Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ଡେଙ୍ଗୁ ସ୍ଥିତି ଏବଂ ଏହାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ସମୀକ୍ଷା
ଆଜିର ଖବର

ଦେଶର ଡେଙ୍ଗୁ ସ୍ଥିତି ଏବଂ ଏହାର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ସମୀକ୍ଷା

September 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଡେଙ୍ଗୁ ଜ୍ୱର ପ୍ରାଦୁର୍ଭାବ, ଏହାର ସ୍ଥିତି ଏବଂ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଏବେ ଦେଶବ୍ୟାପୀ ଡେଙ୍ଗୁର ପ୍ରାଦୁର୍ଭାବ ବଢିଥିବାରୁ ଏହାର ନିୟନ୍ତ୍ରଣ ଏବଂ ନିରାକରଣ ଜରୁରୀ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ତାଙ୍କୁ ଦେଶବ୍ୟାପୀ ଡେଙ୍ଗୁର ସ୍ଥିତି ଏବଂ ଏହାର ମୁକାବିଲା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।

ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଥିଲେ ଯେ ଡେଙ୍ଗୁ ପରୀକ୍ଷା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସ୍କ୍ରିନିଂ, କିଟ୍ସ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଛନ୍ତି । ରାଜ୍ୟମାନଙ୍କୁ ମଧ୍ୟ ସେମାନଙ୍କ ବରାଦ ମୁତାବକ ଆର୍ଥିକ ସହାୟତା ଦିଆଯାଉଛି । ଏହି ଅର୍ଥ  ଖର୍ଚ୍ଚ କରି ରାଜ୍ୟମାନେ ମଶା ମାରିବାକୁ ଧୂଆଁ ପ୍ରୟୋଗ ଓ ଆଇଇସି କାର୍ଯ୍ୟ କରୁଛନ୍ତି। ଡେଙ୍ଗୁର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି । ଡେଙ୍ଗୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସବୁ ରାଜ୍ୟ ତାହାକୁ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ କାର୍ଯ୍ୟକ୍ରମ ରୂପାୟନ ଯୋଜନା (ପିଆଇପି)ରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି । ସେଥିରେ ଡେଙ୍ଗୁ ସ୍ଥିତିର ତଦାରଖ, ରୋଗର ପରିଚାଳନା, ପରୀକ୍ଷାଗାରରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା, କୀଟାଣୁ ନିୟନ୍ତ୍ରଣ ଓ ବିଲୋପ କାମ, ରୋଗର ମୁକାବିଲା ପାଇଁ ଦକ୍ଷତା ନିର୍ମାଣ, କର୍ମଚାରୀ ତାଲିମ, ସ୍ୱାସ୍ଥ୍ୟ କେନ୍ଦ୍ରର ପରୀକ୍ଷା ବ୍ୟବସ୍ଥା ଓ ଔଷଧପ୍ରଦାନ, ଲୋକଙ୍କ ଅଭ୍ୟାସ ପରିବର୍ତ୍ତନ, ଡେଙ୍ଗୁ ବିରୋଧୀ ଅଭିଯାନରେ ଲୋକଙ୍କୁ ସମ୍ପୃକ୍ତ କରିବା, ଆନ୍ତଃକ୍ଷେତ୍ରୀୟ ସମନ୍ୱୟ ରକ୍ଷା, ତଦାରଖ ଓ ଉପକରଣ କ୍ରୟ ଆଦି କରାଯିବ । ରୋଗର ମୁକାବିଲା ଓ ନିୟନ୍ତ୍ରଣ କ୍ଷେତ୍ରରେ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ କହିଥିଲେ ।

ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନ୍‌ଏଚଏମ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଆରାଧନା ପଟ୍ଟନାୟକ, ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ମନସ୍ୱୀ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ ଦେଶର ଅଧିକାଂଶ ରାଜ୍ୟରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖାଦେଇଛି ଏକପ୍ରକାର ମଶା କାମୁଡା ଦ୍ୱାରା ଲୋକେ ଡେଙ୍ଗୁ ଜ୍ୱରରେ  ଆକ୍ରାନ୍ତ ହୋଇଥାଆନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରବଳ ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ ।ଚର୍ମରେ ଲାଲ ଦାଗ ଦେଖାଯାଏ ଓ ରୋଗୀଙ୍କ ଭୋକ ହ୍ରାସ ପାଏ ଓ ସେମାନେ କମ୍ପରେ ଆକ୍ରାନ୍ତ ହୁଅନ୍ତି । ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା କଲେ ଏହି ଜ୍ୱର ଭଲ ହୋଇଥାଏ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଡେଙ୍ଗୁ
Share. Facebook Twitter LinkedIn Email WhatsApp Copy Link

Related Posts

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.