
ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରା ଗିରଫ ହେବାର ଗୋଟିଏ ଦିନ ପରେ ଭିଜିଲାନ୍ସ ଟିମ ବିଜେପି ନେତା ତଥା ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲଙ୍କ ସନ୍ଧାନରେ ୬ ଟି ରାଜ୍ୟରେ ଚଢାଉ କରୁଛି। ଏହି ଟିମ୍ ଚଢାଉ ପାଇଁ ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପହଞ୍ଚିଛି। ମଙ୍ଗଳବାର ନିଜେ ପଞ୍ଜାବର ବଠିଣ୍ଡା ଜିଲ୍ଲାରେ ସମ୍ପତ୍ତି କ୍ରୟରେ ଅନିୟମିତତା ମାମଲାରେ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ କୋର୍ଟ ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ଭିଜିଲାନ୍ସ ସନ୍ଦେହ କରୁଛି ଯେ ମନପ୍ରିତ ପରେ ଦେଶ ଛାଡି ବିଦେଶ ଯାଇପାରନ୍ତି। ଜାମିନ ପାଇଁ ମନପ୍ରୀତ ବାଦଲଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଆଜି ଶୁଣାଣି ହେବ।