Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

August 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନ) ଏସ. ଅରୁଣା,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଅନୁସଚିବ ସୁବୋଧ କୁମାର ଦାସ, ବରିଷ୍ଠ ଲେଖାଧିକାରୀ ସରୋଜ କୁମାର ବେହେରା ଯୋଗଦେଇ ପେନସନ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ। ବିଭିନ୍ନ ବିଭାଗର ପେନସନ ମଞ୍ଜୁରକର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ପେନସନ ମଞ୍ଜୁରୀ ବିଳମ୍ବିତ ହେଉଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାଶ ଅସନ୍ତୋଷ ପ୍ରକାଶ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ବେଉରା ଖୋର୍ଦ୍ଧା ଜିଲ୍ଲାରେ ପେନସନ ଓ ଗ୍ରାଚୁଇଟି ମଂଜୁର ହୋଇ ନ ଥିବା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପେନସନ କାଗଜ ପତ୍ର ସେପ୍ଟେମ୍ବର ମାସ ୨୦ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଉପ ମହାଲେଖାକାର ଏସ. ଅରୁଣା ଅବସର ଦିନ ଯେପରି ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ପେନସନ, ଭବିଷ୍ୟନିଧି ପ୍ରାପ୍ୟ ପାଇପାରିବେ ତା ଉପରେ ପଦକ୍ଷେପ ନେବା ପାଇଁ ପ୍ରଧାନ ମହାଲେଖାକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ପେନସନ ମଞ୍ଜୁରକର୍ତ୍ତା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ଓ ପୁରୁଣା ବ୍ୟବସ୍ଥା ବଦଳରେ ଅକ୍ଟୋବର ତାରିଖ ୧ ତାରିଖରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ଏ.ଜି କାର୍ଯ୍ୟାଳୟରେ ଗ୍ରହଣ କରାଯିବ ବୋଲି କହିଥିଲେ। ଡେପୁଟି କଲେକ୍ଟର ସୁବ୍ରତ ରଞ୍ଜନ ଶତପଥୀ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପେନସନରମାନଙ୍କ ଏଭଳି କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ।

ଏହି ପେନସନ ଅଦାଲତରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା ୨୦୨୭ କେସ ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା। ଏହି ଅଦାଲତକୁ ବରିଷ୍ଠ ଲେଖାଧିକାରୀ ଦୁଃଶାସନ ନାୟକ, ପୁରୁଷୋତ୍ତମ ବଳ, ସହକାରୀ ଲେଖାଧିକାରୀ ସୁଦର୍ଶନ ସାହୁ, ଆଶୁତୋଷ ଦାଶ, ଶିବ ପ୍ରସାଦ ପଣ୍ଡା, ଚନ୍ଦ୍ର ଶେଖର ବେହେରା ପରିଚାଳନା କରିଥିଲେ।

ଆସନ୍ତା କଟକ ଜିଲ୍ଲାସ୍ତରୀୟ ପେନସନ ଅଦାଲତ କଟକରେ ୨୯ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌
ଡରାଇ /ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ୟାମଳେନ୍ଦୁ ନାୟକ/ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସାମୟୀ‌ ଆଚାର୍ଯ୍ୟ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026

ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

April 26, 2026

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026
Latest News

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026

ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

April 26, 2026

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.