Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ
ଆଜିର ଖବର

ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ

September 8, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଏକ ପଦକ୍ଷେପ ଷ୍ଟାର୍ଟଅପ୍ ଓଡିଶା ପକ୍ଷରୁ ଏହାର ଫ୍ଲାଗ୍‌ସିପ୍ ଅଭିଯାନଗୁଡିକର ନୂତନ ସଂସ୍କରଣ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଅଭିଯାନକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଉଦ୍‌ଘାଟନ କରିବେ। ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରେ ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରିବା ଓ ସଶକ୍ତ କରିବା ପାଇଁ ଏକ ମୂଳ ଧ୍ୟାନ ସହିତ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗଗୁଡିକୁ ଉପଯୋଗ କରିବା ଲାଗି ସୁସଜ୍ଜିତ କରିବାକୁ ଚାହୁଁଛି।

ଅଭିନବ ବିଚାରଗୁଡିକୁ ଏକତ୍ରିତ କରିବା ପାଇଁ ଭ୍ୟାନ୍ କ୍ୟାମ୍ପ ଓ ବୁଟ୍ କ୍ୟାମ୍ପ୍‌ଗୁଡିକ ସମେତ ନିୟୋଜିତ ପଦକ୍ଷେପଗୁଡିକର ଏକ ଶୃଙ୍ଖଳା ମାଧ୍ୟମରେ ଷ୍ଟାର୍ଟଅପ୍ ଓଡିଶା, ଓଡିଶାର ୩୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକ ସହ ଜଡିତ ହେବ ଏବଂ ୨୦୦ରୁ ଅଧିକ କଲେଜ ଓ ୬୦ରୁ ଅଧିକ ବିଦ୍ୟାଳୟକୁ ସାମିଲ କରି ୨୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ଏହି ଅଭିଯାନର ଅଂଶ ଭାବେ ଷ୍ଟାର୍ଟଅପ୍ ଓଡିଶା କଲେଜ୍‌ଗୁଡିକରେ ୨୦୦ରୁ ଅଧିକ ଭ୍ୟାନ୍ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲ୍‌ରେ ୬୦ଟି ଭ୍ୟାନ୍ କ୍ୟାମ୍ପ୍ ସମେତ ୧୨୦ରୁ ଅଧିକ ବୁଟ୍‌କ୍ୟାମ୍ପର ପରିଚାଳନା କରିବ ଯାହା ୩୫୦୦ରୁ ଅଧିକ ବିଚାରଧାରା ସୃଷ୍ଟି କରିବ।

