ଉତ୍ତର ଗୁଜରାଟରେ ମୃଦୁ ଭୂମିକମ୍ପ

Published: Jun 6, 2019, 1:11 pm IST

ଉତ୍ତର ଗୁଜରାଟର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଥିଲା। ଗାନ୍ଧୀନଗରରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୦.୩୧ ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବାନସକଣ୍ଠାର ପାଳନପୁର ରହିଛି। କେନ୍ଦ୍ରସ୍ଥଳରୁ ୩୧ କିମି ବ୍ୟାପୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବାନସକଣ୍ଠା, ମେହସାନା ସବରାକଣ୍ଠା ଅଞ୍ଚଳରେ ଏହି ଭୂକମ୍ପ ପ୍ରଭାବରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ। ସେହିପରି ଅହମ୍ମଦାବାଦର କିଛି ଅଞ୍ଚଳରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଘଟଣାରେ କେହିବି ଆହତ ହୋଇନଥିବା ପ୍ରକାଶ।

Related posts