Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୁବ୍ ଶୀଘ୍ର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ କେନ୍ଦ୍ର ସରକାର: ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
ଆଜିର ଖବର

ଖୁବ୍ ଶୀଘ୍ର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ କେନ୍ଦ୍ର ସରକାର: ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ

August 20, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧିର ଏକ ବୃହତ ଯୋଜନା ସମ୍ପର୍କରେ  ଆଜି ଘୋଷଣା କରିଛନ୍ତି। ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ ଉନବିଂଶ ସମୁଦ୍ରତଟବର୍ତ୍ତୀ ରାଜ୍ୟ ବିକାଶ ପରିଷଦର ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ଦ୍ୱାରା ବନ୍ଦର ସମୂହର ଦକ୍ଷତା ବୃଦ୍ଧି ଓ ଏସବୁର ବିକାଶ ପାଇଁ ପୁଞ୍ଜିନିବେଶ ସଂକ୍ରାନ୍ତ ବ୍ୟାପକ ଭବିଷ୍ୟବାଦୀ ଯୋଜନା ଘୋଷଣା କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ। ଏହା ଫଳରେ ସବୁ ବନ୍ଦରର ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ ହେବ। ୨୦୪୭ ସୁଦ୍ଧା ଦେଶର ବନ୍ଦର ସମୂହର କାରବାର ବୃଦ୍ଧି କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରିର ରହିଛି। ଏହା ଫଳରେ ଧାର୍ଯ୍ୟ ସମୟ ସୁଦ୍ଧା ଭାରତର ବନ୍ଦର ସମୂହର ବାର୍ଷିକ ସାମଗ୍ରୀ କାରବାର କ୍ଷମତା ୧୦ହଜାର ନିୟୁତ ମେଟ୍ରିକ ଟନ୍ (ଏମ୍‌ଟିପିଏ)କୁ ଅତିକ୍ରମ କରିବ। ଏହି ବନ୍ଦର ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ। ଘରୋଇ କ୍ଷେତ୍ରକୁ ବନ୍ଦର ନିର୍ମାଣ ଓ ଏହାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପ୍ରୋତ୍ସାହିତ କରାଯିବ। ସେମାନେ ଯଥାର୍ଥ ଅଂଶୀଦାରୀ ଯୋଗାଇ ଏହି ସୁଯୋଗ ନେଇପାରିବେ।

ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବନ୍ଦର ବିକାଶ ଏବଂ ଜଳପଥରେ ସାମଗ୍ରୀ ପରିବହନ ବୃଦ୍ଧି ପାଇଁ ଯେଉଁ ଉଦ୍ୟମ ଚାଲିଛି ସେଥି ନିମନ୍ତେ ପୁଞ୍ଜିନିବେଶର ସମ୍ଭାବ୍ୟ କ୍ଷେତ୍ରଗୁଡିକୁ ଚିହ୍ନଟ କରାଯାଇଛି। ସେହିଭଳି ୨୦୪୭ ସୁଦ୍ଧା ଦେଶର ଜାତୀୟ ଜଳପଥଗୁଡିକ ମାଧ୍ୟମରେ ବାର୍ଷିକ ୫୦୦ ନିୟୁତ ମେଟ୍ରିକ ଟନ୍ ମାଲ ପରିବହନର ଲକ୍ଷ୍ୟ ରଖାଯାଇଛି। ଏହାଛଡା ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବନ୍ଦରରେ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠାକୁ ଅଧିକାର ଦିଆଯିବ।

