Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ପ୍ରବୋଧ ତିର୍କୀ ଓ ପ୍ରଶାନ୍ତ ଚମ୍ପତି
ଆଜିର ଖବର

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ପ୍ରବୋଧ ତିର୍କୀ ଓ ପ୍ରଶାନ୍ତ ଚମ୍ପତି

September 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶିଷ୍ଟ କ୍ରୀଡ଼ାବିତ ତଥା ଆନ୍ତର୍ଜାତିକ ହକି ଖେଳାଳି ପ୍ରବୋଧ ତିର୍କୀ ଏବଂ ଭୁବନେଶ୍ୱରର ଜିଲ୍ଲା ବିଜେଡ଼ିର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଚମ୍ପତି ନିଜର ଶତାଧିକ ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ପ୍ରଭାରୀ, ସାଂସଦ ଡଃ.ଏ ଚେଲ୍ଲା କୁମାର ସସସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଦଳରେ ଗ୍ରହଣ କରିନେଇଥିଲେ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ବିଜେଡ଼ି ସରକାର ପ୍ରତିଶ୍ରୁତି ଦେବାରେ ଓସ୍ତାଦ। ଓଡ଼ିଶାର ଜନସାଧାରଣ ବିଜେପି ଓ ବିଜେଡ଼ି ସରକାରଙ୍କର ଜନମାରଣ ନୀତି ଓ ଚଂଚକତାପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ବୁଝିସାରିଲାଣି। ୨୩ ବର୍ଷର ବିଜେଡ଼ି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପଛକୁ ଠେଲିଦେଇଛି। କଂଗ୍ରେସ ଏକମାତ୍ର ଦଳ ଯିଏ ସାଧାରଣ ଜନତାର ଦୁଃଖ ବୁଝିଛି। ଆଜି ସେଥିପାଇଁ କଂଗ୍ରେସ ଦଳ ପ୍ରତି ଆକୃଷ୍ଟ ହୋଇ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ହାତମୁଠାକୁ ଟାଣ କରିବା ପାଇଁ ନେତୃବୃନ୍ଦ ଓ ବ୍ୟକ୍ତିବିଶେଷ କଂଗ୍ରେସ ଦଳରେ ଯୋଗଦାନ କରୁଛନ୍ତି।

ନିଜ ପ୍ରତିକ୍ରିୟାରେ ଶ୍ରୀ ତିର୍କୀ ଓ ଶ୍ରୀ ଚମ୍ପତି କହିଲେ ଯେ, କଂଗ୍ରେସ ଦଳ ପ୍ରତି ଆମର ନିଷ୍ଠା ଓ ଭଲ ପାଇବା ରହିଛି। କଂଗ୍ରେସ କେବଳ ରାଷ୍ଟ୍ର ଗଠନ କରେ। ଆଗାମୀ ଦିନରେ ଦଳକୁ ସୁଦୃଢ଼ କରିବାପାଇଁ ଆମ୍ଭେମାନେ ନିଷ୍ଠାର ସହ କାର୍ଯ୍ୟକରିବୁ।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଜାନକୀବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ପ୍ରଦୀପ ମହାପାତ୍ର, ପୁଷ୍ପିତା ଦାସ, ଜୟଶ୍ରୀ ପାତ୍ର, କୁସୁମ ପ୍ରଧାନ, ମିହିର ଆଚର୍ଯ୍ୟ, ପ୍ରସନ୍ନ ନାୟକ, ଜୟକୃଷ୍ଣ ସୁବୁଧି, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Latest News

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.