Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ ଓଡ଼ିଶା ସମେତ ୬ ଟି ରାଜ୍ୟର ଛାତ୍ରଛାତ୍ରୀ
ଆଜିର ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ ଓଡ଼ିଶା ସମେତ ୬ ଟି ରାଜ୍ୟର ଛାତ୍ରଛାତ୍ରୀ

August 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
draupadi murmu
ଅକ୍ଟୋବର ୨୧ ରୁ ୨୪ ପର୍ଯ୍ୟନ୍ତ କେରଳ ଗସ୍ତ କରିବେ ରାଷ୍ଟ୍ରପତି: ଜାଣନ୍ତୁ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରଛାତ୍ରୀମାନେ ଆଜି ରାଷ୍ଟ୍ରପତି ଭବନକୁ ପରିଦର୍ଶନ କରିବେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିବେ। ଏହିସବୁ ଛାତ୍ରମାନେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଦ୍ବାରା ଆୟୋଜିତ ଶିକ୍ଷଣ ଯାତ୍ରାର ଅଂଶ ଭାବରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବେ।

ଏହାପରେ ଦିନରେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀଙ୍କ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ ରେଣୁକା ସିଂଙ୍କ ସହିତ ଆଲୋଚନା ପାଇଁ ଏକ ସମ୍ମିଳନୀର ଆୟୋଜନ କରୁଛି। କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ୬ ଟି ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ର ପ୍ରାୟ ୫୦୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ବିଦ୍ୟାର୍ଥୀମାନେ ଆଜି ନୂଆଦିଲ୍ଲୀରେ ଡା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରର ମଧ୍ୟ ପରିଦର୍ଶନ କରିବେ।

ଏହି ପ୍ରକାର ସମ୍ମିଳନୀର ଆୟୋଜନର ଉଦ୍ଦେଶ୍ୟ ଛାତ୍ରମାନଙ୍କୁ ଶିକ୍ଷା, କ୍ୟାରିୟର ଏବଂ ଛାତ୍ରବୃତ୍ତି ଯୋଜନା ସହିତ ସମ୍ବନ୍ଧିତ ବିଷୟରେ ବିଚାର, ଅନ୍ତର୍ଦୁଷ୍ଟି ଏବଂ ଅନୁଭବକୁ ଆଦାନ ପ୍ରଦାନ କରିବା ପାଇଁ ସାର୍ଥକ ଆଲୋଚନା ନିମନ୍ତେ ପ୍ଲାଟଫର୍ମ ପ୍ରଦାନ କରିବା ଅଟେ।

ଛାତ୍ରମାନେ ଆସନ୍ତାକାଲି ସକାଳ ସମୟରେ ସଂସଦ ଭବନକୁ ପରିଦର୍ଶନ କରିବେ। ଏହି ପ୍ରତିଷ୍ଠିତ ସଂସ୍ଥାର ଯାତ୍ରା ଦ୍ବାରା ଛାତ୍ରମାନେ ସଂସଦ ଭବନର କାର୍ଯ୍ୟ ସହିତ ପରିଚିତ ହେବା ଏବଂ ସଂସଦ ସହିତ ସାମିଲ୍ ଭୂମିକା ଓ ଦାୟୀତ୍ବକୁ ବୁଝିବାରେ ଏକ ସ୍ବତନ୍ତ୍ର ସୁଯୋଗ ମିଳିବ।

ସମଗ୍ର କାର୍ଯ୍ୟକ୍ରମ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ଛାତ୍ରମାନଙ୍କକୁ ଏକ ବ୍ୟାପକ ଅଭିଜ୍ଞତା ପ୍ରଦାନ କରିବ। ଏହି ଶିକ୍ଷଣ ଯାତ୍ରାର ଉଦ୍ଦେଶ୍ୟ ଛାତ୍ରମାନଙ୍କର ସମଗ୍ର ବିକାଶରେ ଯୋଗଦାନ ଦେବା ଅଟେ ଯେଉଁଥିରେ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ମଞ୍ଚ ମିଳିବ ଏବଂ ଏହା ସହିତ ସେମାନଙ୍କ ଜୀବନ ଉପରେ ଏକ ଅବିସ୍ମରଣୀୟ ପ୍ରଭାବ ସୃଷ୍ଟି ହେବ।

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓଡିଶା ଛାତ୍ରଛାତ୍ରୀ ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026
Latest News

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.