ପାକିସ୍ତାନୀ ଦଳ ଉପରେ କ୍ରୋଧିତ ହେଲେ ଶୋଏବ ଅଖତର: ଶୁଣାଇଲେ କଠୋର ଶବ୍ଦ

Published: Sep 12, 2023, 2:13 pm IST

ନୂଆଦିଲ୍ଲୀ: ଭାରତୀୟ ଦଳ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ପରାଜୟ ପରେ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଖତର ମଧ୍ୟ ଭାରତକୁ ବହୁତ ପ୍ରଶଂସା କରିଛନ୍ତି। ପାକିସ୍ତାନ ବିପକ୍ଷରେ ଭାରତ ୨୨୮ ରନ୍ ରେ ଜିତିଥିଲା, ଯାହାକି ODI ରେ ପାକିସ୍ତାନ ବିପକ୍ଷରେ ଭାରତର ସବୁଠାରୁ ବଡ ବିଜୟ ଥିଲା।

ଭାରତ-ପାକ୍ ମ୍ୟାଚ୍ ପରେ ଶୋଏବ ଅଖତର ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ମ୍ୟାଚ୍ ବିଷୟରେ କହିଛନ୍ତି। ସେ ଭିଡିଓରେ କହିଛନ୍ତି ଯେ, “ଭାରତକୁ ଅନେକ ଅନେକ ଅଭିନନ୍ଦନ। ଭାରତ ବହୁତ ଭଲ ଖେଳି ପାଳିସ୍ତାନକୁ ପରାସ୍ତ କରିଥିଲା। ଭାରତର ବୋଲର ନିଶ୍ଚିତ କରିଥିଲେ ଯେ ଆମେ ଆମର ପୂର୍ଣ୍ଣ ଶକ୍ତି ଲଗାଇବୁ ଏବଂ ଆମେ ୱିକେଟ୍ ନେବୁ। ଜଣେ ଦ୍ରୁତ ବୋଲର ଭାବରେ, ମୁଁ ଏହାକୁ ଭଲ ସଙ୍କେତ ବୋଲି ପାଇଲି। ଜସପ୍ରୀତ ବୁମରା ଏବଂ ସିରାଜ ବହୁତ ଭଲ ସ୍ପେଲ କରିଥିଲେ।”

ଉଲ୍ଲେଖ ଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଚମତ୍କାର ଶତକ ହାସଲ କରିଥିଲେ, ଏହି କାରଣରୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୫୦ ଓଭରରେ ୩୫୬/୨ ସ୍କୋର କରିବାରେ ସଫଳ ହୋଇଥିଲା। ଉଭୟ ଶତକବୀର ଅପରାଜିତ ରହିଥିଲେ। ତିନି ନମ୍ବରରେ ବ୍ୟାଟିଂ କରି କୋହଲି ଶତକ ହାସଲ କରିଥିଲେ। ସେହିଭଳି ଆଘାତ ପରେ ଫେରିଥିବା କେ.ଏଲ୍ ରାହୁଲ ଚତୁର୍ଥ ସ୍ଥାନରେ ଖେଳି ଏହି ସଫଳତା ହାସଲ କରିଥିଲେ।

କୋହଲି ୧୨୯.୭୯ ଷ୍ଟ୍ରାଇକ ହାରରେ ୯୪ ବଲରେ ୧୨୨ ରନ କରିଥିଲେ। ତାଙ୍କ ଇନିଂସରେ ୪ ଟି ଚୌକା ଓ ୬ ଟି ଛକା ଥିଲା। ଏହି ଇନିଂସ ପାଇଁ କୋହଲିଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବେ ବିବେଚନା କରାଯାଇଥିଲା। ଏହା ବ୍ୟତୀତ କେଏଲ ରାହୁଲ ୧୨ ଟି ଚୌକା ଓ ୨ ଟି ଛକା ସହାୟତାରେ ୧୦୬ ବଲରେ ୧୧୧ ରନ୍ ସଂଗ୍ରହ କରିଥିଲେ। ରାହୁଲଙ୍କ ଏହି ଇନିଂସରେ କିଛି ଅତି ସୁନ୍ଦର ସଟ୍ ଦେଖିବାକୁ ମିଳିଥିଲା।

Related posts