ଫିଲିପାଇନ୍ସରେ ୬.୩ ତୀବ୍ରତାର ଭୂକମ୍ପ

Published: Apr 22, 2019, 5:05 pm IST

ଫିଲିପାଇନ୍ସରେ ୬.୩ ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଛି। ମଧ୍ୟ ଫିଲିପାଇନ୍ସରେ ସୋମବାର ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି। ଆମେରିକୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି। ରାଜଧାନୀ ମାନିଲାର ଉତ୍ତର ଭାଗରୁ ୬୦ କିମି ଦୂରରେ ଘନୀଭୂତ ହୋଇଥିବା ଏହି ଭୂକମ୍ପ ୨୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ଭାବରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଥିବା ବେଳେ ଏହା ପରବର୍ତ୍ତୀ ସମୟରେ ୬.୩ କୁ ହ୍ରାସ ପାଇଥିଲା। କୌଣସି କ୍ଷୟକ୍ଷତିର ରିପୋର୍ଟ ନଥିଲା ବେଳେ ମାନିଲାରେ କିଛି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍‌ ଫାୟାରରେ ଏହି ଘଟଣା ଘଟିଥିବାରୁ ଆଗ୍ନେୟ ଉଦ୍‌ଗୀରଣର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଯାରି କରାଯାଇଛି।

Related posts