ଅମୃତକାଳର ପ୍ରାରମ୍ଭରେ ଅବିସ୍ମରଣୀୟ ଉପଲବ୍ଧି – ଧର୍ମେନ୍ଦ୍ର ପ୍ରଧାନ

Published: Aug 24, 2023, 12:04 am IST

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ଖୁସି ପ୍ରକାଶ କରିବା ସହ ଇସ୍ରୋ ସମେତ ଦେଶର ବୈଜ୍ଞାନିକ ସମୂହ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଏହା ଅବିସ୍ମରଣୀୟ ଉପଲବ୍ଧି। ଚନ୍ଦ୍ରଯାନ-୩ର ଐତିହାସିକ ଉପଲବ୍ଧିକୁ ସମଗ୍ର ଭାରତବର୍ଷ ଉତ୍ସାହର ସହ ପାଳନ କରୁଛି। ନରେନ୍ଦ୍ର ମୋଦି ଜଣେ ପ୍ରଧାନମନ୍ତ୍ରୀ ସହ ଜଣେ ନାଗରିକ ମଧ୍ୟ। ସେ ଚନ୍ଦ୍ରଯାନ-୩ ଖବର ସହ ପ୍ରତିଟି ମୁହୂର୍ତ୍ତରେ ଯୋଡି ହୋଇ ରହିଥିଲେ। ପ୍ରଧାନମନ୍ତ୍ରୀ ଯେଉଁଠାରେ ବି ରୁହନ୍ତୁ ଏକ ପରିବାରର ସଦସ୍ୟ ଭଳି ଦେଶ ଏବଂ ଦେଶର ଜନତାଙ୍କ ସାଥୀରେ ରହିଥାନ୍ତି। ଏହି ଗୌରବମୟ ଉପଲବ୍ଧି ଅବସରରେ ବୈଜ୍ଞାନିକଙ୍କ ମନୋବଳ ବଢାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related posts