ଏସିଆନ ଗେମ୍ସ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଲେ ନିତା ଅମ୍ବାନି

Published: Sep 26, 2023, 4:42 pm IST

ଭୁବନେଶ୍ୱର: ଚୀନର ହ୍ୱାଙ୍ଗଝୋରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ନିତା ଅମ୍ବାନି। ଶ୍ରୀଲଙ୍କାକୁ ଫାଇନାଲରେ ୧୯ ରନରେ ହରାଇ ଏସୀୟ କ୍ରୀଡା ବିଜେତା ହୋଇଛି ଭାରତୀୟ ମହିଳା କ୍ରିକେଟ ଦଳ।

ଏହି ଅବସରରେ ନିତା ଅମ୍ବାନି କହିଛନ୍ତି “ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ଅଭିନନ୍ଦନ! ଏହି ଐତିହାସିକ ବିଜୟକୁ ନେଇ ଦେଶ ଗର୍ବିତ ହୋଇଛି ଏବଂ ଏହା ଆଗାମୀ ପିଢିଙ୍କୁ ପ୍ରେରିତ କରିବା। ଆମ ମହିଳା ଦଳ ପୁଣି ଥରେ କରି ଦେଖାଇଛି ଯେ ସଠିକ ଭାବନା, ସମର୍ଥନ, ବିଶ୍ୱାସ ଓ ସାମୁହିକ ଭାବନା ବଳରେ ସେମାନେ ଅଜେୟ ଅଟନ୍ତି।

ଭାରତରେ ମହିଳା କ୍ରିକେଟ ପାଇଁ ଚଳିତ ବର୍ଷ ଏକ ଉଲ୍ଲେଖନୀୟ ବର୍ଷ ରହିଛି ଯାହାର ଆରମ୍ଭ ଟି୨୦ ବିଶ୍ୱକପରେ ଟିମ ର ଚମତ୍କାର ପ୍ରଦର୍ଶନ ସହିତ ହୋଇଥିଲା। ଏହାପରେ ଐତିହାସିକ ଡବ୍ଲୁପିଏଲ ଏବଂ ଏବେ ଏସୀୟ କ୍ରୀଡ଼ାରେ ମଧ୍ୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ଏସୀୟ କ୍ରୀଡ଼ାରେ ଦଳର ନେତୃତ୍ୱ ହର୍ମନପ୍ରୀତ କୌର କରୁଛନ୍ତି ଯିଏ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ର ଅଧିନାୟିକା ମଧ୍ୟ ରହିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ମହିଳା ପ୍ରିମିୟର ଲିଗରେ ଚମ୍ପିୟାନ ହୋଇଥିଲା।

Related posts