୍ଷକ ବର୍ଷାକୁ ଖାତିରି ନକରି ଜମା ହୋଇଥିଲେ। ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ପିଏମଜି ପର୍ଯ୍ୟନ୍ତ ଶିକ୍ଷକମୟ ହୋଇଯାଇଥିଲା। ଗୁରୁ ଗର୍ଜନରେ ପ୍ରକମ୍ପିତ ହୋଇଥିଲା ଗାନ୍ଧୀମାର୍ଗ। ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନଦେଲେ, ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚିତ ବିଦ୍ୟାଳୟ ଗୁଡ଼ିକ ପାଇଁ ଏହା ଲାଗୁ ନହେଲେ, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ୍ ତଥା ଚାକିରି ସର୍ତ୍ତାବଳୀ ନଦେଲେ, ସମସ୍ତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ ନକଲେ, ୨୦୦୪ ରୁ  ୨୦୧୩ ମଧ୍ୟରେ ନିଯୁକ୍ତ ସମସ୍ତ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ଛଅଟି ଇନକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ ନକଲେ, ୧୧୦ ବାଳିକା ବିଦ୍ୟାଳୟ ଏବଂ ହିନ୍ଦୀ, ସଂସ୍କୃତ, ଖେଳ ଶିକ୍ଷକ ଓ କିରାଣୀ ମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ସୁବିଚାର କରାଯିବା ସହିତ ଆର୍‌ସିପି ପ୍ରଦାନ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରା ନଗଲେ ଏହି ଆନ୍ଦୋଳନ ଚାଲିବ ବୋଲି ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି । ଏହି ଆନ୍ଦୋଳନ ଭୁବନେଶ୍ୱରରେ ଚାଲିବ କି ପ୍ରତି ଗାଁ, ପଞ୍ଚାୟତରେ ହେବ ସଂଗଠନର କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ହେବ। କିନ୍ତୁ ଆବଶ୍ୟକ ପଡ଼ିଲେ ସରକାର ଯେଉଁ ଶିକ୍ଷା ଓ ଶିକ୍ଷକ ମାରଣ ନୀତି ଆପଣେଇଛନ୍ତି ତା ବିରୋଧରେ ଗଳି କନ୍ଦି ସର୍ବତ୍ର ଶିକ୍ଷା ରଥ ବୁଲିବ। ଗୀତ ବାଜିବ। ଆମ ଛାତ୍ରଛାତ୍ରୀଙ୍କ ପ୍ରତି ଆମର ଯେମିତି ଉତ୍ତରଦାୟିତ୍ୱ ଅଛି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ମଧ୍ୟ ଆମର ଦାୟିତ୍ୱ। ଏଥିରୁ ସଂଗଠନ ହଟିବ ନାହିଁ ବୋଲି ଯୁଗ୍ମସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ କହିଛନ୍ତି।

ଦିବସର ଶେଷାର୍ଦ୍ଧରେ ସରକାରଙ୍କ ତରଫରୁ ଆଲୋଚନା ପାଇଁ ଡ଼ାକରା ଆସିବା ପରେ ସଂଗଠନର ସଭାପତି, କାର୍ଯ୍ୟକାରୀ ସଭାପତି, ସାଧାରଣ ସଂପାଦକ, ଯୁଗ୍ମ ସାଧାରଣ ସଂପାଦକ, କୋଷାଧ୍ୟକ୍ଷ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କ ସହିତ ପୃଥକ୍ ପୃଥକ୍ ଭାବେ ଆଲୋଚନା ହୋଇଥିଲା। ଯଦିଓ ଆଲୋଚନାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି, କିନ୍ତୁ ଶିକ୍ଷକମାନଙ୍କ ମଧ୍ୟରେ ସଂଶୟ ଅଛି। ପୂର୍ବରୁ ସରକାର ବାରମ୍ବାର ଠକି ଚାଲିଛନ୍ତି, ପ୍ରତିଶ୍ରୁତି ପ୍ରଚାରରେ ପରିଣତ ହୋଇଛି। ବହୁ ଶିକ୍ଷକଙ୍କ ଭିତରେ ସରକାରଙ୍କ ପ୍ରତି ଅବିଶ୍ୱାସ ଅଛି। ଏଥର ବି ସରକାର ଠକେଇ ଦେବେନି ତ? ଏଭଳି ପ୍ରଶ୍ନର ଯଥାର୍ଥତା ଥିଲେ ମଧ୍ୟ ସଂଗଠନ ପୁନର୍ବାର ସରକାରଙ୍କ ଉପରେ ବିଶ୍ୱାସ ରଖି ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ବିବୃତି ଦେଇଛନ୍ତି। ଏହା ମଧ୍ୟ କହିଥାନ୍ତି ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେପ୍ଟେମ୍ବର  ୪ ତାରିଖ ପୂର୍ବରୁ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକ ବସି ଠୋସ୍ ନିଷ୍ପତ୍ତି ନିଆ ନଯାଏ ଏବଂ ଦାବୀ ପୂରଣ ନହୁଏ  ତେବେ ଦ୍ୱିଗୁଣ ଶକ୍ତି ଓ ଉତ୍ସାହ ନେଇ ଗୁରୁ ଦିବସ ଦିନ ପୁଣି ଆନ୍ଦୋଳନ ଆରମ୍ଭ କରାଯିବ। ପବିତ୍ର ଗୁରୁ ଦିବସରେ ରାଜଧାନୀର ରାଜରାସ୍ତାରେ ଗୁରୁଦିବସ ପାଳନ ହେବ କି? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପାଳନ ହେବ ତାର ନିଷ୍ପତ୍ତି ଓଷ୍ଟାର କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ହେବ। କିନ୍ତୁ ସେହି ଦିନଠାରୁ ପଚାଶ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଶୋଇବେ ଗାନ୍ଧୀମାର୍ଗରେ। ସରକାର ଯଦି ଉଦାସୀନ ରୁହନ୍ତି ତେବେ କୌଣସି ବିଧାୟକ ମନ୍ତ୍ରୀଙ୍କୁ ବିଧାନ ସଭା ଭିତରକୁ ଛଡ଼ାଯିବ ନାହିଁ ବୋଲି ସଂଘର କର୍ମକର୍ତ୍ତା ସର୍ବଶ୍ରୀ  ନୀଳମଣୀ ପୁରୋହିତ, ଅଶୋକ କୁମାର ମହାପାତ୍ର, ମାଣିକେଶ୍ୱର ସ୍ୱାଇଁ, ପ୍ରଣବ ଜେନା, ରମାକାନ୍ତ ମହାପାତ୍ର, ଅଜୟ ଆଚାର୍ଯ୍ୟ, ମଧୁସୁଦନ ଦେ, ବିନାୟକ ପରିଡ଼ା, ବିଜୟ ଛତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି ।

ଆନ୍ଦୋଳନ ଓଷ୍ଟା ଶିକ୍ଷକ ଶିକ୍ଷୟିତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

June 21, 2026
Latest News

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.