ସଭିଁଙ୍କୁ ଓନମ୍ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Published: Aug 29, 2023, 6:22 pm IST

ନୂଆଦିଲ୍ଲୀ: ଓନମ୍ ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମସ୍ତଙ୍କୁ ଓନମ୍ ଶୁଭେଚ୍ଛା! ସଭିଁଙ୍କ ଜୀବନ ଉତ୍ତମ ସ୍ୱାସ୍ଥ୍ୟ, ଅପୂର୍ବ ଆନନ୍ଦ ଏବଂ ଅପାର ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଗତ ଅନେକ ବର୍ଷ ମଧ୍ୟରେ ଓନମ ଏକ ବିଶ୍ୱ ମହୋତ୍ସବରେ ପରିଣତ ହୋଇଛି ଏବଂ ଏହା କେରଳର ଜୀବନ୍ତ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରଦର୍ଶନ କରୁଛି।’

Related posts