Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳୁପଡାଘାଟ ଷ୍ଟେସନରେ ରହିଲା ପ୍ରଶାନ୍ତି ଏକ୍ସପ୍ରେସ: ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସମ୍ବିତ ପାତ୍ର
ଆଜିର ଖବର

କାଳୁପଡାଘାଟ ଷ୍ଟେସନରେ ରହିଲା ପ୍ରଶାନ୍ତି ଏକ୍ସପ୍ରେସ: ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସମ୍ବିତ ପାତ୍ର

August 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର କାଳୁପଡାଘାଟ ରେଳଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ( ଭୁବନେଶ୍ୱର – ବେଙ୍ଗାଳୁରୁ )ର ରହଣି ଆଜିଠୁ ଆରମ୍ଭ ହେଇଛି। ଏହି ଅବସରରେ ପ୍ରଶାନ୍ତି ଏକ୍ସପ୍ରେସକୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ନେତା ପୃଥିବୀରାଜ ହରିଚନ୍ଦନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ ପତାକା ଦେଖେଇ କାଳୁପଡାଘାଟ ରେଲଷ୍ଟେସନରୁ ଶୁଭାରମ୍ଭ କରିଛନ୍ତି।

କାଳୁପଡାଘାଟ ରେଳ ଷ୍ଟେସନରେ ରଣପୁର ଓ ଚିଲିକା ଅଞ୍ଚଳର ସାଧାରଣ ଜନତା ନିଜ ଗମନାଗମନ ପାଇଁ ନିର୍ଭର କିନ୍ତୁ ଏହି ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନ ରହୁ ନ’ ଥିବା କାରଣରୁ ସ୍ଥାନୀୟ ଜନତା ଅନେକ ସମସ୍ୟା ଦେଇ ଗତିରୁଥିଲେ ଓ ଏକ୍ସପ୍ରେସ ଟ୍ରେନ ପାଇଁ ପୁରୀ ଓ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନରେ ନିର୍ଭର କରୁଥିଲେ। ସ୍ଥାନୀୟ ଜନତାଙ୍କ ଏହି ସମସ୍ୟା ବିଷୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସମ୍ବିତ ପାତ୍ର ଅବଗତ ହେବା ପରେ ସେ କାଳୁପଡାଘାଟ ରେଳ ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନର ରହଣି ପାଇଁ ଉଦ୍ୟମ କରିଥିଲେ। ସେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମାର୍ଚ୍ଚ ମାସରେ ଦିଲ୍ଲୀରେ ଭେଟ କରି କାଳୁପଡାଘାଟ ରେଳଷ୍ଟେସନରେ ରଜ୍ୟରାଣୀ ଏକ୍ସପ୍ରେସ ଓ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ଅନୁରୋଧ କରିଥିଲେ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସମ୍ବିତ ପାତ୍ରଙ୍କ ଅନୁରୋଧ ସ୍ବୀକାର କରି ଗତ ଜୁନ ମାସରେ ରାଜ୍ୟରାଣୀ ଟ୍ରେନର ରହଣି ପାଇଁ ସ୍ବୀକୃତି ଦେଇଥିବା ବେଳେ ଗତ ୧୧ ଅଗଷ୍ଟକୁ ସେ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ବୀକୃତି ଦେଇଥିଲେ। ପ୍ରଶାନ୍ତି ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନରେ ରହଣି ଯୋଗୁଁ ଚିଲିକା ଓ ରଣପୁର ଅଂଚଳର ଜନତାଙ୍କ ଗମନାଗମନ ସରଳ ହେବା ସହିତ ଅଞ୍ଚଳରେ ପର୍ଯ୍ୟଟନ ଓ ଆର୍ଥିକ ଗତିବିଧିରେ ମଧ୍ୟ ବୃଦ୍ଧି ହେବ।

ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୁରୀ ଲୋକସଭାର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରଚେଷ୍ଟା କରୁଛନ୍ତି। କାଳୁପଡାଘାଟ ଷ୍ଟେସନରେ ପ୍ରସାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ଥାନୀୟବାସିନ୍ଦାଙ୍କ ଅନେକ ଦିନର ଦାବି ଥିଲା। ଆଜି ଏହାର ସମାଧାନ ହେଇଥିବାରୁ ସେ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ପ୍ରଶାନ୍ତି ଏକ୍ସପ୍ରେସର ରହଣି ପରେ ଆଜି ଚିଲିକା ଓ ରଣପୁରରେ ଖୁସିର ଲହରୀ ଖେଳିଯାଇଛି।

କାଳୁପଡାଘାଟ ଷ୍ଟେସନ ଚିଲିକା ବିଧାନସଭା ପୁରୀ ଲୋକସଭା ପ୍ରଶାନ୍ତି ଏକ୍ସପ୍ରେସ ରେଳ ମନ୍ତ୍ରୀ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Latest News

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.