ଷ୍ଟାର୍ଟଅପ୍ ଓଡିଶା ଯାତ୍ରାର ପୂର୍ବ ସଂସ୍କରଣ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶିତ କରିଥିଲା ଯାହାକି ୩୦ଟି ଜିଲ୍ଲାରେ ପରିବ୍ୟାପ୍ତ ଥିଲା, ୩୦ଟି ବୁଟକ୍ୟାମ୍ପର ପରିଚାଳନା କରିଥିଲା, ୧୧୪ଟି ଭ୍ୟାନ୍ କ୍ୟାମ୍ପର ଆୟୋଜନ କରିବା ସହିତ ୧୦୦ରୁ ଅଧିକ କଲେଜକୁ ନିୟୋଜିତ କରିଥିଲା ଯେଉଁଥିରେ ୧୦୨୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ ଓ ୧୩୫୦ଟି ନୂଆ ବିଚାରଧାରା ଦେଖିବାକୁ ମିଳିଥିଲା । ଏହାମଧ୍ୟରୁ ଶୀର୍ଷ ୨୨ଟି ବିଚାରକୁ ଡେମୋ ଡେ’ରେ ଶେଷ ହୋଇଥିବା ଆକ୍‌ସିଲରେଶନ ପ୍ରୋଗ୍ରାମ ପାଇଁ ମନୋନିତ କରାଯାଇଥିଲା ଯେଉଁଠାରେ ୧୧ ଜଣ ଫାଇନାଲିଷ୍ଟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଷ୍ଟାର୍ଟଅପ୍ ଯାତ୍ରାର ଆଗାମୀ ସଂସ୍କରଣ ଏହି ପ୍ରୟାସକୁ ନୂଆ ଉଚ୍ଚତାକୁ ନେବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ସର୍ବନିମ୍ନ ୫୦ଟି ମନୋନିତ ବିଚାରଧାରାକୁ ଏକ ୩ ଦିନିଆ ଆକ୍‌ସିଲରେଶନ ପ୍ରୋଗ୍ରାମ ପାଇଁ ଆମନ୍ତ୍ରିତ କରାଯିବ । ଏହାପରେ ଶୀର୍ଷ ୨୫ଟି ବିଚାରଧାରାକୁ ଡେମୋ ଡେ’ ପାଇଁ ଓ-ହବ୍‌କୁ ଆମନ୍ତ୍ରିତ କରାଯିବ, ଯାହାମଧ୍ୟରୁ ୧୦ଟିକୁ ନିଜର ବିଚାରକୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଭେଂଚର୍‌ରେ ବିକଶିତ କରିବା ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ସହିତ ପୁରସ୍କୃତ କରାଯିବ । ଏକ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେଶନକୁ ଯୁବ ଉଦ୍ଭାବକଙ୍କଠାରୁ ଅଭିନବ ବିଚାରଗୁଡିକୁ ସଂଗ୍ରହ କରିବା ଲାଗି ବିକଶିତ କରାଯାଇଛି ।

ଏହାବ୍ୟତୀତ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୀର୍ଷ ୨୦ଟି ବିଚାରକୁ ଫାଇନାଲ୍ ପିଚିଙ୍ଗ୍ ପାଇଁ ଆମନ୍ତ୍ରିତ କରାଯିବ, ଯେଉଁଥିରୁ ୧୦ଟି ବିଚାରକୁ ଏହି ଯୁବ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଔଦ୍ୟୋଗିକ ଉତ୍ସାହକୁ ନିର୍ମାଣ କରିବା ଲାଗି ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶିରେ ସମ୍ମାନିତ କରାଯିବ ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ର ମହତ୍ୱ ଉପରେ ମତପ୍ରକାଶ କରି ଶିଳ୍ପ, “ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ୍ କହିଛନ୍ତି, ‘ଓଡିଶା ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍‌ର ଏହାର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାରୁ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଅଭିନବ ବିଚାରଗୁଡିକୁ ଆଗକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତା ବିକଶିତ କରିବା ଓ ମହିଳା ଉଦ୍ୟୋଗୀମାନଙ୍କୁ ବର୍ଦ୍ଧିତ ସହଯୋଗ ପ୍ରଦାନ କରିବାର ଏକ ଟ୍ରାକ୍ ରେକର୍ଡ ସହିତ ଏହି ଅଭିଯାନ ଏକ ପରିବର୍ତନଶୀଳ ଅନୁଭୂତି ଭାବେ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଭିବୃଦ୍ଧି ଓ ସଫଳତାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ ରହିଛି ।”

