Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଏକାଠି ଏକ ତାରିଖ ଏକ ଘଣ୍ଟା” ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

“ଏକାଠି ଏକ ତାରିଖ ଏକ ଘଣ୍ଟା” ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

September 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୯ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳରେ ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିଶନ ଘରେ ଘରେ ପରିଚିତ ହେଲା।

ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ‘ମନ୍ କି ବାତ୍’ର ୧୦୫ତମ ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଯେ ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ସମସ୍ତ ନାଗରିକ ମିଳିତ ଭାବେ ବାପୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପାଇଁ ‘ସ୍ୱଚ୍ଛାଞ୍ଜଳି’ ଭାବେ ପାଳନ କରିବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ଅକ୍ଟୋବର ପହିଲା ଅର୍ଥାତ୍ ରବିବାର ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଆପଣମାନେ ମଧ୍ୟ ସ୍ୱଚ୍ଛତା ସମ୍ବନ୍ଧୀୟ ଏହି ଅଭିଯାନରେ ସମୟ ବାହାର କରି ସାହାଯ୍ୟ କରିବା ଉଚିତ୍। ଆପଣ ନିଜ ରାସ୍ତା କିମ୍ବା ଆଖପାଖ ଅଞ୍ଚଳରେ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇପାରିବେ… କିମ୍ବା କୌଣସି ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ।

ଏହି ବୃହତ ସ୍ୱଚ୍ଛତା ଅଭିଯାନରେ ବଜାର ଅଞ୍ଚଳ, ରେଳଧାରଣା, ଜଳାଶୟ, ଧାର୍ମିକ ସ୍ଥଳ ଆଦି ସର୍ବସାଧାରଣ ସ୍ଥାନର ବାସ୍ତବ କାର୍ଯ୍ୟକଳାପରେ ସାମିଲ ହେବାକୁ ସବୁ ବର୍ଗର ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି। ପ୍ରତ୍ୟେକ ସହର, ଗ୍ରାମ ପଞ୍ଚାୟତ, ସରକାରଙ୍କ ସମସ୍ତ କ୍ଷେତ୍ର ଯଥା ବେସାମରିକ ବିମାନ ଚଳାଚଳ, ରେଳବାଇ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି, ସରକାରୀ ଅନୁଷ୍ଠାନଗୁଡ଼ିକ ନାଗରିକମାନଙ୍କ ନେତୃତ୍ୱରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ସୁଗମ କରିବେ।

ସଫେଇ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଗ୍ରହୀ ଏନଜିଓ/ ଆରଡବ୍ଲୁଏ/ ପ୍ରାଇଭେଟ୍ ସଂସ୍ଥା ଇତ୍ୟାଦି ପୌରାଞ୍ଚଳ/ ଜିଲ୍ଲା ପ୍ରଶାସନ ର ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ସ୍ୱଚ୍ଛତା କାର୍ଯ୍ୟକ୍ରମଗୁଡିକ ସ୍ୱତନ୍ତ୍ର ଭାବରେ ନିର୍ମିତ ଆଇଟି ପ୍ଲାଟଫର୍ମ ସ୍ୱଚ୍ଛତା ହିଁ ସେବା – ନାଗରିକ ପୋର୍ଟାଲ https://swachhatahiseva.com/ ଜନସାଧାରଣଙ୍କ ସୂଚନା ପାଇଁ ଉପଲବ୍ଧ ହେବ। ସ୍ୱଚ୍ଛତା ସ୍ଥାନରେ ନାଗରିକମାନେ ଫଟୋ ଉଠାଇ ପୋର୍ଟାଲରେ ଅପଲୋଡ ମଧ୍ୟ କରିପାରିବେ। ଏହି ପୋର୍ଟାଲରେ ନାଗରିକ, ପ୍ରଭାବଶାଳୀ ମାନଙ୍କୁ ଆନ୍ଦୋଳନରେ ଯୋଗ ଦେବା ଏବଂ ସ୍ୱଚ୍ଛତା ଆମ୍ବାସାଡର ହୋଇ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆମନ୍ତ୍ରଣ କରାଯାଇଛି।

ଏହି ବୃହତ୍‍ ସ୍ୱଚ୍ଛତା ଅଭିଯାନ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସ୍ୱଚ୍ଛତା ହିଁ ସେବା ୨୦୨୩ର ଏକ ଅଂଶ। ନାଗରିକମାନେ ପୁରୁଣା କୋଠାଗୁଡ଼ିକର ପୁନରୁଦ୍ଧାର, ଜଳାଶୟ ସଫେଇ, ଘାଟ, କାନ୍ଥ ରଙ୍ଗ କରିବା, ପଥପାର୍ଶ୍ବ ନାଟକ, ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ ଭଳି ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ପକ୍ଷ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ କୋଟିରୁ ଅଧିକ ନାଗରିକ ପକ୍ଷରେ ସାମିଲ ହୋଇଛନ୍ତି।

ଗାନ୍ଧି ଜୟନ୍ତୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ ସ୍ୱଚ୍ଛତା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026
Latest News

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.