Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁରୋପ ଗସ୍ତରେ ରାହୁଲ ଗାନ୍ଧି: ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ କାହିଁକି ରହିବ ଯାତ୍ରାର କେନ୍ଦ୍ରବିନ୍ଦୁ?
ଆଜିର ଖବର

ୟୁରୋପ ଗସ୍ତରେ ରାହୁଲ ଗାନ୍ଧି: ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କ ପାଇଁ କାହିଁକି ରହିବ ଯାତ୍ରାର କେନ୍ଦ୍ରବିନ୍ଦୁ?

September 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାହୁଲ ଗାନ୍ଧୀ
ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦେଶର ୭୨୨ଟି ଜିଲ୍ଲାରେ ପ୍ରତୀକାତ୍ମକ ପଦଯାତ୍ରା କରିବାକୁ ଯାଉଛି। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୟୁରୋପ ଗସ୍ତରେ ଥିବାବେଳେ ୪ଟି ଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ ସେହି ଦେଶରେ ରହୁଥିବା ପ୍ରବାସୀ ଭାରତୀୟ, ଭାରତୀୟ ବଂଶୋଦ୍ଭବ, ସାଂସଦ, ବିଶ୍ୱବିଦ୍ୟାଳୟ ଛାତ୍ର, ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟି ଆଲୋଚନା କରିବେ। ଗତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ଗାନ୍ଧିଜୀ ତାମିଲନାଡୁର କନ୍ୟାକୁମାରୀରୁ ତାଙ୍କର ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଥିଲେ। ଚଳିତ ସପ୍ତାହରେ ଦେଶରେ ଜି-୨୦ ଭଳି ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ଅନ୍ୟପଟେ ରାହୁଲ ଗାନ୍ଧି ଏହି ସମୟ ମଧ୍ୟରେ ୟୁରୋପର ବିଭିନ୍ନ ଦେଶର ସମାଜର ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ।

ରାହୁଲ ଗାନ୍ଧିଙ୍କ ଗସ୍ତ ପଛରେ କଂଗ୍ରେସର ସାଂଗଠନିକ ଶାଖା ବିଦେଶୀ କଂଗ୍ରେସର ହାତ ରହିଛି। ବିଦେଶୀ ଶାଖାଏହି ପୂରା କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେବେ ଏହା ପ୍ରଥମଥର ନୁହେଁ ଯେ ରାହୁଲ ଗାନ୍ଧି ବିଦେଶ ଯାଇ ସେଠାକାର ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଗସ୍ତ ୟୁରୋପୀୟ ଦେଶ ବେଲଜିୟମରୁ ଆରମ୍ଭ ହେଉଛି।

ସେ ଆଜି ରାଜଧାନୀ ବ୍ରସେଲସରେ ପହଞ୍ଚିବେ। ଯେଉଁଠାରେ ସେ ୟୁରୋପୀୟ ସଂଘର ସାଂସଦମାନଙ୍କୁ ଭେଟି ଆଲୋଚନା କରିବେ। ଏହାପରେ ସେ ନାଗରିକ ସମାଜର ସଦସ୍ୟ ଏବଂ ଏନଆରଆଇ ଏବଂ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ସହ ସାକ୍ଷାତ୍‍ କରିବେ। ସେମାନଙ୍କ ସହ ରାହୁଲ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ।

ସେପ୍ଟେମ୍ବର ୮ତାରିଖରେ ରାହୁଲ ଗାନ୍ଧି ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନା କରିବା ସହ ସକାଳ ଜଳଖିଆରେ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟିବେ। ସେହିଦିନ ରାହୁଲ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବେ। ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯ତାରିଖରେ ରାହୁଲ ଗାନ୍ଧି ଫ୍ରାନ୍ସ ସାଂସଦଙ୍କ ସହ ଆଲୋଚନା କରିବେ। ଏହାପରେ ସେ ପ୍ୟାରିସର ସାଇନ୍ସ ପୋ ବିଶ୍ୱବିଦ୍ୟାଳୟ ଏବଂ ଇନାଲକୋ ବିଶ୍ୱବିଦ୍ୟାଳୟରେ ଦୁଇଟି ପୃଥକ୍‍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ସେପ୍ଟେମ୍ବର ୧୦ରେ ରାହୁଲ ହଲାଣ୍ଡରେ ପହଞ୍ଚିବେ। ସେ ୪୦୦ ବର୍ଷ ପୁରୁଣା ଲିଡିନ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ସେପ୍ଟେମ୍ବର ୧୧ରେ ରାହୁଲ ନରୱେର ରାଜଧାନୀ ଓସ୍ଲୋରେ ରହିବେ। ସେ ଓସ୍ଲୋ ବିଶ୍ୱବିଦ୍ୟାଳୟରେ ଓସ୍ଲୋ ସାଂସଦମାନଙ୍କୁ ଭେଟିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ସେ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ଏକ ବୈଠକ କରିବେ।

ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ଉପରେ ନଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ବଡ଼ ରାଜନୈତିକ ସଫଳତା ପଛର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱ ଭାବମୂର୍ତ୍ତି ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବିଜେପିର ଦବଦବା। ଗତ କିଛିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସିଧାସଳଖ କଥାବାର୍ତ୍ତା କରିଥିଲେ। ବିରୋଧୀମାନେ ମଧ୍ୟ ଅନେକ ସମୟରେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ, କିନ୍ତୁ ପରେ ସେମାନେ ଅନୁଭବ କଲେ ଯେ ସେମାନେ ଏଭଳି ଜନସଂଖ୍ୟାକୁ ଅଣଦେଖା କରୁଛନ୍ତି, ଯେଉଁମାନେ ଦେଶ ଭିତରେ ମଧ୍ୟ ଜନମତ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ଭୁଲରୁ ଶିକ୍ଷା ନେଇ ଏବେ କଂଗ୍ରେସ ମଧ୍ୟ ବିଳମ୍ବରେ ସଠିକ୍ ପଦକ୍ଷେପ ନେଇଛି। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ଷେତ୍ରରେ ସୃଷ୍ଟି କରିଥିବା ଲମ୍ବା ଲାଇନକୁ ଟକ୍କର ଦେବା ପାଇଁ କଂଗ୍ରେସକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟ ଭାରତ ଯୋଡୋ ଯାତ୍ରା ଭାରତୀୟ ବଂଶୋଦ୍ଭବ ୟୁରୋପ ଗସ୍ତ ରାହୁଲ ଗାନ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

କରାଚୀରେ ବଡ଼ ଆତଙ୍କୀ ହମଲା : ଆତ୍ମଘାତୀ ବିସ୍ଫୋରଣ ପରେ ଗୁଳିବର୍ଷା ଜାରି

June 27, 2026

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

June 27, 2026
Latest News

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

କରାଚୀରେ ବଡ଼ ଆତଙ୍କୀ ହମଲା : ଆତ୍ମଘାତୀ ବିସ୍ଫୋରଣ ପରେ ଗୁଳିବର୍ଷା ଜାରି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.