Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ତାର ପ୍ରିୟ ଓଡିଆ ଦର୍ଶକଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକ 
ଆଜିର ଖବର

ଏବେ ତାର ପ୍ରିୟ ଓଡିଆ ଦର୍ଶକଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକ 

September 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକ ସର୍ବଦା ନୂଆ, ଭିନ୍ନ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’, ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି। ତେବେ ଏଇଠି ରହିବ ନାହିଁ ଜୀ-ସାର୍ଥକ ଓ ତାର ଦର୍ଶକଙ୍କ ସମ୍ପର୍କ। ଏହି ସମ୍ପର୍କକୁ ଆଗକୁ ନେବାକୁ ଓ ଆହୁରି ମଜବୁତ୍ କରିବା ପାଇଁ ଆହୁରି ଗୋଟେ ପାଦ ଆଗକୁ ଯାଉଛି ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ, ଜୀ-ସାର୍ଥକ।

ଜୀ-ସାର୍ଥକ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ, ଯାହା ମାଧ୍ୟମରେ ଜୀ-ସାର୍ଥକର ଟିମ୍ ତାଙ୍କର ପ୍ରଚାର ଗାଡିରେ ପହଁଚିବେ ଆପଣ ମାନଙ୍କ ପାଖରେ ଓ ଆପଣ ମାନଙ୍କ ସହ ବିଚାର ବିମର୍ଶ କରିବେ ଜୀ-ସାର୍ଥକର ସମସ୍ତ କାର୍ଯକ୍ରମ ଉପରେ। ଆପଣ ମାନଙ୍କର ପସନ୍ଦର କାହାଣୀ, ରିଆଲିଟି ସୋ ଓ ସେଥିରେ ଚାହୁଁଥିବା ପରିବର୍ତନ ସବୁ ଜାଣିବାକୁ ଚେଷ୍ଟା କରିବେ। ଓଡ଼ିଶାର ସମ୍ପୂର୍ଣ ୩୦ ଜିଲ୍ଲା ପରିଦର୍ଶନ କରିବେ ଜୀ-ସାର୍ଥକର ଏହି ଟିମ୍। କେବଳ ବିଚାର ବିମର୍ଶ ନୁହେଁ ଏହି ଟିମ୍ ଆପଣଙ୍କ ଗାଁ, ସହରରେ ବିଭିନ୍ନ ପ୍ରାନ୍ତରେ ତାର ଦର୍ଶକଙ୍କ ସହ ଭିନ୍ନ ଭିନ୍ନ ଖେଳ ସହ ଏହା ଆହୁରି ଅଧିକ ମଜାଦାର ହେବ ଓ ଦର୍ଶକ ମାନେ ମଧ୍ୟ ଜିତିବେ ଆକର୍ଷଣୀୟ ଉପହାର ସବୁ।

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଜୀ-ସାର୍ଥକର ଲୋକପ୍ରିୟ ଚରିତ୍ରଗୁଡିକ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛି। ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ କିନ୍ତୁ ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା ଛଡା ଆଉ ଗୋଟେ ପାଦ ଆଗେଇଛି ସିଧା ଦର୍ଶକମାନଙ୍କ ପାଖରେ ପହଞ୍ଚିବା ପାଇଁ। ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ। ନିଜର ମତାମତ ସହ ପ୍ରସ୍ତୁତ ହୋଇ ରୁହନ୍ତୁ, ଆମେ ପହଁଚିବୁ ଖୁବ ଶୀଘ୍ର ଆପଣଙ୍କ ପାଖରେ।

ଓଡିଆ ଦର୍ଶକ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.