Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଯୁକ୍ତି ଦାବୀ କରି ଆୟୁଷ ଛାତ୍ରଛାତ୍ରୀଙ୍କ କଳାବ୍ୟାଚ ପିନ୍ଧି ଧାରଣା, ପାଠପଢା ବନ୍ଦ ଧମକ
ଆଜିର ଖବର

ନିଯୁକ୍ତି ଦାବୀ କରି ଆୟୁଷ ଛାତ୍ରଛାତ୍ରୀଙ୍କ କଳାବ୍ୟାଚ ପିନ୍ଧି ଧାରଣା, ପାଠପଢା ବନ୍ଦ ଧମକ

August 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
AyushDr
ନିଯୁକ୍ତି ଦାବୀ କରି ଆୟୁଷ ଛାତ୍ରଛାତ୍ରୀଙ୍କ କଳାବ୍ୟାଚ ପିନ୍ଧି ଧାରଣା, ପାଠପଢା ବନ୍ଦ ଧମକ

ଭୁବନେଶ୍ବର: ନିଯୁକ୍ତି ଦାବୀ କରି ରାଜ୍ୟର ସମସ୍ତ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଧାରଣରେ ବସିଛନ୍ତି। ରାଜ୍ୟରୁ ବିଭିନ୍ନ କଲେଜରୁ ପ୍ରତିବର୍ଷ ଶହଶହ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ନୂଆ ପଦବୀ ସୃଷ୍ଟି କରୁ ନାହାଁନ୍ତି।

ଫଳରେ ପାଠପଢା ସାରି ରାଜ୍ୟର ଶହଶହ ଆୟୁଷ ଡାକ୍ତର ବେକାର ହୋଇ ବସୁଛନ୍ତି। ରାଜ୍ୟ ସରକାର ତୁରନ୍ତ ନୂତନ ପଦବୀ ସୃଷ୍ଟି କରି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବା ଦାବୀରେ ଗତକାଲିଠାରୁ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି ଧାରଣାରେ ବସିଛନ୍ତି।

କେବଳ ନିଯୁକ୍ତି ନୁହେଁ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଫଳରେ ଛାତ୍ରଛାତ୍ରୀମାନେ ପିଜି କରିବା ପାଇଁ ଚାହିଁଲେ କୌଣସି ସୁଯୋଗ ପାଇପାରୁ ନାହାନ୍ତି। ଏ ନେଇ ସେମାନେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି।

ଗୋଟିଏ ପଟେ ସରକାର ଏଲୋପ୍ୟାଥୀ ଡାକ୍ତର ପଦବୀ ସୃଷ୍ଟି କରି ନିଯୁକ୍ତି ଦେଉଛନ୍ତି। ହେଲେ ଅନ୍ୟପଟେ ଆଯୁଷ କ୍ଷେତ୍ରରେ ତାହା ଲାଗୁ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ପାଠପଢା ବନ୍ଦ କରିଦିଆଯିବ ବୋଲି ଛାତ୍ରଛାତ୍ରୀ ଧମକ ଦେଇଛନ୍ତି।

AYUSH Ayush Doctor ଆୟୁଷ ଡ଼ାକ୍ତର ଆର୍ୟୁବେଦ ହୋମିଓପ୍ୟାଥି
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026
Latest News

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.