ଷ୍ଟାର୍ଟଅପ୍ ଓଡିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ଓମ୍‌କାର ରାୟ କହିଛନ୍ତି, “ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଓଡିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫକୁ ଚିହ୍ନିତ କରିଛି । ମହିଳାଙ୍କ ଦ୍ୱାରା ପରିଚାଳିତ ଓ ୨୭ ଜଣ ଇନ୍‌କ୍ୟୁବେଟରଙ୍କ ଦ୍ୱାରା ସମର୍ଥିତ ୪୨% ଷ୍ଟାର୍ଟଅପ୍ ସମେତ ୧୭୦୦ରୁ ଅଧିକ ଷ୍ଟାର୍ଟଅପ୍ ସହିତ ଓଡିଶା ଏକ ଔଦ୍ୟୋଗିକ କେନ୍ଦ୍ର ଭାବେ ଆଗକୁ ବଢୁଛି । ଏହି ଅଭିଯାନଗୁଡିକ ଛାତ୍ରଛାତ୍ରୀମାନଙ୍କୁ ତଥ୍ୟ, ବିଚାର ଓ ପ୍ରୋଗ୍ରାମକୁ ତ୍ୱରାନ୍ୱିତ କରିବା ଲାଗି ଏକ ମାର୍ଗ ପ୍ରଦାନ କରି ସଶକ୍ତ କରିବ । ଏହି ଯାତ୍ରା ଔଦ୍ୟୋଗିକତା ବୃଦ୍ଧି କରିବା ସହିତ ଅଭିନବ ସଫଳତାକୁ ଅନୁକରଣ କରିବା ଏବଂ ଏକ ପରୀବର୍ତନଶୀଳ ବିଚାର କେନ୍ଦ୍ରରେ ପରିଣତ ହେବା ପାଇଁ ଏହାର ମାର୍ଗରେ ରାଜ୍ୟକୁ ଏକୀକୃତ କରିବ ବୋଲ ଆମେ ଆଶା ରଖିଛୁ ।”

ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ମୁଖ୍ୟ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି, “ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଓଡିଶାର ଦ୍ରୁତ ବେଗରେ ଆଗକୁ ବଢୁଥିବା ଷ୍ଟାର୍ଟଅପ୍ ପରିଦୃଶ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତକୁ ଉପସ୍ଥାପନ କରୁଛି । ଏହା ଆମର ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ତଥ୍ୟ, ନିଜର ବିଚାରକୁ ଉପସ୍ଥାପନା କରିବା ଲାଗି ସୁଯୋଗ ଏବଂ ସଫଳ ଷ୍ଟାର୍ଟଅପ୍ ନିର୍ମାଣ କରିବାରେ ସାହାଯ୍ୟ କରିବା ପାଇଁ ଏକ ସ୍ପଷ୍ଟ ମାର୍ଗ ପ୍ରଦାନ କରି ସଶକ୍ତ କରିବା ପାଇଁ ପ୍ରସ୍ତୁତ ରହିଛି । ନୂଆ ବିଚାରଗୁଡିକୁ କାର୍ଯ୍ୟକାରୀ କରିବା ଲାଗି ଆମର ଯୁବପିଡିଙ୍କ ଉତ୍ସାହ ଓ ଆଗ୍ରହ ଔଦ୍ୟୋଗିକତାର ପରିବର୍ତନଶୀଳ ଶକ୍ତିକୁ ସୁଦୃଢ କରିବ ।”

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍‌ର ଯାତ୍ରା ଭୁବନେଶ୍ୱରରେ ଏକ ଗ୍ରାଣ୍ଡ ଫିନାଲେ ସହିତ ଶେଷ ହେବ, ଯେଉଁଠାରେ ଛାତ୍ରଛାତ୍ରୀମାନେ ନିଜର ବିଚାରଗୁଡିକୁ ପ୍ରଦର୍ଶିତ କରିପାରିବେ ଏବଂ ଷ୍ଟାର୍ଟଅପ୍ ଓଡିଶାରୁ ମେଂଟରସିପ୍ ସୁଯୋଗ ଓ ଆଇନ୍‌ଗତ ମାର୍ଗଦର୍ଶନ ସହିତ ନଗଦ ପୁରସ୍କାରରେ ସମ୍ମାନିତ ହୋଇପାରିବେ ।

ଏମ୍‌ଏସ୍‌ଏମ୍‌ଇ ବିଭାଗ ଓଡିଶା ସରକାର ନବୀନ ପଟ୍ଟନାୟକ ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025
Latest News

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.