Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସାମୁଦ୍ରିକ ଅଞ୍ଚଳରେ ଅନୁଭୂତ ହେଲା ଭୂକମ୍ପ, ଦିଆଗଲା ସୁନାମୀ ଚେତାବନୀ

Tsunami Warning :  ଆଜି ସକାଳେ ସାମୁଦ୍ରିକ ଅଞ୍ଚଳରେ ଦେଖାଦେଇଛି ଭୂକମ୍ପ। ରିଚ୍ଟର ସ୍କେଲରେ ଏହାର ତୀବ୍ରତା 7.7 ମ୍ୟାଗ୍ନିଚ୍ୟୁଡ ବୋଲି ଜଣାପଡିଛି। ଇଣ୍ଡୋନେସିଆର ଫ୍ଲୋରସ୍ ସାଗର ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ସେଠାରେ ସୁନାମୀ ଆଶଙ୍କା ଥିବାରୁ ଚେତାବନୀ ଦିଆଯାଇଛି।

ଚଳିତ ବର୍ଷ ମେ ମାସରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପପୁଞ୍ଜର ଉତ୍ତର-ପଶ୍ଚିମ ଉପକୂଳରେ 6.6 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଶେଷ ଥର ପାଇଁ 2004 ମସିହାରେ ଇଣ୍ଡୋନେସିଆରେ ଏକ ସୁନାମି ସୃଷ୍ଟି ହୋଇଥିଲା।

Categories
ଆଜିର ଖବର

ଉତ୍ତର ଗୁଜରାଟରେ ମୃଦୁ ଭୂମିକମ୍ପ

ଉତ୍ତର ଗୁଜରାଟର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ରାତିରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଥିଲା। ଗାନ୍ଧୀନଗରରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୦.୩୧ ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବାନସକଣ୍ଠାର ପାଳନପୁର ରହିଛି। କେନ୍ଦ୍ରସ୍ଥଳରୁ ୩୧ କିମି ବ୍ୟାପୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବାନସକଣ୍ଠା, ମେହସାନା ସବରାକଣ୍ଠା ଅଞ୍ଚଳରେ ଏହି ଭୂକମ୍ପ ପ୍ରଭାବରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ। ସେହିପରି ଅହମ୍ମଦାବାଦର କିଛି ଅଞ୍ଚଳରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଘଟଣାରେ କେହିବି ଆହତ ହୋଇନଥିବା ପ୍ରକାଶ।

Categories
ଆଜିର ଖବର

ଫିଲିପାଇନ୍ସରେ ୬.୩ ତୀବ୍ରତାର ଭୂକମ୍ପ

ଫିଲିପାଇନ୍ସରେ ୬.୩ ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଛି। ମଧ୍ୟ ଫିଲିପାଇନ୍ସରେ ସୋମବାର ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି। ଆମେରିକୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି। ରାଜଧାନୀ ମାନିଲାର ଉତ୍ତର ଭାଗରୁ ୬୦ କିମି ଦୂରରେ ଘନୀଭୂତ ହୋଇଥିବା ଏହି ଭୂକମ୍ପ ୨୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ଭାବରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଥିବା ବେଳେ ଏହା ପରବର୍ତ୍ତୀ ସମୟରେ ୬.୩ କୁ ହ୍ରାସ ପାଇଥିଲା। କୌଣସି କ୍ଷୟକ୍ଷତିର ରିପୋର୍ଟ ନଥିଲା ବେଳେ ମାନିଲାରେ କିଛି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍‌ ଫାୟାରରେ ଏହି ଘଟଣା ଘଟିଥିବାରୁ ଆଗ୍ନେୟ ଉଦ୍‌ଗୀରଣର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଯାରି କରାଯାଇଛି।