ଅମୃତକାଳର ଯାତ୍ରା ସହିତ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି ସେଥିରେ ବନ୍ଦରର ଏକ ବଡ ଭୂମିକା ରହିବ। ଏବେ ଦେଶର ମୋଟ ବନ୍ଦର କାରବାର କ୍ଷମତା ୨୬୦୦ ଏମ୍‌ପିଟିଏ ରହିଛି। ଏହାକୁ ୧୦ହଜାର ଏମ୍‌ପିଟିଏରୁ ଅଧିକ କରାଯି । ରାଜ୍ୟ ସରକାରମାନଙ୍କୁ ନିଜସ୍ୱ ବନ୍ଦର ପ୍ରତିଷ୍ଠା ଏବଂ ନିଜ ବନ୍ଦରର ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ। ଏହା ଛଡା ଭାରତମାଳା ଯୋଜନାରେ ଦେଶର ବୃହତ୍ ବନ୍ଦର ସବୁକୁ ସଂଯୁକ୍ତ କରିବା କାମ ଆଗେଇ ଚାଲିଛି। ଏହା ଫଳରେ  ଦେଶର ସାମୁଦ୍ରିକ ବାଣିଜ୍ୟ କରବାର ବଢିବା ଦ୍ୱାରା ଲୋକେ ଅଧିକ ଉପକୃତ ହେବେ । ତେବେ ବନ୍ଦର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଗୁଡିକର ସାହାଯ୍ୟ ସହଯୋଗ ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ। ଚଳିତବର୍ଷ ଭାରତରେ ହେବାକୁ ଥିବା ବିଶ୍ୱ ସାମୁଦ୍ରିକ ବାଣିଜିକ ଶିଖର ସମ୍ମିଳନୀ ଆମ ଦେଶକୁ ଏକ ନୂଆ ମର୍ଯ୍ୟାଦା ଦେବ। ଏହା  ହେବ ସବୁଠୁ ବଡ ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ଆମର ସାମୁଦ୍ରିକ ଶକ୍ତିକୁ ପ୍ରମାଣିତ କରିବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି। ଏହି ଶିଖର ସମ୍ମିଳନୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅକ୍ଟୋବର ୧୭ରୁ ୧୯ଯାଏ ଅନୁଷ୍ଠିତ ହେବ। ବନ୍ଦର ବିକାଶ କ୍ଷେତ୍ରରେ ଯେଉଁ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ ତାହା ଦ୍ୱାରା ୧୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀପାଦ ନାଏକ କହିଥିଲେ ଯେ ନୂଆ ଯୁଗର ଟେକ୍‌ନୋଲୋଜି, ବନ୍ଦରାଞ୍ଚଳ ସନ୍ନିକଟ ଲୋକଙ୍କ ପାଇଁ ନିରନ୍ତର ଜୀବିକା ସୁଯୋଗ ସୃଷ୍ଟି ଓ ପରିବେଶ ସୁରକ୍ଷା-ଏହି ତିନିଟି ବିଷୟ ସାମୁଦ୍ରିକ ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ମୌଳିକ ଭିତ୍ତିଭୂମି ବିକାଶ ସହିତ ଏହା ଉପରେ ଗୁରୁତ୍ୱ ଦେବାକୁ ପଡିବ। ଅନ୍ୟତମ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତୁନୁ ଠାକୁର ମଧ୍ୟ ବନ୍ଦର ବିକାଶ ଓ ନୌବାଣିଜ୍ୟ ବୃଦ୍ଧିର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଗୁଜରାଟ ସରକାରଙ୍କ କୃଷିମନ୍ତ୍ରୀ ରାଘବଜୀ ପଟେଲ ଓ କର୍ଣ୍ଣାଟକର ମତ୍ସ୍ୟ ବିଭାଗ ରାଷ୍ଟ୍ର ମନ୍ତ୍ରୀ  ମନକଲ ବୈଦ୍ୟ ମଧ୍ୟ ଏଥିରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟାନ୍ୟ ରାଜ୍ୟର ବନ୍ଦର ବିଭାଗ ମନ୍ତ୍ରୀମାନେ ମଧ୍ୟ ଏଥିରେ ଉଦ୍‌ବୋଧନ ଦେଇଥିଲେ।

ଏହି ଦୁଇଦିନିଆ ବୈଠକ ଆଜି ଉଦ୍‌ଯାପିତ ହୋଇଛି। ସାଗରମାଳା, ଏନ୍‌ଏମ୍‌ଏଚ୍‌ସି ଜାତୀୟ ଜଳପଥର ବିକାଶ, ରୋପାକ୍ସ /ଫେରି ସମସ୍ୟା, ସହରଞ୍ଚଳ ଜଳଯାତ୍ରୀ ସେବା, ବନ୍ଦରକୁ ସଡକ ଓ ରେଳ ସଂଯୋଗ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡିକର ସଫଳତା କାହାଣୀ, ରାଜ୍ୟ ମାରିଟାଇମ ବୋର୍ଡ ଓ ଅନ୍ୟାନ୍ୟ ବିଷୟରେ ଏଥିରେ  ଆଲୋଚନା କରାଯାଇଥିଲା।

କେନ୍ଦ୍ର ସରକାର ସର୍ବାନନ୍ଦ ସୋନୋୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.